

କେନ୍ଦ୍ରାପଡ଼ା, ୧୮ ମଇ(ହି.ସ.) – ଦିନ ଦ୍ୱିପହରରେ ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ସଦର ମହକୂମାର ଏକ ମୋବାଇଲ ଦୋକାନକୁ ପଛପଟୁ ସିନ୍ଧି କରି ଚୋରି ଉଦ୍ୟମ କରାଯାଇଥିବା ଚର୍ଚ୍ଚାର ବିଷୟ ହୋଇଛି। ଏ ସଂପର୍କରେ କୁମ୍ଭାରି ଗ୍ରାମର ମୋବାଇଲ ଦୋକାନ ମାଲିକ ଯୋଗେଶ୍ୱର ଖେତି ମୁରିବାହାଲ ଥାନା ରେ ଲିଖିତ ଏତଲା ଦେବା ପରେ ପୋଲିସ୍ ଆସି ବିଭିନ୍ନ ସିସିଟିଭି ଫୁଟେଜ ଯାଂଚକରି ଅଧିକ ତଦନ୍ତ ଜାରି ରଖିଛନ୍ତି। ଶ୍ରୀ ଖେତିଙ୍କ ଏତଲା ମୁତାବକ ସେ ମୁରିବାହାଲ ରାଧାକୃଷ୍ଣ, ଶିବ ମନ୍ଦିରରେ ଥିବା ୬ ନମ୍ବର ଷ୍ଟଲ ରେ ଗତ ୨୦୧୭ ମସିହାରୁ ଜେକେ ମୋବାଇଲ ଦୋକାନ ଦେଇଛନ୍ତି। ରବିବାର ଦିନ ସେ ନିଜ ମୋବାଇଲ ଦୋକାନ ଖୋଲି ଦିନ ସାଢ଼େ ୧୨ ଟାରେ ବନ୍ଧ କରି ନିଜ ଗାଁକୁ ଖାଇବାକୁ ଯାଇଥିଲେ। ଅପରାହ୍ନ ସାଢେ ୩ ଟାରେ ପୁଣି ଦୋକାନ ଖୋଲିବା ବେଳକୁ ମନ୍ଦିରର କାନ୍ଥକୁ ଲାଗି ଦୋକାନର ପଛ ପଟେ ସିନ୍ଧି କରି ଚୋରି ଉଦ୍ୟମ କରାଯାଇଥିବା। ଦେଖିବାକୁ ପାଇଥିଲେ। ଦୃବୃର୍ତମାନେ ମନ୍ଦିର ପାର୍ଶ୍ୱକୁ ଦୋକାନର ପଛ ପଟେ ଇଟା ସିମେଂଟରେ ତିଆରି କାନ୍ଥକୁ ସିନ୍ଧି କରି ଚୋରି କରିନେବାକୁ ଉଦ୍ୟମ କରିଥିଲେ। ସିନ୍ଧି ସ୍ଥାନରେ ପଡ଼ିଥିବା ଏକ ସାବଲ କୁ ପୁଲିସ ଜବତ କରି ପାଖ ଏକ ସାର ଦୋକାନ ଓ ସହି ମୋବାଇଲ ଦୋକାନର ସିସିଟିଭି ଆଦି ଯାଂଚ କରୁଛି। ମୋବାଇଲ ଦୋକାନୀ ଘଟଣା ସ୍ଥଳକୁ ପହଂଚିବା ସମୟରେ ଜଣେ ଯୁବକ ସନ୍ଦେହ ଜନକ ଭାବେ ସେଠାରେ ବୁଲାବୁଲି କରୁଥିବା ସେ ପୁଲିସକୁ ସୂଚନା ଦେଇଛନ୍ତି। ସମ୍ପୂର୍ଣ ଦିନ ଦ୍ୱିପହରରେ ଖୋଦ ମୁରିବାହାଲ ଥାନା ସଦର ମହକୂମା ରେ ଯଦି ଦୃର୍ବୁତମାନେ ଦୋକାନ, ହୋଟେଲ ଆଦି ବ୍ୟବସାୟ ପ୍ରତିଷ୍ଠାନରୁ ଚୋରି କରିବା କୁ ଉଦ୍ୟମ କରି ପାରୁଛନ୍ତି। ତାହେଲେ ରାତିବେଲା କିପରି ସମ୍ପୂର୍ଣ୍ଣ ଅଂଚଳ ସୁରକ୍ଷିତ ଥିବ। ଏଥିରୁ ସହଜରେ ଅନୁମେୟ ବୋଲି ବ୍ୟବସାୟୀମାନେ ଅଭିଯୋଗ କରିଛନ୍ତି। ଦିନକୁ ଦିନ ପୁଲିସ ପ୍ରତି ଦୃବୃର୍ତ ଓ ଅପରାଧୀଙ୍କ ଭୟ ରହୁନଥିବା ଓ ଥାନା ଅଂଚଳରେ ଅବାଧରେ ମଦ, ଗଞ୍ଜେଇ, କପସିରଫ ଓ ନିଶା ଇଞ୍ଜେକସନ ବହୁତ ମାତ୍ରାରେ ବିକ୍ରି ଚାଲିଥିବାରୁ ଅସାମାଜିକ ଯୁବକମାନେ ଚୋରି ଆଦି ଅପରାଧ କରୁଥିବା ଅଭିଯୋଗ ହୋଇଛି। ପୁଲିସ ପ୍ରଶାସନ ପକ୍ଷରୁ ପେଟ୍ରୋଲିଙ୍ଗକୁ କଢାକୁଡି କରାଯିବାକୁ ଦାବି ହେଉଛି। ଏତଲା ଆଧାରରେ ପୁଲିସ ବିଭିନ୍ନ ସିସିଟିଭି ଆଦି ଯାଂଚ ସହ ସନ୍ଦେହ ଜନକ ବ୍ୟକ୍ତିମାନଙ୍କ ସମ୍ପର୍କରେ ଅଧିକ ତଦନ୍ତ ଜାରି ରଖିଛି ବୋଲି ଥାନା ଆଇଆଇସି ବୁଲୁ ମୁଣ୍ଡା ପ୍ରକାଶ କରିଛନ୍ତି।
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ