ବରିଷ୍ଠ ନାଗରିକ ମହାସଂଘକୁ ସମାଜସେବୀ ଧୀରେନ୍ଦ୍ର ସାହୁଙ୍କ ଆମ୍ବୁଲାନ୍ସ ଦାନ
ଭଦ୍ରକ, ୧୮ ମଇ (ହି.ସ.) - ସମାଜସେବୀ ତିହିଡି ଅଂଚଳର ଧୀରେନ୍ଦ୍ର କୁମାର ସାହୁ (ବାବି) ଆଜି ବରିଷ୍ଠ ନାଗରିକଙ୍କ ସ୍ୱାସ୍ଥ୍ୟସେବା ଉଦ୍ଦେଶ୍ୟରେ ଏକ ଆମ୍ବୁଲାନ୍ସ ଉତ୍ସର୍ଗ କରିଥିଲେ। ଏହି ଅବସରରେ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଜିଲାପାଳ ଡଃ ଦିଲୀପ ରାଉତରାଏ ଆମ୍ବୁଲାନ୍ସ ସେବା ଉଦ୍ଘାଟନ କରିଛନ୍ତି
DHIRENDRA SAHU NKA AMBULANCE DANA


ଭଦ୍ରକ, ୧୮ ମଇ (ହି.ସ.) - ସମାଜସେବୀ ତିହିଡି ଅଂଚଳର ଧୀରେନ୍ଦ୍ର କୁମାର ସାହୁ (ବାବି) ଆଜି ବରିଷ୍ଠ ନାଗରିକଙ୍କ ସ୍ୱାସ୍ଥ୍ୟସେବା ଉଦ୍ଦେଶ୍ୟରେ ଏକ ଆମ୍ବୁଲାନ୍ସ ଉତ୍ସର୍ଗ କରିଥିଲେ। ଏହି ଅବସରରେ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଜିଲାପାଳ ଡଃ ଦିଲୀପ ରାଉତରାଏ ଆମ୍ବୁଲାନ୍ସ ସେବା ଉଦ୍ଘାଟନ କରିଛନ୍ତି। ବାବି ବାବୁଙ୍କ ଏହି ମହତ୍ ଉଦ୍ଦେଶ୍ୟକୁ ଜିଲାପାଳ ପ୍ରସଂଶା କରିବା ସହ ଆମ୍ବୁଲାନ୍ସ ସେବାର ସୁବିନିଯୋଗ କାମନା କରିଥିଲେ। ଏହି ଅବସରରେ ଜିଲାପାଳ ଡଃ ରାଉତରାଏ ତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଅନ୍ୟପକ୍ଷରେ ସମାଜସେବୀ ଶ୍ରୀ ସାହୁ କହିଲେ ଯେ ପିତାମାତାଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ମୋର ସମାଜସେବା ପ୍ରତି ଆଗ୍ରହ ପ୍ରକାଶ ପାଇଛି। ବରିଷ୍ଠ ନାଗରିକମାନଙ୍କ ଆଶୀର୍ବାଦ ମୋ ପ୍ରତି ରହିଲେ ଆହୁରି ଆଗକୁ ବଢିଚାଲିବି ବୋଲି ସେ କହିଥିଲେ। ଏହାବ୍ୟତୀତ ଆସନ୍ତା ଦିନରେ ଜିଲାର ୭ଟି ବ୍ଲକ୍କୁ ଏଭଳି ଆମ୍ବୁଲାନ୍ସ ସେବା ଯୋଗାଇଦେବାକୁ ମୁଁ ନିଷ୍ପତି ନେଇଛି।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande