ସେଂଟ ଜାଭିଅର ସ୍କୁଲରେ ଆର୍ଟ ଅଫ୍ ଗିଭିଂ କାର୍ଯ୍ୟକ୍ରମ
କେନ୍ଦ୍ରାପଡ଼ା, ୧୮ ମଇ(ହି.ସ.) – ବିଶିଷ୍ଟ ଶିକ୍ଷାବିତ୍, ପୂର୍ବତନ ସାଂସଦ ତଥା କିଟ୍ ଓ କିସ୍ ପରି ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନର ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତଙ୍କ ପ୍ରୟାସରେ ଆର୍ଟ୍ ଅଫ୍ ଗିଭିଂ ବିଶ୍ୱ ବ୍ୟାପି ହେବାରେ ଲାଗିଛି । ଡ଼ଃ ଅଚ୍ୟୁତ ସାମନ୍ତ ଙ୍କର ଆର୍ଟ ଅଫ ଗିଭିଙ୍ଗ ବା ଦେବାର କଳା
ସେଣ୍ଟ ଜାଭିଅର ସ୍କୁଲରେ ଆର୍ଟ ଅଫ୍ ଗିଭିଂ କାର୍ଯ୍ୟକ୍ରମ


କେନ୍ଦ୍ରାପଡ଼ା, ୧୮ ମଇ(ହି.ସ.) – ବିଶିଷ୍ଟ ଶିକ୍ଷାବିତ୍, ପୂର୍ବତନ ସାଂସଦ ତଥା କିଟ୍ ଓ କିସ୍ ପରି ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନର ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତଙ୍କ ପ୍ରୟାସରେ ଆର୍ଟ୍ ଅଫ୍ ଗିଭିଂ ବିଶ୍ୱ ବ୍ୟାପି ହେବାରେ ଲାଗିଛି । ଡ଼ଃ ଅଚ୍ୟୁତ ସାମନ୍ତ ଙ୍କର ଆର୍ଟ ଅଫ ଗିଭିଙ୍ଗ ବା ଦେବାର କଳା ଏବେ ୧୩ ବର୍ଷରେ ପାଦ ଥାପିଛି।ଯାହାକି ଏବେ ସାରା ବିଶ୍ୱରେ ଏହି ଆର୍ଟ ଅଫ ଗିଭିଙ୍ଗ ପାଳନ ହେଉଛି।ଦାନ ଦେବା ଏବଂ ସେବା ମାଧ୍ୟମରେ ସମାଜରେ ସାନ୍ତି ,ସଦଭାବନା ଓ ଭାଇଚାରାର ପ୍ରଚାର ପ୍ରସାର ହେଉଛି ମୁଳ ଉଦ୍ଦେଶ୍ୟ। ଏହି ପରିପ୍ରେକ୍ଷୀରେ କେନ୍ଦ୍ରାପଡା ଜିଲ୍ଲାରେ ପ୍ରତି ବର୍ଷ ପରି ଚଳିତ ବର୍ଷ ଗୋପ ସ୍ଥିତ ସେଣ୍ଟ ଜାଭିୟର ସ୍କୁଲ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ଆର୍ଟ ଅଫ ଗିଭିଂ ର ଜିଲ୍ଲା ସଂଯୋଜକ ଅନନ୍ତ କୁମାର ଖଟୁଆଙ୍କ ସଭାପତିତ୍ୱ ରେ ଆୟୋଜିତ ଏହି କାର୍ୟ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ଅଧ୍ୟକ୍ଷ ଅଜୟ ସାମିଲ, ମୁଖ୍ୟ ବକ୍ତା ଭାବେ ଶିକ୍ଷାବିତ ପୀତବାସ ପଣ୍ଡା ,ସମ୍ମାନିତ ଅତିଥି ପ୍ରିନ୍ସିପାଲ ଲଳିତ ନାରାୟଣ ରାଉତଙ୍କ ସହ କୀଟ କର୍ମଚାରୀ ଅନିରୁଦ୍ଧ ସାହାଣୀ,ସବ୍ୟସାଚୀ ମହାନ୍ତି, ସନ୍ତୋଷ ନାୟକ,ରଞ୍ଜିତ ଜେନା, ନିରାକାର ସାହୁ, ଙ୍କ ସହ ବହୁ ବୁଦ୍ଧିଜୀବୀ ଏବଂ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ।ସଭା ପରିଚାଳନା କରିଥିଲେ ଯୋଗଗୁରୁ ସଞ୍ଜୟ ମଥାନ।ଧନ୍ୟବାଦ ଅର୍ପଣ କରିଥିଲେ କେନ୍ଦ୍ରାପଡା କଳିଙ୍ଗ ଟିଭି ପ୍ରତିନିଧି ସରୋଜ ପରିଡା।ଅତିଥି ମାନେ ଆର୍ଟ ଅଫ ଗିଭିଂ ସମ୍ପର୍କରେ ଆଲୋକପାତ କରିଥିଲେ। ଡ଼ଃ ସାମନ୍ତ ଙ୍କୁ ଉପସ୍ଥିତ ଅତିଥି ,ବୁଦ୍ଧିଜୀବୀ, ଛାତ୍ରଛାତ୍ରୀ ମାନେ କୃତଜ୍ଞତା ଜଣାଇଥିଲେ।ପରିଶେଷରେ ଛାତ୍ରଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande