ରାଜମହଲ ଛକରେ ଉଦ୍ଘାଟିତ ହେଲା ବିଏମ୍ ସିର RRR କେନ୍ଦ୍ର
ଭୁବନେଶ୍ୱର , 18 ମେ (ହି.ସ.) - ଭୁବନେଶ୍ୱର ମହାନଗର ନିଗମ(ବିଏମ୍ ସି) ପକ୍ଷରୁ ଆଜି ରାଜମହଲଛରେ ଖୋଲିଲା ଆଉ ଏକ ଥ୍ରୀ ଆର୍ ସେଣ୍ଟର ବା ରିଡ୍ୟୁସ୍, ରିସାଇକେଲ ଆଣ୍ଡ ରିୟୁଜ୍ କେନ୍ଦ୍ର । ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ଭୁବନେଶ୍ୱର (ମଧ୍ୟ) ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା, ମେୟର ଶ୍ରୀ
ରାଜମହଲ ଛକରେ ଉଦ୍ଘାଟିତ ହେଲା ବିଏମ୍ ସିର RRR କେନ୍ଦ୍ର


ଭୁବନେଶ୍ୱର , 18 ମେ (ହି.ସ.) - ଭୁବନେଶ୍ୱର ମହାନଗର ନିଗମ(ବିଏମ୍ ସି) ପକ୍ଷରୁ ଆଜି ରାଜମହଲଛରେ ଖୋଲିଲା ଆଉ ଏକ ଥ୍ରୀ ଆର୍ ସେଣ୍ଟର ବା ରିଡ୍ୟୁସ୍, ରିସାଇକେଲ ଆଣ୍ଡ ରିୟୁଜ୍ କେନ୍ଦ୍ର । ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ଭୁବନେଶ୍ୱର (ମଧ୍ୟ) ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା, ମେୟର ଶ୍ରୀମତୀ ସୁଲୋଚନା ଦାସ, ଡେପୁଟି ମେୟର ଶ୍ରୀମତୀ ମଞ୍ଜୁଲତା କହଁର, ସ୍ୱାସ୍ଥ୍ୟ ଓ ପରିମଳ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ବିରଞ୍ଚି ନାରାୟଣ ମହାସୂପକାର, ଓ୍ୱାର୍କ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ଶ୍ରୀଧର ବେହେରା, ଅତିରିକ୍ତ କମିଶନର କୈଳାସ ଚନ୍ଦ୍ର ଦାସ, ପରିମଳ ଉପାୟୁକ୍ତଏନ୍. ଗଣେଶ ବାବୁ, ସ୍ଥାନୀୟ କର୍ପୋରେଟର ଶ୍ରୀମତୀ ଆସିଆ ବେଗମ୍, ଟିମ୍ ବିଏମ୍ ସି ପ୍ରମୁଖ ଉପସ୍ଥିତ ଥିଲେ ।

ଏହି ନୂତନ କେନ୍ଦ୍ରକୁ ମିଶାଇ ଭୁବନେଶ୍ୱରରେ ସମୁଦାୟ 6 ଗୋଟି ଥ୍ରୀ ଆର୍ କେନ୍ଦ୍ର ଖୋଲାଯାଇଛି । ପ୍ରତି ଜୋନରେ 2 ଲେଖାଏଁ ଥ୍ରୀ ଆର୍ କେନ୍ଦ୍ର ରହିଛି । ଇଷ୍ଟ ଜୋନରେ ଫିଡ୍ ବ୍ୟାକ୍ ଦୁଇଟି କେନ୍ଦ୍ରକୁ ପରିଚାଳନା କରୁଥିବା ବେଳେ ଓ୍ୱେଷ୍ଟ ଜୋନରେ ବିକାଶ ଏବଂ ନର୍ଥ ଜୋନରେ ବେସିକ୍ସ ଏହି କେନ୍ଦ୍ରଗୁଡିକୁ ପରିଚାଳନା କରୁଛନ୍ତି । ଏହି କେନ୍ଦ୍ରଗୁଡିକୁ ଜିନିଷ ପରିବହନ କରିବା ପାଇଁ ପ୍ରତି ଜୋନକୁ ଗୋଟିଏ ଲେଖାଏଁ ଗାଡି ବିଏମ୍ ସି ଯୋଗାଇ ଦେଇଛି । ଏହି କେନ୍ଦ୍ରରେ ପୁନଃ ଉପଯୋଗୀ ଜିନିଷ ଯଥା-ଖେଳନା, ଲୁଗାପଟା ଓ ପ୍ୟାଣ୍ଟ ସାର୍ଟ, ବହି, ଚପଲ, ଫର୍ଣ୍ଣିଚର, ଟିଭି, ଫ୍ୟାନ୍, ଷ୍ଟେନଲେସ୍ ଷ୍ଟିଲ୍ ବାସନକୁସନ ସହ ଘରେ ଯାହା ପୁନଃ ବ୍ୟବହାର ହୋଇପାରିବ ସେ ସବୁ ଜିନିଷ ଏହି ସବୁ କେନ୍ଦ୍ରରେ ସଂଗ୍ରହ କରାଯାଉଛି । “ଥିଲେ ଦିଅ, ନଥିଲେ ନିଅ”, ନାରା ଦେଇଥିବା ବିଏମ୍ ସିର ଏହି ଥ୍ରୀ ଆର୍ କେନ୍ଦ୍ରରେ ଲୋକମାନେ ସ୍ୱତଃପ୍ରବୃତଭାବେ ସେମାନଙ୍କର ବ୍ୟବହାର ହେଉନଥିବା ଜିନିଷ ଆଣି ଦେଉଛନ୍ତି । ଫଳରେ ସେହି ସବୁ ଜିନିଷର ବିଭିନ୍ନ ପଦ୍ଧତିରେ ପୁନଃ ଚକ୍ରଣ କରି, ସେଗୁଡିକୁ ପୁନଃ ବ୍ୟବହାର ଉପଯୋଗୀ କରାଯାଉଛି । ଯେଉଁମାନଙ୍କର ନାହିଁ, ସେମାନଙ୍କୁ ପ୍ରଦାନ କରାଯାଉଛି । ଯେଉଁମାନଙ୍କର ପୁନଃ ଉପଯୋଗୀ ଜିନିଷ ବ୍ୟବହୃତ ହେଉନାହିଁ, ସେଗୁଡିକୁ ଏହି ଥ୍ରୀ ଆର୍ କେନ୍ଦ୍ରରେ ଦେବା ପାଇଁ ବିଏମ୍ ସି ପକ୍ଷରୁ ଅନୁରୋଧ କରାଯାଇଛି ।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande