
ବଲାଙ୍ଗୀର, ୧୮ ମଇ(ହି.ସ.) – ବଲାଙ୍ଗୀରର ଅଗ୍ରଣୀ ସ୍ୱେଚ୍ଛାସେବୀ ନାରୀ ଅନୁଷ୍ଠାନ ଆଦ୍ୟାଶକ୍ତି ନାରୀ ସଂଗଠନ ତରଫରୁ କ୍ଲବପଡ଼ା ସ୍ଥିତ ଲକ୍ଷ୍ମୀ ନାରାୟଣ ମନ୍ଦିର ଠାରେ ସଭାପତି ମାଳତୀ ଉଦ୍ଗାତାଙ୍କ ସଭାପତିତ୍ୱରେ ମାତୃ ଦିବସରେ ନାରୀ ସମାଜର ଉତ୍ଥାନ ଏବଂ ନାରୀ ଜାଗରଣରେ ରାଷ୍ଟ୍ରର ବିକାଶ ଉପରେ ଆଲୋଚନା କରାଯାଇଥିଲା। ଏହି ସଭାରେ ଆରତୀ ମିଶ୍ର ଅତିଥି ପରିଚୟ ଏବଂ ସଂପାଦିକା କସ୍ତୁରୀ ରଥ ମାତୃ ଦିବସ ର ଆଭିମୁଖ୍ୟ ଉପରେ ସୂଚନା ପ୍ରଦାନ କରିଥିଲେ। ଏହି ଆଲୋଚନା ଚକ୍ରରେ ସମସ୍ତ ସଦସ୍ୟା ନିଜ ନିଜର ଆଭିମୁଖ୍ୟ ବକ୍ତବ୍ୟ ରେ ପ୍ରକାଶ କରିଥିଲେ। ଏହି ସଭାରେ ଯଶୋବନ୍ତୀ ମିଶ୍ର, ମିନତୀ ପାଣିଗ୍ରାହୀ, ନିହାରିକା ମିଶ୍ର, ଶୋଭିନୀ ମହାଲିଙ୍ଗ, ରଶ୍ମି ପାତ୍ର, ଚିନ୍ମୟୀ ଉଦ୍ଗାତା, ସୌଦାମିନୀ ମିଶ୍ର, ରାଜଶ୍ରୀ ତ୍ରିପାଠୀ, ସଂଯୁକ୍ତା ମିଶ୍ର, ବାସନୀ କାଲସାଏ, ସୁଲୋଚନା ଷାଣ୍ଢ, କାମିନୀ ମହାର, ଅଞ୍ଜଳି ବେହେରା, ସୁଶାନ୍ତ ବେହେରା ଓ ସଂଯୁକ୍ତା ମିଶ୍ର ଉପସ୍ଥିତ ରହିଥିଲେ। ଶେଷରେ ଆରତି ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ