କଳାହାଣ୍ଡି ଜିଲ୍ଲା ପ୍ରଶାସନଙ୍କ ପେଟ୍ରୋଲ ପମ୍ପ ପରିଦର୍ଶନ
ଭବାନୀପାଟଣା, ୧୮ ମଇ(ହି.ସ.) – ଆଜି ଜିଲ୍ଲାରେ ତୈଳ ଯୋଗାଣ ବିତରଣରେ ଅନିୟମିତତା ହେଉଥିବାର ଅଭିଯୋଗ କ୍ରମେ ଆଜି ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ଆରକ୍ଷୀ ଅଧିକ୍ଷକ ନାଗରାଜ ଦେବରକୋଣ୍ଡା ଓ ଜିଲ୍ଲା ଯୋଗାଣ ଅଧିକାରୀ ଅଜୟ କୁମାର ମଲ୍ଲିକ ମିଳିତ ଭାବରେ ଭବାନୀପାଟଣା ସହରର ବିଭିନ୍ନ ପେଟ୍ରୋଲ ପମ୍ପ ଉପରେ
କଳାହାଣ୍ଡି ଜିଲ୍ଲା ପ୍ରଶାସନ ଙ୍କ ପେଟ୍ରୋଲ ପମ୍ପ ପରିଦର୍ଶନ


ଭବାନୀପାଟଣା, ୧୮ ମଇ(ହି.ସ.) – ଆଜି ଜିଲ୍ଲାରେ ତୈଳ ଯୋଗାଣ ବିତରଣରେ ଅନିୟମିତତା ହେଉଥିବାର ଅଭିଯୋଗ କ୍ରମେ ଆଜି ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ଆରକ୍ଷୀ ଅଧିକ୍ଷକ ନାଗରାଜ ଦେବରକୋଣ୍ଡା ଓ ଜିଲ୍ଲା ଯୋଗାଣ ଅଧିକାରୀ ଅଜୟ କୁମାର ମଲ୍ଲିକ ମିଳିତ ଭାବରେ ଭବାନୀପାଟଣା ସହରର ବିଭିନ୍ନ ପେଟ୍ରୋଲ ପମ୍ପ ଉପରେ ଅଚାନକ ଚଢାଉ କରିଥିଲେ। ଚଢ଼ାଉ ସମୟରେ ପଣ୍ଡା ଫୁଏଲସ ରେ ୧୨୮୯୧ ଲିଟର ଡିଜେଲ ଏବଂ ୧୩୨୪୫ ଲିଟର ପେଟ୍ରୋଲ ଗଚ୍ଛିତ ଥିବା ଜଣା ପଡିଥିଲା। ସେହିପରି ପ୍ରଧାନ ଫୁଏଲସରେ ୫୦୩୮ ଲିଟର ଡିଜେଲ ଏବଂ ୬୮୮୦ ଲିଟର ପେଟ୍ରୋଲ ଗଚ୍ଛିତ ଥିବା ଜଣା ପଡିଥିଲା। ବର୍ତମାନ ସୁଦ୍ଧା ଜିଲ୍ଲାରେ ୪୫୦୮୨୫ ଲିଟର ଡିଜେଲ ଏବଂ ୬୧୩୯୭୮ ଲିଟର ପେଟ୍ରୋଲ ଗଚ୍ଛିତ ଅଛି। ଯଥେଷ୍ଟ ପରିମାଣରେ ପେଟ୍ରୋଲ ଓ ଡିଜେଲ ମହଜୁଦ ଥିବା ଓ ନିୟମିତ ଯୋଗାଣ ଜାରି ରହି ଥିବାରୁ ଜିଲ୍ଲାପାଳ, ଜନସାଧାରଣଙ୍କ ସହ ଆଲୋଚନା କରିଥିଲେ ଓ ଆତଙ୍କିତ ହୋଇ ପେଟ୍ରୋଲ ପମ୍ପ ମାନଙ୍କରେ ଭିଡ ନ ଜମାଇବା ପାଇଁ ଅନୁରୋଧ କରିଥିଲେ। ତୈଳ ମହଜୁଦକାରୀ ଓ କଳାବଜାରୀ କରୁଥିବା ବ୍ୟକ୍ତିମାନଙ୍କ ବିରୁଦ୍ଧରେ ଅତ୍ୟାବଶ୍ୟକୀୟ ଦ୍ରବ୍ୟ ଆଇନ - ୧୯୫୫ ଅନୁଯାୟୀ କଠୋର କାର୍ଯାନୁଷ୍ଠାନ ନେବାକୁ ଜିଲ୍ଲା ଯୋଗାଣ ଅଧିକାରୀ, ସମସ୍ତ ବିଡିଓ ଓ ତହସିଲଦାର ମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ଜୟକୃଷ୍ଣ


 rajesh pande