
କନ୍ଧମାଳ , ୧୮ ମଇ (ହି.ସ.) ଫୁଲବାଣୀ ରେ ମା ନାରାୟଣୀଙ୍କ ସମେତ ପଞ୍ଚ ଠାକୁରାଣୀଙ୍କ ଯାତ୍ରା ରେ ପ୍ରବଳ ଜନସମାଗମ ହେଉଥିବା ବେଳେ ଯାତ୍ରା ର ଶେଷ ଦିିନ ଯେତିକି ପାଖେଇ ଆସୁଛି ଭୀଡ ସେହିଭଳି ଦିନକୁ ଦିନ ବଢୁଥିିବା ଦେଖିବାକୁ ମିଳୁଛି | ମେ ୨୦ ରେ ଶେଷ ହେବାକୁ ଥିବା ଏହି ଓଡ଼ିଶା ପ୍ରସିଦ୍ଧ ଯାତ୍ରା କେବଳ ଫୁଲବାଣୀ ରେ ନୁହେଁ ଦକ୍ଷିଣ ଓଡ଼ିଶାର ଏକ ଲୋକପର୍ବ ଭାବରେ ପାଳନ କରାଯାଇଥାଏ | ପଞ୍ଚଦେବୀ ପ୍ରତ୍ୟେହ ନଗର ଭ୍ରମଣ କରିବା ସହ ସହର ସାରା ତୋରଣ ଓ ଆଲୋକମାଳା ରେ ସଜ୍ଜିତ ହୋଇଛି | ବିଭିନ୍ନ ମାର୍କେଟ କମିଟି ବହୁ ସାଂସ୍କୃତିକ କାର୍ଯ୍ୟକ୍ରମ କରୁଥିବା ବେଳେ ଯାତ୍ରା ପରିଚାଳନା କମିଟି ତରଫରୁ ଆୟୋଜିତ ମେଗା ମେଲୋଡି ପ୍ରୋଗ୍ରାମ ସାଙ୍ଗକୁ ଵି ଟିମ ପଢିଆରେ ମିନା ବଜାର ରେ ଲକ୍ଷ ଲକ୍ଷ ଲୋକ ଯୋଗ ଦେଇ ବିଭିନ୍ନ ଦୋଳି, ଖାଇବା ଜିନିଷ ଓ ଅନ୍ୟାନ୍ୟ ଆମୋଦ ପ୍ରମୋଦ ର ଆନନ୍ଦ ନେଉଛନ୍ତି। ଏଥି ସହିତ ମିନା ବଜାରରେ କନ୍ଧମାଳର ଏକମାତ୍ର ପୁସ୍ତକ ପ୍ରକାଶିନୀ ସଂସ୍ଥା କମଳା ପ୍ରକାଶିନୀ ର ଷ୍ଟଲ ରେ ଵି ପାଠକ ମାନଙ୍କ ଭିଡ଼ ଜମୁଥିବା ଦେଖିବାକୁ ମିଳିଛି | ପୁସ୍ତକପ୍ରେମୀ ସୁସାହିତ୍ୟିକ ତଥା କନ୍ଧମାଳ ର ଡି ଏସ ପି, ଫୁଲବାଣୀ ର ତହସିଲଦାର, ବହୁ ପ୍ରଶାସନିକ ଅଧିକାରୀ, ଶିଶୁ ସାହିତ୍ୟିକ କୈଳାସ ଚନ୍ଦ୍ର ଧଳ ପ୍ରମୁଖ ଷ୍ଟଲ ପରିସରରେ ବୁଲି ବୁଲି ନିଜ ମନପସନ୍ଦର ବହୁ ପୁସ୍ତକ କ୍ରୟ କରିଥିଲେ | ଏହି ଅନୁୁଷ୍ଠା କେବଳ ପୁସ୍ତକ ବିକ୍ରୟ ନୁହେଁ, ବରଂ ବିଭିନ୍ନ ସାହିତ୍ୟ କାର୍ଯ୍ୟକ୍ରମ, ସାମାଜିକ ସେବା କାର୍ଯ୍ୟ ରକ୍ତଦାନ ଆଦି ବିଭିନ୍ନ ଜନ ସେବା କାାର୍ଯ୍ୟ କରୁଛି । ଅନୁଷ୍ଠାନର ପ୍ରତିଷ୍ଠାତା ଡ ନୃସିଂହାନନ୍ଦ ମହାପାତ୍ର ଙ୍କ ଏହି ସାଧୁ ଉଦ୍ୟମକୁ ପ୍ରଂଶସା କରାଯାଇଛି | ଡ ମହାପାତ୍ର ତାଙ୍କ ଦ୍ୱାରା ଲିଖିତ ବିଭିନ୍ନ ଆଧ୍ୟାତ୍ମିକ ପୁସ୍ତକ ମାନନୀୟ ଅତିଥିମାନଙ୍କୁ ଉପହାର ଦେଇଥିଲେ |
ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ