
ଗଂଜାମ, 18 ମେ (ହି.ସ.)
ବ୍ରହ୍ମପୁର ହରିହର ନଗର ସ୍ଥିତ ଭରଦ୍ବାଜ ପ୍ରତିଷ୍ଠାନ ଠାରେ ଅଁଳା ଗୁଣ ଜ୍ଞାନ ଓ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି l ଭରଦ୍ବାଜ ପ୍ରତିଷ୍ଠାନର ଅଧ୍ୟକ୍ଷ ଡା. ନକୁଳ ସାହୁ ଉପସ୍ଥିତ ରହି କହିଲେ ଅଁଳା ମର୍ତ୍ତ୍ୟ ଅମୃତ ସର୍ବ ରୁତୁରେ ଔଷଧି ରୂପେ ବ୍ୟବହାର କରାଗଲେ ମଧ୍ୟ ଗ୍ରୀଷ୍ମ ରୁତୁରେ ଏହା ନିହାତି ଆବଶ୍ୟକ।ଏହାର ରସ, ଚୂର୍ଣ୍ଣ ବ୍ଯବହାର କଲେ ଅଂଶୁଘାତ, ତୃଷା, ଅଜୀର୍ଣ୍ଣ, ଅମ୍ଳପିତ୍ତ, ରକ୍ତପିତ୍ତ, ଦନ୍ତ, ନାସାରୁ ରକ୍ତପଡ଼ିବା , ଶ୍ୱାସ, ଯକ୍ଷ୍ମା, ପ୍ରମେହ, ପରିସ୍ରା ଜ୍ୱାଳା,ଦୁର୍ବଳତା, ଚକ୍ଷୁ ଓ କେଶ ରୋଗ ଭଲ ହୁଏ।ଏହାର ରସ କେଶ ଓ ଚର୍ମରେ ଲଗାଇଲେ କାନ୍ତି ବଢେ।
ଏହି ଅବସରରେ ରୋଗୀଙ୍କ ରକ୍ତଚାପ, ରକ୍ତ ଶର୍କରା, ଗଣ୍ଠିବାତ, ଅମ୍ଳପିତ୍ତ, ସ୍ତ୍ରୀରୋଗ ଆଦି ବିଭିନ୍ନ ରୋଗର ପରୀକ୍ଷା କରି ଚିକିତ୍ସା ପରାମର୍ଶ ଓ ଔଷଧ ବିତରଣ କରିଥିଲେ ଶିବିରର ପରିଚାଳନାରେ ସହଯୋଗ କରିଥିଲେ ଡି. ଶ୍ରୀନିବାସ ରାଓ ।
---------------
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ