ନାବାଳିକା ଦୁଷ୍କର୍ମ ମାମଲାରେ ଦୋଷୀକୁ 20 ବର୍ଷ ସଶ୍ରମ କାରାଦଣ୍ଡ
ଜୟପୁର , 18 ମେ (ହି.ସ.) - କୋରାପୁଟ ଜିଲ୍ଲା ବୋରିଗୁମ୍ମା ଥାନା ଅଂଚଳ ରେ ନାବାଳିକା ସହ ଦୁଷ୍କର୍ମ ଓ ଗର୍ଭବତୀ କରିବା ମାମଲା ଜୟପୁର ସ୍ବତନ୍ତ୍ର ପକ୍ସୋ ଫାଷ୍ଟଟ୍ରାକ କୋର୍ଟର ରେ ଆଜି ଶୁଣାଣି ହୋଇଛି l ଅଭିଯୁକ୍ତ କୁ 20 ବର୍ଷ ସଶ୍ରମ କାରାଦଣ୍ଡ ସହ 22 ହଜାର ଟଙ୍କା ଜୋରିମାନା ନିଦ୍ଦେଶ ଦେଇଛନ
ନାବାଳିକା  ଦୁଷ୍କର୍ମ ମାମଲାରେ ଦୋଷୀକୁ 20 ବର୍ଷ ସଶ୍ରମ କାରାଦଣ୍ଡ ସହ 21 ହଜାର  ଟଙ୍କା ଜୋରିମାନା


ଜୟପୁର , 18 ମେ (ହି.ସ.) - କୋରାପୁଟ ଜିଲ୍ଲା ବୋରିଗୁମ୍ମା ଥାନା ଅଂଚଳ ରେ ନାବାଳିକା ସହ ଦୁଷ୍କର୍ମ ଓ ଗର୍ଭବତୀ କରିବା ମାମଲା ଜୟପୁର ସ୍ବତନ୍ତ୍ର ପକ୍ସୋ ଫାଷ୍ଟଟ୍ରାକ କୋର୍ଟର ରେ ଆଜି ଶୁଣାଣି ହୋଇଛି l ଅଭିଯୁକ୍ତ କୁ 20 ବର୍ଷ ସଶ୍ରମ କାରାଦଣ୍ଡ ସହ 22 ହଜାର ଟଙ୍କା ଜୋରିମାନା ନିଦ୍ଦେଶ ଦେଇଛନ୍ତି କୋର୍ଟ । 2024 ମସିହାରେ ଚିକମା ଗ୍ରାମ ବୋରିଗୁମ୍ମା ଥାନା ଅଞ୍ଚଳରେ ଘଟିଥିବା ନାବାଳିକା ଦୁଷ୍କର୍ମ ମାମଲାର ବିଚାର କରି 7 ଜଣ ସାକ୍ଷୀଙ୍କ ସାକ୍ଷ୍ୟ ପ୍ରମାଣକୁ ଭିତ୍ତିକରି ଆଜି ଜୟପୁର ଫାଷ୍ଟ ଟ୍ରାକ ସ୍ୱତନ୍ତ୍ର କୋର୍ଟ ର ଆଡ଼ହକ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ ସୁଶ୍ରୀ ପ୍ରଜ୍ଞା ନଳିନୀ ମିଶ୍ର ଚିକମା ଗ୍ରାମର 52 ବର୍ଷୀୟ ବୁଡୁ @ଜଗବନ୍ଧୁ ନାଗ କୁ ଭାରତୀୟ ନ୍ୟାୟ ସଂହିତା ର ଧାରା 351(2) ସେକ୍ସନ 4(2) &(6) ଅଫ୍ ପୋକ୍ସୋ of POCSO ଆଇନର ଧାରା ରେ 20 ବର୍ଷ ସଶ୍ରମ କାରାଦଣ୍ଡ ସହ 20,000/- ଟଙ୍କା ଜୋରିମାନାରେ ଦଣ୍ଡିତ କରିଛନ୍ତି | ଜୋରିମାନା ଟଙ୍କା ଅଣଦେୟ ଦୋଷୀକୁ 1 ଅଧିକା ସଶ୍ରମ କାରାଦଣ୍ଡ ଭୋଗିବାକୁ ପଡିବ ତା ଛଡା ନାବାଳିକା ପୀଡିତା କୁ ଧମକ ଦେଇଥିବା ଅଭିଯୋଗ ରେ ୟୁ/ଏସ୍ 351(3) ବିଏନଏସ୍ ରେ 1000 ଟଙ୍କା ଜୋରିମାନା ସହ 2 ବର୍ଷ ସଶ୍ରମ କାରାଦଣ୍ଡ ରେ ଦଣ୍ଡିତ କରିଛନ୍ତି | ଜୋରିମାନା ଟଙ୍କା ଅଣଦେୟ ଦୋଷୀକୁ 2ମାସ ଅଧିକା ସଶ୍ରମ କାରାଦଣ୍ଡ ଭୋଗିବାକୁ ପଡିବ ରାୟରେ ଦର୍ଶାଇଛନ୍ତି ଅଦାଲତ | ଆଦାୟ ଜୋରିମାନା ଟଙ୍କା ସହ ସରକାରଙ୍କ ତରଫରୁ ଜିଲ୍ଲା ଆଇନ ସେବା ପ୍ରାଧିକରଣ ମାଧ୍ୟ୍ୟମରେ ପୀଡ଼ିତାଙ୍କୁ 6,00,000/- ଟଙ୍କା ଅନୁକମ୍ପା ମୂଳକ ରାଶି ପ୍ରଦାନ ନିମନ୍ତେ ନିର୍ଦେଶ ଦେଇଛନ୍ତି ମାନ୍ୟବର ଅଦାଲତ | 30/09/2024ଦିନ ନାବାଳିକା - ପୀଡିତା ତାଙ୍କ ବାପା ଓ ମା ନଥିବା ସମୟରେ ଅଭିଯୁକ୍ତ ଜଗବନ୍ଧୁ ନାଗ ପୀଡିତା ଙ୍କ ଘରକୁ ଯାଇ ପୀଡିତାଙ୍କୁ ଛୁରା ଦେଖେଇ ବାରମ୍ବାର ଧର୍ଷଣ କରୁଥିଲା ଫଳରେ ପୀଡିତା ଗର୍ଭବତୀ ହେଇଥିଲେ ପୀଡିତାଙ୍କ ବାପା ଜୟପୁର ମହିଳା ଥାନାରେ ଏକ ରିପୋର୍ଟ କରିଥିଲେ ଯାହାର କେଶ ନମ୍ବର 172 ଡ଼ଟ 30/09/2024 ରେ ଏକ ମାମଲା ରୁଜୁ କରିଥିଲେ ମହିଳା ଥାନା ଅଧିକାରୀ ଶ୍ରୀମତୀ ଅନିତା କୁଜୁର ମାମଲାର ର ତଦନ୍ତ କରି ଜଗବନ୍ଧୁ ନାଗ କୁ ଗିରପ କରି କୋର୍ଟ ଚାଲଣ କରି ତାଙ୍କ ବିରୁଦ୍ଧରେ ଚାର୍ଜସିଟ ଦାଖଲ କରିଥିଲେସରକାରଙ୍କ ତରଫରୁ ସ୍ୱତନ୍ତ୍ର ସରକାରୀ ଓକିଲ ସୁରେଶ କୁମାର ହଡ଼ପ ମାମଲାର ପରିଚାଳନା କରିଥିଲେ |

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande