ବର୍ଷା ପୂର୍ବରୁ ହାତିଆନାଳ କେନାଲ ମରାମତି ପାଇଁ ଚାଷୀଙ୍କ ଦାବି
Demand to repair hatia nala
ବର୍ଷା ପୂର୍ବରୁ ହାତିଆନାଳ କେନାଲ ମରାମତି ପାଇଁ ଚାଷୀଙ୍କ ଦାବି


ଝାରସୁଗୁଡା , 18 ମେ (ହି.ସ.)ଲଇକେରା ଅଞ୍ଚଳର ଚାଷୀମାନେ ହାତିଆନାଳ କ୍ଷୁଦ୍ର ଜଳସେଚନ ପ୍ରକଳ୍ପର କେନାଲ ଗୁଡ଼ିକର ଶୀଘ୍ର ମରାମତି ପାଇଁ ପ୍ରଶାସନଙ୍କ ନିକଟରେ ଦାବି ଜଣାଇଛନ୍ତି । ଏହି ଅଞ୍ଚଳର ଚାଷୀମାନେ ଦୀର୍ଘଦିନ ଧରି ହାତିଆନାଳ କେନାଲର ପାଣି ଉପରେ ନିର୍ଭର କରି ଚାଷ କାର୍ଯ୍ୟ କରିଆସୁଛନ୍ତି ।ଚାଷୀମାନଙ୍କ କହିବା ଅନୁଯାୟୀ, ବିଗତ ବର୍ଷ ଅତ୍ୟଧିକ ଓ ଲଗାତାର ବର୍ଷା ଯୋଗୁଁ ହାତିଆନାଳ କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ମୁଖ୍ୟ କେନାଲ, ଶାଖା କେନାଲ, ପ୍ରଶାଖା ଓ ଉପଶାଖା କେନାଲର ବିଭିନ୍ନ ସ୍ଥାନରେ ଭାରୀ କ୍ଷୟକ୍ଷତି ଘଟିଛି । ଅନେକ ସ୍ଥାନରେ କେନାଲ ଧୋଇଯାଇଥିବାରୁ ଜଳସେଚନ ବ୍ୟବସ୍ଥା ବାଧାପ୍ରାପ୍ତ ହୋଇଛି ।

ଚାଷୀମାନେ ଅଭିଯୋଗ କରିଛନ୍ତି ଯେ, ବିଭାଗୀୟ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ମରାମତି କାର୍ଯ୍ୟ ଆରମ୍ଭ ହୋଇନାହିଁ । ଏହାକୁ ନେଇ ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ବର୍ଷା ପୂର୍ବରୁ କାମ ସମ୍ପୂର୍ଣ୍ଣ ହେବ କି ନାହିଁ ସେଥିପାଇଁ ସନ୍ଦେହ ସୃଷ୍ଟି ହୋଇଛି । ଆସନ୍ତା ଚାଷ ଋତୁକୁ ଦୃଷ୍ଟିରେ ରଖି ଚାଷୀମାନେ ବର୍ଷା ପୂର୍ବରୁ ଯୁଦ୍ଧକାଳୀନ ଭିତ୍ତିରେ କେନାଲ ମରାମତି କାମ କରାଯିବା ପାଇଁ ପ୍ରଶାସନଙ୍କୁ ଅନୁରୋଧ କରିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande