
ଭୁବନେଶ୍ୱର, 17 ମେ (ହି.ସ.)- ଶିକ୍ଷା ବିକାଶ
ସମିତି, ଓଡ଼ିଶା ଅଧୀନରେ ପରିଚାଳିତ
ସରସ୍ଵତୀ ଶିଶୁ ବିଦ୍ୟା
ମନ୍ଦିରଗୁଡ଼ିକର ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଫଳ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ପ୍ରଦେଶ ସ୍ତରରେ ପ୍ରଥମ ୧୦ଟି ସ୍ଥାନରେ ଥିବା ମେଧାବୀ
ଛାତ୍ରଛାତ୍ରୀମାନଙ୍କୁ ୧୭ ମେ ୨୦୨୬ (ରବିବାର) ପୂର୍ବାହ୍ନ ୧୦.୩୦ ଘଟିକା ସମୟରେ ଖଣିକ ଏବଂ ବହୁ
ପ୍ରଯୁକ୍ତି ପ୍ରତିଷ୍ଠାନ, ଭୁବନେଶ୍ଵର ପରିସରରେ ସମ୍ବର୍ଦ୍ଧିତ କରାଯାଇଛି । ଉକ୍ତ
ଉତ୍ସବରେ ମୁଖ୍ୟ ଅତିଥି ଭାବେ ଓଡ଼ିଶାର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ନିତ୍ୟାନନ୍ଦ ଗଣ୍ଡ, ସମ୍ମାନିତ ଅତିଥି ଭାବେ ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶାର ସଭାପତି ଶ୍ରୀଯୁକ୍ତ ଶ୍ରୀକାନ୍ତ ତରାଇ, ମୁଖ୍ୟ ବକ୍ତା ଭାବେ ବିଦ୍ୟା ଭାରତୀ ଅଞ୍ଛଳ ଭାରତୀୟ ଶିକ୍ଷା ସଂସ୍ଥାନର ମହାମନ୍ତ୍ରୀ ଶ୍ରୀ
ଦେଶରାଜ ଶର୍ମା ଏବଂ ଅଧକ୍ଷ ଭାବେ ଶିକ୍ଷା ବିକାଶ ସମିତି, ଓଡ଼ିଶାର ସଭାପତି ଡ. କିଶୋରଚନ୍ଦ୍ର ମହାନ୍ତି ଉପସ୍ଥିତ ରହି ୫୮୮ ନମ୍ବର ରଖି ଓଡ଼ିଶାର
ଯୁଗ୍ମ ଟପ୍ପର ହୋଇଥିବା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ବାରିପଦା, ମୟୂରଭଞ୍ଜର ଛାତ୍ର
ଶ୍ରୀ ପାର୍ଥସାରଥ ମହାନ୍ତ ଏବଂ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ସୁର, ବାଲେଶ୍ଵରର ଛାତ୍ର ଶ୍ରୀ ଅନିକେତ ପାତ୍ର ସମେତ ଅନ୍ୟ
ସମସ୍ତ ମେଧାବୀ ଛାତ୍ରଛାତ୍ରୀ, ସେମାନଙ୍କର ମାତାପିତା ଓ ବିଦ୍ୟାଳୟର ପ୍ରଧାନାଚାର୍ଯ୍ୟମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ।
୬୦%ରୁ ଅଧିକ ନମ୍ବର ରଖ୍ ସମସ୍ତ ଛାତ୍ରଛାତ୍ରୀ ପାସ୍ କରିଥିବା ଶିଶୁ ବିଦ୍ୟା ମନ୍ଦିରର
ପ୍ରଧାନାଚାର୍ଯ୍ୟ ଓ ପରିଚଳନା ସମିତି କାର୍ଯ୍ୟକର୍ତ୍ତାଙ୍କୁ ମଧ୍ୟ ସମ୍ବର୍ଦ୍ଧନା ପ୍ରଦାନ
କରାଯାଇଥିଲା । ମେଧାବୀ ଅଭିନନ୍ଦନ- ୨୦୨୬ ଅବସରରେ ମେଧାବୀ ଛାତ୍ରମାନଙ୍କର କୃତି ସମ୍ବଳିତ
ପୁସ୍ତିକା “କୃତିତ୍ବ ବର୍ଣିକା
ଉନ୍ମୋଚନ ହୋଇଥିଲା। କାର୍ଯ୍ୟକ୍ରମରେ ଶିକ୍ଷା ବିକାଶ ସମିତି, ଓଡ଼ିଶାର ସମ୍ପାଦକ ଡ. ସରୋଜ କୁମାର ହାତୀ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସଂଗଠନ
ସମ୍ପାଦକ ଶ୍ରୀମାନ୍ ତାରକଦାସ ସରକାର ସ୍ଵାଗତ ଭାଷଣ ଦେଇଥିଲେ,
ପ୍ରାନ୍ତ ପରୀକ୍ଷା ସଂଯୋଜକ ଶ୍ରୀ ମନୋଜ କୁମାର ଦାଶ
କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ ଏବଂ ଶେଷରେ ପୂର୍ବ ସମ୍ଭାଗ ସମ୍ପାଦକ ଶ୍ରୀ ପଙ୍କଜ କୁମାର କର
ଧନ୍ୟବାଦ ଅର୍ପଣ କରିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା