
ନୂଆଦିଲ୍ଲୀ, ୧୮ ମଇ (ହି.ସ.) - ବ୍ରିକ୍ସ ନ୍ୟାୟ ମନ୍ତ୍ରୀମାନଙ୍କ ବୈଠକର ଅଧ୍ୟକ୍ଷତା କରିବା ସହିତ ଆଇନ ମେଳାପ ଓ ବିବାଦର ତ୍ୱରିତ ସମାଧାନ ଦିଗରେ ଭାରତ ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛି। ଏହି କାର୍ଯ୍ୟକ୍ରମର ଆରମ୍ଭ ଗୁଜରାଟର ଗାନ୍ଧୀନଗରରେ ବ୍ରିକ୍ସର ବରିଷ୍ଠ ଅଧିକାରୀ ଓ ନ୍ୟାୟ ମନ୍ତ୍ରୀମାନଙ୍କ ବୈଠକ ସହ ହେବ। ବିଧି ଓ ନ୍ୟାୟ ମନ୍ତ୍ରଣାଳୟ ଅନୁସାରେ, ବିଧି ବିଭାଗ ଏହି ବୈଠକର ଆୟୋଜନ କରିବ। ଏଥିରେ ବ୍ରାଜିଲ୍, ରୁଷ, ଭାରତ, ଚୀନ୍ ଓ ଦକ୍ଷିଣ ଆଫ୍ରିକାର ବରିଷ୍ଠ ଅଧିକାରୀମାନେ ଯୋଗ ଦେବେ। ବୈଠକରେ ସଂସ୍ଥାଗତ ମଧ୍ୟସ୍ଥତା, ମଧ୍ୟସ୍ଥତା ସଂଶୋଧନ ଏବଂ ବାଣିଜ୍ୟିକ ଓ ସରକାରୀ କ୍ଷେତ୍ରର ବିବାଦରେ ବିକଳ୍ପ ବିବାଦ ସମାଧାନର ଭୂମିକା ଉପରେ ବିଶ ଆଲୋଚନା ହେବ।
ଏହା ସହିତ ଅଦାଲତରେ ଲମ୍ବିତ ମାମଲା କମେଇବା ଓ କମ ଖର୍ଚ୍ଚରେ ସମୟୋପଯୋଗୀ ନ୍ୟାୟ ପ୍ରଦାନ କରିବାକୁ ସହାୟକ ସଂଶୋଧନଗୁଡ଼ିକର ସମୀକ୍ଷା ମଧ୍ୟ କରାଯିବ।
ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ