ବିଦ୍ୟୁତ୍ କାର୍ଯ୍ୟାଳୟ ସମ୍ମୁଖରେ ଠିକା ଶ୍ରମିକ ସଂଘ ପକ୍ଷରୁ ବିଶାଳ ଗଣ ଧାରଣା
କେନ୍ଦ୍ରାପଡା-୧୮ ମେ (ହି.ସ.) : କେନ୍ଦ୍ରାପଡା ଜିଲ୍ଲା ଇଲେକ୍ଟ୍ରିସିଟି ଠିକା ଶ୍ରମିକ ସଂଘ ପକ୍ଷରୁ ପାରାଦ୍ୱିପ ସର୍କଲ ଅଫିସ କେନ୍ଦ୍ରାପଡା ବିଦ୍ୟୁତ୍ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ଗଣ ଧାରଣା ଦିଆଯାଇଛି । ଟାଟା ପାୱାର ର ଶ୍ରମିକ ଅସନ୍ତୋଷ, ନିର୍ଯ୍ୟାତନା, ଠକେଇ, ଶ୍ରମିକ ଛଟେଇ ପ୍ରଭୃତି ଠିକା କମ
----ବିଦ୍ୟୁତ୍ କାର୍ଯ୍ୟାଳୟ ସମ୍ମୁଖରେ ଠିକା ଶ୍ରମିକ ସଂଘ ପକ୍ଷରୁ ବିଶାଳ ଗଣ ଧାରଣା


କେନ୍ଦ୍ରାପଡା-୧୮ ମେ (ହି.ସ.) : କେନ୍ଦ୍ରାପଡା ଜିଲ୍ଲା ଇଲେକ୍ଟ୍ରିସିଟି ଠିକା ଶ୍ରମିକ ସଂଘ ପକ୍ଷରୁ ପାରାଦ୍ୱିପ ସର୍କଲ ଅଫିସ କେନ୍ଦ୍ରାପଡା ବିଦ୍ୟୁତ୍ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ଗଣ ଧାରଣା ଦିଆଯାଇଛି । ଟାଟା ପାୱାର ର ଶ୍ରମିକ ଅସନ୍ତୋଷ, ନିର୍ଯ୍ୟାତନା, ଠକେଇ, ଶ୍ରମିକ ଛଟେଇ ପ୍ରଭୃତି ଠିକା କମ୍ରଚାରୀଙ୍କ କ୍ଷେତ୍ରରେ ଅସନ୍ତୋଷର ମୁଖ୍ୟ କାରଣ ହୋଇ ଉଭା ହୋଇଛି । ସଂଘର ବାରମ୍ବାର ଦାବି ସତ୍ୱେ ଟିପିସିଓଡିଏଲ କତୃପକ୍ଷ ବେଆଇନ ଛଟେଇ ଆରମ୍ଭ କରି ଠିକା ଶ୍ରମିକ ମାନଙ୍କ ମଧ୍ୟରେ ଅସନ୍ତୋଷର ବାତାବରଣ ଦେଖା ଦେଇଛି । ଏନେଇ ସଂଗ ପକ୍ଷରୁ ୧ ହଜାରରୁ ଉର୍ଦ୍ଧ୍ୱ ଠିକା ଶ୍ରମିକ କେନ୍ଦ୍ରାପଡା କାର୍ଯ୍ୟାଳୟ ସମ୍ମୁଖରେ ଗଣ ଧାରଣା ଆରମ୍ଭ କରିଛନ୍ତି । ଏଥିରେ ସଂଘର ମୁଖ୍ୟ ଉପଦେଷ୍ଟା ଆଇନଜିବୀ ଭୀମସେନ ଭୂୟାଁ, ଜିଲ୍ଲା କାର୍ଯ୍ୟକାରୀ ସଭାପତି କୃଷ୍ଣଚନ୍ଦ୍ର ମଲିକ, ସାଧାରଣ ସଂପାଦକ ଶିଶିର କୁମାର ନାୟକ, କେନ୍ଦ୍ରାପଡା ଡିଭିଜନର ସଭାପତି ଚର୍ତୁଭୁଜ ଦାସ, ସଂପାଦକ ମନୋଜ ନାୟକ, ମାର୍ଶାଘାଇ ଡିଭିଜନର ସଭାପତି ଗିରିଶ ଚନ୍ଦ୍ର ବେହେରା, ସଂପାଦକ ଅସିତ କୁମାର ସ୍ୱାଇଁ, ଅମୀୟ ରଂଜନ ସାହୁ, ପ୍ରସନ୍ନ କୁମାର ନାୟକ, ପ୍ରସାଦ କୁମାର ଲେଙ୍କା, ପ୍ରଶାନ୍ତ କୁମାର ବାରିକ, ପ୍ରକାଶ କୁମାର କୁଣ୍ଡ, କୁମାର ଜିତେନ୍ଦ୍ର ବିଶ୍ୱାଳ, ଜ୍ଞାନ ରଂଜନ ସାମଲ, ମାନସ ଦାସ, ସଂଜୟ ରାଉତ, ମହନୀ ଚରଣ ପ୍ରଧାନ, ପ୍ରମୋଦ ସାହୁ, ସପ୍ନେଶ୍ୱର ମଲିକ, ମହେଶ୍ୱର ସାହୁ ପ୍ରମୁଖ ସଂଘର କର୍ମକର୍ତା ମାନେ ବକ୍ତବ୍ୟ ରଖି ଟାଟା ପାୱାର ର ଗଣତାନ୍ତ୍ରିକ କାର୍ଯ୍ୟର ନିନ୍ଦା କରିଥିଲେ । ଶ୍ରମିକ ଛଟେଇ ବନ୍ଦ କରିବା, ଛଟେଇ ହୋଇଥିବା କର୍ମଚାରୀଙ୍କୁ ପୁନର୍ବାର ଥଇଥାନ କରିବା ଓ ଚାକିରୀ ନିୟମିତ କରିବା, ଅଗଷ୍ଟ ୨୦୨୫ ର ବାକି ଥିବା ୧୨ ଦିନର ଦରମା ପ୍ରଦାନ କରିବା, ସମାନ କାମକୁ ସମାନ ଦରମା ମଜୁରୀ ପ୍ରଦାନ କରିବା, କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଚଳିତ ସର୍ବନିମ୍ନ ବେତନ ପ୍ରଦାନ କରିବା ଓ ଚିକିତ୍ସା ସୁବିଧା ଓ ଭବିଷ୍ୟ ନିଧି ପାଣ୍ଠି ପ୍ରଦାନ ଆଦି ଦାବି ଗୁଡିକ ଲାଗୁ କରିବା ପାଇଁ ସବାରେ ଦାବି ଉପସ୍ଥାପନ କରାଯାଇ ଥିଲା । ଅନିର୍ଦ୍ଧିଷ୍ଟ କାଳ ପାଇଁ ଧାରଣା ଚାଲୁ ରହିବ ବୋଲି କାର୍ଯ୍ୟକାରୀ ସଭାପତି ଶ୍ରୀ ମଲିକ ସୂଚନା ଦେଇଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande