ଡିଜେଲ, ପେଟ୍ରୋଲ୍, ରନ୍ଧନ ଗ୍ୟାସ୍ ଓ ବସ୍ ଭଡ଼ା ଦରବୃଦ୍ଧି ବିରୁଦ୍ଧରେ ବିକେଏମ୍ୟୁ ଓ ସିପିଆଇର ବିକ୍ଷୋଭ
ଭୁବନେଶ୍ୱର, ୧୮ ମେ (ହି.ସ.) ଆଜି ଭାରତୀୟ କ୍ଷେତମଜଦୂର ୟୁନିୟନ୍ ଓ ସିପିଆଇ ଭୁବନେଶ୍ୱର ଜୋନାଲ୍ କମିଟି ପକ୍ଷରୁ ଡିଜେଲ୍, ପେଟ୍ରୋଲ୍, ରନ୍ଧନଗ୍ୟାସ୍ ଓ ବସ୍ ଭଡା ବୃଦ୍ଧି ବିରୁଦ୍ଧରେ ଭୁବନେଶ୍ୱରଠାରେ ବିକେଏମ୍ୟୁ ରାଜ୍ୟ ସମ୍ପାଦକ ସୁର ଜେନାଙ୍କ ନେତୃତ୍ୱରେ ରାଜମହଲ ଛକଠାରେ ଏକ ବିକ୍ଷୋଭ ଓ ରାସ୍ତାରୋକ
ଡିଜେଲ, ପେଟ୍ରୋଲ୍, ରନ୍ଧନ ଗ୍ୟାସ୍ ଓ ବସ୍ ଭଡ଼ା ଦରବୃଦ୍ଧି ବିରୁଦ୍ଧରେ ବିକେଏମ୍ୟୁ ଓ ସିପିଆଇର ବିକ୍ଷୋଭ


ଭୁବନେଶ୍ୱର, ୧୮ ମେ (ହି.ସ.) ଆଜି ଭାରତୀୟ କ୍ଷେତମଜଦୂର ୟୁନିୟନ୍ ଓ ସିପିଆଇ ଭୁବନେଶ୍ୱର ଜୋନାଲ୍ କମିଟି ପକ୍ଷରୁ ଡିଜେଲ୍, ପେଟ୍ରୋଲ୍, ରନ୍ଧନଗ୍ୟାସ୍ ଓ ବସ୍ ଭଡା ବୃଦ୍ଧି ବିରୁଦ୍ଧରେ ଭୁବନେଶ୍ୱରଠାରେ ବିକେଏମ୍ୟୁ ରାଜ୍ୟ ସମ୍ପାଦକ ସୁର ଜେନାଙ୍କ ନେତୃତ୍ୱରେ ରାଜମହଲ ଛକଠାରେ ଏକ ବିକ୍ଷୋଭ ଓ ରାସ୍ତାରୋକ ଅନୁଷ୍ଠିତ ହୋଇଯାଇଛି ।

ଆଜି ପୂର୍ବାହ୍ନ ୧୦.୩୦ ମିନିଟ୍ରେ ଭଗବତୀ ଭବନଠାରୁ ଶତାଧିକ ବିକେଏମ୍ୟୁ ଓ ସିପିଆଇ କର୍ମୀ ବିଭିନ୍ନ ସ୍ଲୋଗାନ ସହ ହାତରେ ପ୍ଲାକାର୍ଡ ଓ ଖାଲି ଗ୍ୟାସ ସିଲିଣ୍ଡର ଧରି, ଟ୍ରଲି ଉପରେ ଗାଡ଼ି ଲଦି ଏକ ଅଭିନବ ଉପାୟରେ ପ୍ରତିବାଦ କରିବା ସହ ରାଜମହଲ ଛକଠାରେ ପହଂଚି ବିକ୍ଷୋଭ ଓ ରାସ୍ତାରୋକ କରିଥିଲେ । ସିପିଆଇ ସମ୍ପାଦକ ମଣ୍ଡଳୀ ସଭ୍ୟ କମ୍ରେଡ୍ ଏନ୍ ନାରାୟଣ ରେଡ୍ଡୀ ଓ ବିକେଏମ୍ୟୁ ରାଜ୍ୟ ସମ୍ପାଦକ କମ୍ରେଡ୍ ସୁର ଜେନା, ଉପସ୍ଥିତ ବିକ୍ଷୋଭକାରୀ ଓ ଜନସାଧାରଣଙ୍କୁ ଉଦ୍ୱୋଧନ ଦେଇ ୫ଟି ରାଜ୍ୟ ନିର୍ବାଚନ ପୂର୍ବରୁ ସରକାର ଦେଶରେ ଡିଜେଲ୍, ପେଟ୍ରୋଲ୍, ସିଏନ୍ଜି, ଖାଇବା ତେଲ ମହଜୁଦ ଅଛି ମିଥ୍ୟା ପ୍ରତିଶ୍ରୁତି ଦେଇ ଦେଶବାସୀ ବ୍ୟସ୍ତ ହୁଅନ୍ତୁ ନାହିଁ ବୋଲି କହି, ନିର୍ବାଚନର ମାତ୍ର କେଇଦିନ ପରେ ପ୍ରଧାନମନ୍ତ୍ରୀ ସୁନା କିଣ ନାହିଁ, ବିଦେଶ ଭ୍ରମଣ କରନାହିଁ, ଡିଜେଲ୍-ପେଟ୍ରୋଲ୍ କମ୍ ଖର୍ଚ୍ଚ କର’ କହି ହଠାତ୍ ଡିଜେଲ୍ ପେଟ୍ରୋଲ୍ ଦରଦାମ ବୃଦ୍ଧି କରି ଦେଶ ଓ ଜନସାଧାରଣଙ୍କୁ ଆତଙ୍କ ଭିତରକୁ ଠେଲି ଦେଇଛନ୍ତି । ଏହାର ଜବାବ ଦେବା ପାଇଁ ଜନସାଧାରଣଙ୍କୁ ଏକାଠି ହେବା ସହ ସରକାର ତୁରନ୍ତ ସମସ୍ତ ବିରୋଧୀ ଦଳଙ୍କୁ ବିଶ୍ୱାସକୁ ନେଇ ଏକ ଶ୍ୱେତପତ୍ର ପ୍ରକାଶ ସହ ଦେଶରେ ଗଚ୍ଛିତ ଥିବା ଡିଜେଲ୍ ଓ ପେଟ୍ରେଲ୍ର ସଠିକ୍ ହିସାବ ଦିଅନ୍ତୁ ବୋଲି ଶ୍ରୀ ରେଡ୍ଡୀ ଓ ଶ୍ରୀ ଜେନା ଆହ୍ୱାନ ଦେଇଥିଲେ ।

ଏହି ରାସ୍ତାରୋକ ଓ ବିକ୍ଷୋଭରେ ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ୱର ଜୋନ୍ ସମ୍ପାଦକ କୈଳାସ ପୁହାଣ, ବିକେଏମ୍ୟୁ ନେତା ଶଙ୍କର ବାରିକ, ଶଙ୍କର ବେହେରା, ଶିବ ବେହେରା, ପଂଚାନନ ସାହୁ, ଅଶୋକ ବାରିକ, ଡାକ ହେମ୍ରମ, ରାଧାକାନ୍ତ ଶତପଥୀ, ଅଭୟ ବାରିକ, ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande