ଗ୍ୟାସ ବୁକିଙ୍ଗ ନାଁରେ ସାଇବର ଠକେଇ : ଓଟିପି ଦେଇ ୩୬ ହଜାରରୁ ଊର୍ଦ୍ଧ୍ୱ ଠକେଇ, ଗୋବିନ୍ଦପୁର ଥାନାରେ ଅଭିଯୋଗ
ଗ୍ୟାସ ବୁକିଙ୍ଗ ନାଁରେ ସାଇବର ଠକେଇ : ଓଟିପି ଦେଇ ୩୬ ହଜାରରୁ ଊର୍ଦ୍ଧ୍ୱ ଠକେଇ, ଗୋବିନ୍ଦପୁର ଥାନାରେ ଅଭିଯୋଗ
ଗ୍ୟାସ ବୁକିଙ୍ଗ ନାଁରେ ସାଇବର ଠକେଇ : ଓଟିପି ଦେଇ ୩୬ ହଜାରରୁ ଊର୍ଦ୍ଧ୍ୱ ଠକେଇ, ଗୋବିନ୍ଦପୁର ଥାନାରେ ଅଭିଯୋଗ


ଗ୍ୟାସ ବୁକିଙ୍ଗ ନାଁରେ ସାଇବର ଠକେଇ : ଓଟିପି ଦେଇ ୩୬ ହଜାରରୁ ଊର୍ଦ୍ଧ୍ୱ ଠକେଇ, ଗୋବିନ୍ଦପୁର ଥାନାରେ ଅଭିଯୋଗ


ଗ୍ୟାସ ବୁକିଙ୍ଗ ନାଁରେ ସାଇବର ଠକେଇ : ଓଟିପି ଦେଇ ୩୬ ହଜାରରୁ ଊର୍ଦ୍ଧ୍ୱ ଠକେଇ, ଗୋବିନ୍ଦପୁର ଥାନାରେ ଅଭିଯୋଗ


ସମ୍ବଲପୁର,୧୮, ମେ (ହି.ସ.) ସମ୍ବଲପୁର ଜିଲ୍ଲା ବାମରା ଅଂଚଳରେ ଏବେ ନୁଆ ପଦ୍ଧତିରେ ସାଇବର ଠକେଇ ମୁଣ୍ଡ ଟେକିଥିବା ଦେଖାଯାଇଛି । ବର୍ତମାନର ଜାଳେଣୀ ଗ୍ୟାସର ଅଭାବକୁ ଦୃଷ୍ଟିରେ ରଖି ଗ୍ରାମାଂଚଳର ସାଧାରଣ ଲୋକଙ୍କୁ କିଛି ଧୂର୍ତ ଟାର୍ଗେଟ୍ କରୁଛନ୍ତି। ଗ୍ୟାସ ବୁକିଙ୍ଗ ନାଁରେ ଓଟିପି ମାଗି ଜଣେ ବ୍ୟକ୍ତିଙ୍କ ବ୍ୟାଙ୍କ ଖାତାରୁ ୩୬ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ଠକି ନେଇଥିବା ଘଟଣା ସମଗ୍ର ବାମରା ବ୍ଲକ ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ବାମରା ବ୍ଲକ ଅନ୍ତର୍ଗତ ଟାଙ୍ଗରମୁଣ୍ଡା ଗ୍ରାମର ଜନୈକ ବ୍ୟକ୍ତି ଏହି ଠକେଇର ଶିକାର ହେବା ଜାଣିବା ପରେ ତୁରନ୍ତ ଗୋବିନ୍ଦପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଏଭଳି ଅଭିଯୋଗ ପାଇବା ପରେ ପୋଲିସ ତୁରନ୍ତ ଘଟଣାର ତଦନ୍ତ ଆରମ୍ଭ କରିଛି। ସୂଚନାନୁସାରେ ଟାଙ୍ଗରମୁଣ୍ଡା ଗ୍ରାମର ଅକ୍ଷୟ ସେଠଙ୍କ ମୋବାଇଲକୁ ଏକ ଅଜଣା ନମ୍ବରରୁ କଲ୍ ଆସିଥିଲା। ଫୋନ୍ କରିଥିବା ବ୍ୟକ୍ତି ନିଜକୁ ଗ୍ୟାସ ଏଜେନ୍ସି କର୍ମଚାରୀ ବୋଲି ପରିଚୟ ଦେଇ ଗ୍ୟାସ ଟାଙ୍କି ବୁକିଙ୍ଗ ପାଇଁ ମୋବାଇଲକୁ ଆସିଥିବା ଓଟିପି ନମ୍ବର କହିବାକୁ ଅନୁରୋଧ କରିଥିଲେ। ଠକେଇ ବିଷୟରେ ଅବଗତ ନଥିବା ଅକ୍ଷୟ ତାଙ୍କ କଥାରେ ବିଶ୍ୱାସ କରି ଓଟିପି ସେୟାର କରିଦେଇଥିଲେ। ଓଟିପି ମିଳିବା ପରେ ସାଇବର ଠକମାନେ କିଛି ସମୟ ମଧ୍ୟରେ ଅକ୍ଷୟଙ୍କ ବ୍ୟାଙ୍କ ଖାତାରୁ ବିଭିନ୍ନ ପର୍ଯ୍ୟାୟରେ ୩୨ ହଜାର ୫ ଶହ ଟଙ୍କା ଲୁଟିନେଇଥିଲେ। ତେବେ ଘଟଣା ଏଠାରେ ଏତିକିରେ ଥମିନଥିଲା। ପରଦିନ ପୁଣି ସେହି ନମ୍ବରରୁ ଫୋନ୍ ଆସିଥିବା ବେଳେ ଅକ୍ଷୟଙ୍କ ସ୍ତ୍ରୀ ଫୋନ୍ ରିସିଭ୍ କରିଥିଲେ। ପୂର୍ବ ଦିନର ଠକେଇ ବିଷୟରେ ଅବଗତ ନଥିବାରୁ ସେ ମଧ୍ୟ ଫୋନ୍ କରୁଥିବା ବ୍ୟକ୍ତିଙ୍କୁ ପରବର୍ତି ଓଟିପି ନମ୍ବର ଦେଇ ଦେଇଥିଲେ। ଏହାପରେ ତାଙ୍କ ଖାତାରୁ ପୁନର୍ବାର ଆହୁରି ୪ ହଜାର ଟଙ୍କା କଟିଯାଇଥିଲା।

ମୋବାଇଲକୁ ବ୍ୟାଙ୍କ ଟ୍ରାଞ୍ଜାକ୍ସନ୍ ମେସେଜ ଆସିବା ପରେ ଅକ୍ଷୟ ନିଜେ ସାଇବର ଠକେଇର ଶିକାର ହୋଇଥିବା ଜାଣିପାରିଥିଲେ। ପରେ ସେ ତୁରନ୍ତ ଗୋବିନ୍ଦପୁର ଥାନାରେ ପହଂଚି ଲିଖିତ ଅଭିଯୋଗ କରିଥିଲେ। ପୋଲିସ ପକ୍ଷରୁ ମାମଲାର ତଦନ୍ତ ଜାରି ରହିଥିବା ବେଳେ ମୋବାଇଲ ନମ୍ବର ଓ ବ୍ୟାଙ୍କ ଟ୍ରାଞ୍ଜାକ୍ସନ୍ର ତଥ୍ୟ ଆଧାରରେ ସାଇବର ଠକଙ୍କୁ ଚିହ୍ନଟ କରିବା ପ୍ରୟାସ ଚାଲିଥିବା ସୂଚନା ମିଳିଛି।

ଏହି ଘଟଣା ପରେ ଗୋବିନ୍ଦପୁର ଥାନା ପକ୍ଷରୁ ସାଧାରଣ ଲୋକଙ୍କୁ ସାଇବର ସଚେତନତା ବାର୍ତା ଦିଆଯାଇଛି। ଥାନା ଅଧିକାରୀ ପଦ୍ମାଳୟା ସାହୁ କହିଛନ୍ତି ଯେ, ବ୍ୟାଙ୍କ, ଗ୍ୟାସ ଏଜେନ୍ସି, ଆଧାର, ପାନ୍ କାର୍ଡ କିମ୍ବା କୌଣସି ସରକାରୀ ସଂସ୍ଥା କେବେ ମଧ୍ୟ ଫୋନ୍ କରି ଓଟିପି, ଏଟିଏମ୍ ପିନ୍, ସିଭିଭି ନମ୍ବର କିମ୍ବା ବ୍ୟାଙ୍କ ତଥ୍ୟ ମାଗନ୍ତି ନାହିଁ। ଅଜଣା ନମ୍ବରରୁ କଲ୍ ଆସିଲେ କୌଣସି ପ୍ରକାରର ଗୋପନୀୟ ସୂଚନା ସେୟାର ନ କରିବାକୁ ସେ ଅନୁରୋଧ କରିଛନ୍ତି। ସେ ଆହୁରି କହିଛି ଯେ, ଯଦି କାହାରି ସହ ଏପରି ସାଇବର ଠକେଇ ଘଟେ, ତେବେ ସେମାନେ ତୁରନ୍ତ ୧୯୩୦ ସାଇବର ହେଲ୍ପଲାଇନ୍ ନମ୍ବରରେ ଯୋଗାଯୋଗ କରନ୍ତୁ କିମ୍ବା ନିକଟସ୍ଥ ଥାନାରେ ଅଭିଯୋଗ କରନ୍ତୁ। ସମୟ ମଧ୍ୟରେ ଅଭିଯୋଗ କଲେ ଲୁଟ୍ ହୋଇଥିବା ଟଙ୍କା ଫେରି ପାଇବାର ସମ୍ଭାବନା ଥାଏ। ଏହା ସହିତ ଅଜଣା ଲିଙ୍କ୍, ଫେକ୍ ଆପ୍ ଓ ସନ୍ଦେହଜନକ ଫୋନ୍ କଲ୍ରୁ ସତର୍କ ରହିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande