ବାଲି ମାଫିଆ ଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି
ଗଞ୍ଜାମ ତା୧୮ମଇ(ହିସ) - ରାଜ୍ଯରେ ବାଲିମାଫିଆମାନେ ବେଧଡକ ଭାବେ ବିଭିନ୍ନ ନଦୀ ଓ ବାଲିଘାଟରୁ ଚୋରାବାଲି ଚାଲାଣ କରି କୋଟିପତି ହେଉଥିବା ବେଳେ ପ୍ରତ୍ୟେକ ଦିନ ରାଜ୍ଯ ସରକାର ଲକ୍ଷ ଲକ୍ଷ ଟଙ୍କା ରାଜସ୍ୱ ହରାଉଛନ୍ତି । ଫଳରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ପ୍ରଶାସନ ପକ୍ଷରୁ ଧରପଗଡ କରାଯାଇ ବାଲି ଟ୍ରକ ଓ ଟ୍
ବାଲି ମାଫିଆ ଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି


ଗଞ୍ଜାମ ତା୧୮ମଇ(ହିସ) - ରାଜ୍ଯରେ ବାଲିମାଫିଆମାନେ ବେଧଡକ ଭାବେ ବିଭିନ୍ନ ନଦୀ ଓ ବାଲିଘାଟରୁ ଚୋରାବାଲି ଚାଲାଣ କରି କୋଟିପତି ହେଉଥିବା ବେଳେ ପ୍ରତ୍ୟେକ ଦିନ ରାଜ୍ଯ ସରକାର ଲକ୍ଷ ଲକ୍ଷ ଟଙ୍କା ରାଜସ୍ୱ ହରାଉଛନ୍ତି । ଫଳରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ପ୍ରଶାସନ ପକ୍ଷରୁ ଧରପଗଡ କରାଯାଇ ବାଲି ଟ୍ରକ ଓ ଟ୍ରାକ୍ଟର ଜଵତ କରାଯାଇ ହଜାର ହଜାର ଟଙ୍କା ଜୋରିମାନା ଆଦାୟ କରାଯାଉଛି। କିନ୍ତୁ ପରିବହନ ମନ୍ତ୍ରୀ ଙ୍କ ଜିଲାରେ ଏହାର ବ୍ୟତିକ୍ରମ ଘଟିଛି । ଗଞ୍ଜାମ ଜିଲ୍ଲାରେ ଵ୍ଯାପକ ଚୋରା ବାଲି ଚାଲାଣ ହେଉଥିଲେ ମଧ୍ଧ ସେଥିରେ ଲଗାମ ଲାଗୁନାହିଁ। ଶେରଗଡ଼ ବ୍ଲକ ର ଋଷିକୂଲ୍ୟା ନଦୀ ର ବିଭିନ୍ନ ବାଲି ଘାଟ ନିଲାମ ହୋଇ ନଥିଲେ ମଧ୍ୟ ଵାଲିମାଫିଆମାନେ ପ୍ରତ୍ୟେକ ଦିନ ଲକ୍ଷ ଲକ୍ଷ ଟଙ୍କାର ଚୋରା ବାଲି କାରଵାର କରି ହାତ ଚିକ୍କଣ କରୁଛନ୍ତି । ଶେରଗଡ଼ ତହସିଲଦାର ଘଟଣା ର ଅନୁଧ୍ୟାନ କରି ଵାଲିମାଫିଆଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି।

ହିନ୍ଦୁସ୍ଥାନ ସମାଚାର/ହୃଷୀକେଶ

---------------

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande