
ଭୁବନେଶ୍ୱର, 17 ମେ (ହି.ସ.)- ଆଜି
ନିମାପଡ଼ାଠାରେ ଆୟୋଜିତ 'ନିମାପଡ଼ା ପଥ ଉତ୍ସବ ୨୦୨୬' କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । ଏହି
ଅବସରରେ ପ୍ରଭାତି ପରିଡା ଛାତ୍ରଛାତ୍ରୀ ଏବଂ ସ୍ଥାନୀୟ କଳାକାରଙ୍କ ଦ୍ୱାରା ଏକକ ଅଭିନୟ, ପଥପ୍ରାନ୍ତ ନାଟକ, ପାଲା ଏବଂ ଦାସକାଠିଆ ମାଧ୍ୟମରେ ଜନସଚେତନତା ବାର୍ତ୍ତାର ପରିବେଷଣ
ବୁଲି ଦେଖିଥିଲେ । ଏହି କାର୍ଯ୍ୟକ୍ରମରେ ଜନଜାତି
ନୃତ୍ୟ,
ଘୋଡ଼ା ନାଚ ଏବଂ ସଂକୀର୍ତ୍ତନ ଆଦି ପାରମ୍ପରିକ ଲୋକକଳା ଆମ ଓଡ଼ିଆ
ଅସ୍ମିତାର ପ୍ରତିନିଧିତ୍ୱ କରିଛି । ଏହି
ଉତ୍ସବରେ ଉତ୍ସାହର ସହ ସାମିଲ ହୋଇଥିବା ନିମାପଡ଼ାବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ପ୍ରଭାତି
ପରିଡା ।
'ନିମାପଡ଼ା
ପଥ ଉତ୍ସବ ୨୦୨୬'ରେ
ଯୋଗଦେବା ଅବସରରେ 'ଉତ୍କର୍ଷ ନିମାପଡ଼ା ୨.୦'ର ଜର୍ସି, କ୍ୟାପ୍, ମେଡାଲ ଏବଂ ମାସ୍କଟ୍ 'ଉତ୍କର୍ଷ ଘୋଡ଼ା'ର ଉନ୍ମୋଚନ କରିଛନ୍ତି ପ୍ରଭାତି ପରିଡା । ଏହି ଅବସରରେ 'ଉତ୍କର୍ଷ ନିମାପଡ଼ା ୨.୦'ର କାର୍ଯ୍ୟସୂଚୀ ବାବଦରେ ଘୋଷଣା କରାଯାଇଛି । ଆଗାମୀ ଦିନରେ ଉଭୟ ନିମାପଡ଼ା ଏବଂ ଗୋପରେ ମାରାଥନ୍
ଆୟୋଜିତ ହେବ। କ୍ରୀଡ଼ା, ସଙ୍ଗୀତ, ନୃତ୍ୟ ପ୍ରତିଯୋଗିତା ଏବଂ ମହାବିଦ୍ୟାଳୟ ସ୍ତରରେ 'ବିକାଶର ବିତର୍କ'ର ଆୟୋଜନ ମଧ୍ୟ କରାଯିବ ବୋଲି ସେ କହିଛନ୍ତି।
ଅନଲାଇନ ଜରିଆରେ ଏହି
ସମସ୍ତ ପ୍ରତିଯୋଗିତା, ବତର୍କ ଏବଂ 'ଉତ୍କର୍ଷ
ନିମାପଡ଼ା ୨.୦'ରେ
ଭାଗନେବା ପାଇଁ ଏବଂ ଭଲ୍ୟୁଣ୍ଟିୟର ଭାବେ ଯୋଗଦେବା ପାଇଁ ଆହ୍ୱାନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା