କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ସଣ୍ଡେଜ୍ ଅନ୍ ସାଇକେଲ୍ କାର୍ଯ୍ୟକ୍ରମ ଆୟୋଜିତ
ଭୁବନେଶ୍ୱର, 17 ମଇ (ହି.ସ.) ଫିଟନେସ୍, ସୁସ୍ଥ ଜୀବନଶୈଳୀ ଏବଂ ପରିବେଶ ଅନୁକୂଳ ପରିବହନକୁ ପ୍ରୋତ୍ସାହିତ କରିବା ପାଇଁ ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ଏକ ବିଶାଳ ‘ସଣ୍ଡେଜ୍ ଅନ୍ ସାଇକେଲ୍’ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଏହି କାର୍ଯ୍ୟକ୍ରମକୁ ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯ
ସାଇକେଲ


ଭୁବନେଶ୍ୱର, 17 ମଇ (ହି.ସ.) ଫିଟନେସ୍, ସୁସ୍ଥ ଜୀବନଶୈଳୀ ଏବଂ ପରିବେଶ ଅନୁକୂଳ ପରିବହନକୁ ପ୍ରୋତ୍ସାହିତ କରିବା ପାଇଁ ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ଏକ ବିଶାଳ ‘ସଣ୍ଡେଜ୍ ଅନ୍ ସାଇକେଲ୍’ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଏହି କାର୍ଯ୍ୟକ୍ରମକୁ ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବସେବା ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ।

ଏହି ଅବସରରେ ମନ୍ତ୍ରୀ ଶ୍ରୀ ସୂରଜ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନରେ ଏହି ଅଭିନବ ପ୍ରୟାସର ମୂଳ ଲକ୍ଷ୍ୟ ହେଉଛି ଫିଟ ଇଣ୍ଡିଆ ଓ ଫିଟ ଓ଼ଡିଶା । ଏହି ସ୍ୱପ୍ନକୁ ସାକାର କରିବା ଏବଂ ସମସ୍ତଙ୍କୁ ଏକ ସୁସ୍ଥ, ନିରୋଗ ତଥା ପରିବେଶ ଅନୁକୂଳ ଜୀବନଶୈଳୀ ଆପଣେଇବା ପାଇଁ ପ୍ରେରିତ କରିବା । ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନ ଓ ବଢୁଥିବା ତୈଳ ସଂକଟ ସମୟରେ, ସାଇକେଲ ଚଲାଇବା କେବଳ ଶରୀରକୁ ସୁସ୍ଥ ରଖେ ନାହିଁ, ବରଂ ଆମ ଇନ୍ଧନ ଓ ପରିବେଶକୁ ମଧ୍ୟ ସୁରକ୍ଷିତ କରେ । ଆସନ୍ତୁ ସମସ୍ତେ ମିଶି ସାଇକେଲ୍କୁ ଆମ ଦୈନନ୍ଦିନ ଜୀବନର ଅଂଶ କରିବା ଏବଂ ଏକ ସବୁଜ ଓ ପ୍ରଗତିଶୀଳ ଓଡ଼ିଶା ଗଠନ ଦିଗରେ ଆଗକୁ ବଢ଼ିବା ବୋଲି ସେ ଆହ୍ୱାନ କରିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande