ଫୁଲବାଣୀ ରେ ତ୍ରୟୋଦଶ ଆନ୍ତର୍ଜାତୀୟ ଆର୍ଟ ଅଫ୍ ଗିଭିଙ୍ଗ ଦିବସ ପାଳିତ
13th Art of Giving Day Celebration in Phulbani
ଫୋଟ ୨


ଫୋଟ


କନ୍ଧମାଳ , ୧୮ ମଇ (ହି.ସ.) ନେବା ଅପେକ୍ଷା କିଛି ଅନ୍ୟକୁ ଦେବାରେ ଯେଉଁ ଆନନ୍ଦ ମିଳିଥାଏ ତାହାର ଅନ୍ତର୍ନିହିତ ଆନନ୍ଦ ଅତ୍ୟନ୍ତ ଖୁସି ଦେଇଥାଏ । ଏହାକୁ ସାକାର କରିବା ପାଇଁ ଏବଂ ଦେଶ ବିଦେଶରେ ପ୍ରତିଟି ଲୋକଙ୍କ ନିକଟରେ ଏହି ବାର୍ତ୍ତା କୁ ପହଞ୍ଚାଇବା ପାଇଁ ୨୦୧୩ ମସିହାରୁ ଏହି ଦିବସ ପାଳନ ହୋଇ ଆସୁଛି । ସମାଜସେବୀ ତଥା ଶିକ୍ଷାବିତ୍ ଡ. ଅଚ୍ୟୁତ୍ ସାମନ୍ତ ଏହି ମହାନ୍ ବିଚାରଧାରାକୁ ଆଧାର କରି ୨୦୧୩ ମସିହା ମେ ୧୭ ତାରିଖରେ ଆରମ୍ଭ କରିଥିଲେ ଏହି ଆର୍ଟ ଅଫ ଗିଭିଂ ର ଚିନ୍ତାଧାରା । ଆଉ ସେବେ ଠାରୁ ପ୍ରତିବର୍ଷ ଏହି ଦିବସ ସମଗ୍ର ଓଡ଼ିଶା ଏବଂ ଭାରତର ଅନେକ ସହର ସମେତ ଭାରତ ବାହାରେ ୧୯୦ ଗୋଟି ଦେଶରେ ଆନନ୍ଦ ଉଲ୍ଲାସର ସହ ଏହା ପାଳନ ହୋଇଛି । ଈଶ୍ୱର ଆମକୁ ଯାହା ଦେଇଛନ୍ତି ସେସବୁ କେବଳ ନିଜ ପାଖରେ ନରଖି ସମାଜର ସବୁ ବର୍ଗର ସବୁ ଶ୍ରେଣୀର ଲୋକଙ୍କ ନିକଟରେ ପହଞ୍ଚାଇବାର କଳା ହେଉଛି ଆର୍ଟ ଅଫ ଗିଭିଂ । ଚଳିତ ବର୍ଷ ଆର୍ଟ ଅଫ ଗିଭିଂ ର ଉଦ୍ଦେଶ୍ୟ ଥିଲା ସେଆର ଟୁ ସାଇନ୍ ଏହାର ଅର୍ଥ ଅନ୍ୟ ସହ ଖୁସି ବାଣ୍ଟିଲେ ନିଜର ମଧ୍ୟ ଉନ୍ନତି ହୋଇଥାଏ । ଏହି ପରିପ୍ରେକ୍ଷୀରେ କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ନର୍ସିଂ କଲେଜ ସଦଭାବନା ସଭା ଗୃହରେ ତ୍ରୟୋଦଶ ଆନ୍ତର୍ଜାତୀୟ ଆର୍ଟ ଅଫ୍ ଗିଭିଙ୍ଗ ଦିବସ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଫୁଲବାଣୀ ଉପଜିଲ୍ଲାପାଳ ଭିକାରୀ ସାହୁ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ନର୍ସିଂ କଲେଜର ତ୍ୟୁଟର ମିତାଞ୍ଜଳି ରଥ ଓ ନିବେଦିତା ପଟ୍ଟନାୟକ ଏବଂ ବରିଷ୍ଠ ଆଇନଜୀବୀ ବିଜୟ ପଟ୍ଟନାୟକ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ । ପ୍ରାୟ ଦୁଇ ଶହ ନର୍ସିଂ କଲେଜ ଛାତ୍ର ଛାତ୍ରୀ ମାନେ ଆସି ରେଜିଷ୍ଟ୍ରେସନ କରି ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ । ସମସ୍ତଙ୍କୁ ଆର୍ଟ ଅଫ ଗିଭିଂ ର ଗୋଟିଏ ଗୋଟିଏ ଟି ସାର୍ଟ ଓ କଲମ ପ୍ରଦାନ କରିଥିଲେ କନ୍ଧମାଳ ଜିଲ୍ଲା କିସ ସଂଯୋଜକ ଭାଗିରଥୀ ସେଠି। ଡ଼. ଅଚ୍ୟୁତ ସାମନ୍ତଙ୍କ ଦ୍ୱାରା ଆୟୋଜିତ ହେଉଥିବା ଏହିଭଳି ମହତ୍ କାର୍ଯ୍ୟକ୍ରମ ଦ୍ୱାରା କୋଣ ଅନୁକୋଣରେ ପ୍ରଶଂସନୀୟର ପାତ୍ର ହୋଇଛନ୍ତି । ଏହି ଭଳି ମହତ କାର୍ଯ୍ୟକ୍ରମ ଆୟୋଜନ କରୁଥିବାରୁ ଡ ସାମନ୍ତଙ୍କୁ ଧନ୍ୟବାଦ୍ ଜଣାଇଛନ୍ତି ସମସ୍ତ ଅତିଥି ଓ ଛାତ୍ର ଛାତ୍ରୀ ମାନେ। ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ କନ୍ଧମାଳ କିସ୍ ସଂଯୋଜଗ ଭାଗିରଥୀ ସେଠୀ ଓ କଳିଙ୍ଗ ଟିଭି ପ୍ରତିନିଧି ଶିବ ବିଶ୍ଵାଳ ।

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ


 rajesh pande