ଡେରାବିଶ ବ୍ଲକ କାର୍ଯ୍ୟାଳୟରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର
କେନ୍ଦ୍ରାପଡ଼ା, ୧୮ ମଇ(ହି.ସ.) – ଡେରାବିଶ ବ୍ଲକ କାର୍ୟ୍ୟାଳୟଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଟିତ ହୋଇଯାଇଛି। ଏହି ଅଭିଯୋଗ ଶୁଣାଣିରେ ମୋଟ ୫୪ଟି ଅଭିଯୋଗ ଗ୍ରହଣ କରାଯାଇ ଶୁଣାଣୀ କରାଯାଇଥିଲା। ସେଥିମଧ୍ୟରୁ ବ୍ୟକ୍ତିଗତ ୪୪ ଟି ବଭ ସାମୁହିକ ୧୦ ଟି ରହ
ଡେରାବିଶ ବ୍ଲକ କାର୍ଯ୍ୟାଳୟରେ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର


କେନ୍ଦ୍ରାପଡ଼ା, ୧୮ ମଇ(ହି.ସ.) – ଡେରାବିଶ ବ୍ଲକ କାର୍ୟ୍ୟାଳୟଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଟିତ ହୋଇଯାଇଛି। ଏହି ଅଭିଯୋଗ ଶୁଣାଣିରେ ମୋଟ ୫୪ଟି ଅଭିଯୋଗ ଗ୍ରହଣ କରାଯାଇ ଶୁଣାଣୀ କରାଯାଇଥିଲା। ସେଥିମଧ୍ୟରୁ ବ୍ୟକ୍ତିଗତ ୪୪ ଟି ବଭ ସାମୁହିକ ୧୦ ଟି ରହିଥିଲା। ୨ଟି ଅଭିଯୋଗ ତୁରନ୍ତ ସମାଧାନ ହୋଇଥିଲା। ରାଜସ୍ୱ, ସାମାଜିକ ସୁରକ୍ଷା, ଗ୍ରାମୀଣ ଆବାସ, ସରକାରୀ କଲ୍ୟାଣମୂଳକ ଯୋଜନା ଓ ଅନ୍ୟାନ୍ୟ ନାଗରିକ ସମସ୍ୟା ସମ୍ବନ୍ଧୀୟ ଅଭିଯୋଗ ଉପରେ ବିଭିନ୍ନ ବିଭାଗୀୟ ଅଧିକାରୀମାନେ ତୁରନ୍ତ ପଦକ୍ଷେପ ଗ୍ରହଣ କରିଥିଲେ।ଏହି ଅବସରରେ ଜଣେ ଯୋଗ୍ୟ ହିତାଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ(ସିଏମ୍ଆର୍ଏଫ୍) ୫,୦୦୦ ଟଙ୍କାର ସହାୟତା ରାଶି ମଞ୍ଜୁର କରାଯାଇଥିଲା। ପୂର୍ବତନ ଜନ ଅଭିଯୋଗ ଶୁଣାଣିର ଅଗ୍ରଗତି ସମୀକ୍ଷା କରାଯାଇଥିବା ବେଳେ ୧୬.୦୨.୨୦୨୬ ତାରିଖରେ ଅନୁଷ୍ଠିତ ଶୁଣାଣିରେ ଗ୍ରହଣ କରାଯାଇଥିବା ୬୯ଟି ଅଭିଯୋଗ ମଧ୍ୟରୁ ୬୧ଟି ଅଭିଯୋଗର ସମାଧାନ ହୋଇଥିବା ସୂଚନା ପ୍ରଦାନ କରାଯାଇଛି। ଶୁଣାଣିରେ ଜିଲ୍ଲାପାଳ ରଘୁରାମ ଆ.ର୍ ଆୟର, ଆରକ୍ଷୀ ଅଧିକ୍ଷକ ସିଦ୍ଧାର୍ଥ କଟାରିଆ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଅଜମ୍ବର ମହାନ୍ତି, ଅତିରିକ୍ତ ଜିଲ୍ଲାପାଳ ନବକୃଷ୍ଣ ଜେନା, ଏସଡିପିଓ ଜ୍ୟୋତିରଞ୍ଜନ ଗୌଡ଼, ବିଡିଓ ଡେରାବିଶ ନମିତା ବାରିକ, ତହସିଲଦାର ଡେରାବିଶ ସରୋଜ କୁମାର ନାୟକ, ଡେପୁଟି କଲେକ୍ଟର ସରୋଜ କୁମାର ବେହେରାଙ୍କ ସମେତ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande