ପେଟ୍ରୋଲ, ଡିଜେଲ ଓ କ୍ଷୀର ଦର ବୃଦ୍ଧିକୁ ନେଇ ମହିଳା କଂଗ୍ରେସର ବିକ୍ଷୋଭ
ଜୟପୁର, ୧୮ ମେ (ହି.ସ.) - ପେଟ୍ରୋଲ ଲିଟର ଫିଛା ୩ଟଙ୍କା, ଡିଜେଲ ଲିଟର ପିଛା ୩ଟଙ୍କା ଏବଂ ଓମଫେଡ କ୍ଷୀର ଲିଟର ପିଛା ୪ଟଙ୍କା ଦର ବୃଦ୍ଧି ସହିତ ଅମୂଲ, ମଦର ଡାଇରି ଆଦି କ୍ଷୀରର ଅସ୍ୱାଭାବିକ ମହଙ୍ଗା ବିରୋଧରେ ଜିଲ୍ଲା ମହିଳା କଂଗ୍ରେସ ପକ୍ଷରୁ ଆଜି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଅଖିଳ ଭାରତୀୟ ମହିଳ
ପେଟ୍ରୋଲ ଡିଜେଲ ଓ କ୍ଷୀର ଦର ବୃଦ୍ଧିକୁ ନେଇ ମହିଳା କ˚ଗ୍ରେସର ବିକ୍ଷୋଭ


ଜୟପୁର, ୧୮ ମେ (ହି.ସ.) - ପେଟ୍ରୋଲ ଲିଟର ଫିଛା ୩ଟଙ୍କା, ଡିଜେଲ ଲିଟର ପିଛା ୩ଟଙ୍କା ଏବଂ ଓମଫେଡ କ୍ଷୀର ଲିଟର ପିଛା ୪ଟଙ୍କା ଦର ବୃଦ୍ଧି ସହିତ ଅମୂଲ, ମଦର ଡାଇରି ଆଦି କ୍ଷୀରର ଅସ୍ୱାଭାବିକ ମହଙ୍ଗା ବିରୋଧରେ ଜିଲ୍ଲା ମହିଳା କଂଗ୍ରେସ ପକ୍ଷରୁ ଆଜି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଅଖିଳ ଭାରତୀୟ ମହିଳା କଂଗ୍ରେସ ସଭାନେତ୍ରୀ ଅଳକା ଲାମ୍ବାଙ୍କ ନିର୍ଦ୍ଧେଶ ଓ ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ମିନାକ୍ଷୀ ବାହିନୀପତିଙ୍କ ଆହ୍ୱାନକ୍ରମେ ସ୍ଥାନୀୟ ତଡି ପେଟ୍ରୋଲ ପମ୍ପ ନିକଟରେ ଆୟୋଜିତ ଏହି ପ୍ରତିବାଦ କାର୍ଯ୍ୟକ୍ରମରେ ଶ୍ରୀମତି ବାହିନୀପତି ଉପସ୍ଥିତ ରହି ଲଗାତାର ମହଙ୍ଗାମାଡର ଚାପରେ ସାଧାରଣ ଜନତା ଚାପି ହୋଇଗଲେଣି। ପେଟ୍ରୋଲିୟମ ପଦାର୍ଥ ଓ କ୍ଷୀର ଦର ବୃଦ୍ଧି ଜନଜୀବନକୁ ଗୁରୁତର ଭାବେ ପ୍ରଭାବିତ କରୁଛି। ଏହି ଜନ ବିରୋଧୀ ନିଷ୍ପତିର ପ୍ରତିବାଦରେ ଆଜିର ବିକ୍ଷୋଭ କରାଯାଇଛି ବୋଲି କହିଥିଲେ। ଏହି ବିକ୍ଷୋଭ ସମୟରେ ଅନ୍ୟ ମାନଙ୍କ ମଧ୍ୟରେ ବ୍ଲକ ସଭାପତି ବସନ୍ତ ନାୟକ, ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ନଳିନୀ ରଥଙ୍କ ସମେତ ଛାତ୍ର କଂଗ୍ରେସ, ଯୁବ କଂଗ୍ରେସ କର୍ମକର୍ତା ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande