
ବହରାଇଚ୍, ୧୮ ମଇ (ହି ସ) ରବିବାର ବିଳମ୍ବିତ ରାତିରେ ଉତ୍ତର ପ୍ରଦେଶର ବହରାଇଚ୍-ନାନପାରା ରାସ୍ତାରେ ମାଟେରା ଥାନା ଅନ୍ତର୍ଗତ ଦିହୱା ନିକଟରେ ଏକ ସଡ଼କ ଦୁର୍ଘଟଣାରେ ଚାରି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ଦ୍ରୁତ ଗତିରେ ଆସୁଥିବା ଏକ କାର୍ କମ୍ପାଉଣ୍ଡ୍ କାନ୍ଥକୁ ଧକ୍କା ଦେବା ଫଳରେ ଏହି ଦୁର୍ଘଟଣା ଘଟିଥିଲା। ଧକ୍କା ଏତେ ଭୟଙ୍କର ଥିଲା ଯେ କାର ଟିରେ ବିସ୍ଫୋରଣ ହୋଇଯାଇଥିଲା। ପୋଲିସ ଅଧୀକ୍ଷକ ବିଶ୍ୱଜିତ୍ ଶ୍ରୀବାସ୍ତବ ଏବଂ ଏ. ଏସ୍. ପି. ଗ୍ରାମୀଣ ଡିପି ତିୱାରୀ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି।
ମୃତକମାନେ ହେଉଛନ୍ତି ରାମଗାଓଁ ଥାନା ଅଞ୍ଚଳର ସୁରେଶଙ୍କ ପୁଅ ଅନୀଲ, ଶ୍ୟାମ ନାରାୟଣଙ୍କ ପୁଅ ଅନୀଲ, ରାଧେଶ୍ୟମଙ୍କ ପୁଅ ମହେନ୍ଦ୍ର ଏବଂ ଅବଦୁଲ କାଦିରଙ୍କ ପୁଅ ଅଲତାଫ। ତେବେ କୋଟୱାଲି ନଗର ଅଞ୍ଚଳର ବାସିନ୍ଦା ଶିବମ ଶ୍ରୀବାସ୍ତବ ଏବଂ ଅଶ୍ୱିନୀ କୁମାର ଗୁରୁତର ଆହତ ହୋଇଛନ୍ତି।
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ