ସ୍ୱତନ୍ତ୍ର ସଘନ ସଂଶୋଧନ ଏସଆଇଆର ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ଜୟପୁର, ୧୮ ମେ (ହି.ସ.) - ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସଆଇଆର ବୈଠକରେ ଅନୁଷ୍ଠିତ ହୋଇଯାଇଛି ଓ କୋରାପୁଟ ଜିଲ୍ଲାରେ ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟ ସେପ୍ଟେମ୍ବର ୬ ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ ସମସ୍ତ ରାଜନୈତିକ ଦଳକୁ ବୁଥ୍ ଲେଭେଲ୍ ଏଜେଂ
ସ୍ୱତନ୍ତ୍ର ସଘନ  ସଂଶୋଧନ SIR ପ୍ରସ୍ତୁତି ବୈଠକ ଅନୁଷ୍ଠିତ


ଜୟପୁର, ୧୮ ମେ (ହି.ସ.) - ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସଆଇଆର ବୈଠକରେ ଅନୁଷ୍ଠିତ ହୋଇଯାଇଛି ଓ କୋରାପୁଟ ଜିଲ୍ଲାରେ ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟ ସେପ୍ଟେମ୍ବର ୬ ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ ସମସ୍ତ ରାଜନୈତିକ ଦଳକୁ ବୁଥ୍ ଲେଭେଲ୍ ଏଜେଂଟ ବିଏଲଏ ନିୟୋଜିତ କରି ବୁଥ୍ ଲେଭେଲ୍ ଅଫିସର ବିଏଲଓ ଙ୍କୁ ସହାୟତା କରିବାକୁ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି। ଏସଆଇଆର କାର୍ଯ୍ୟ ପାଇଁ ସମସ୍ତ ବିଏଲଓଙ୍କ ଟ୍ରେନିଂ ୨୦ ମେ ରୁ ଆରମ୍ଭ ହେବ। ଏହାପରେ ବିଏଲଓ ମାନେ ୩୦ ମେ ରୁ ୨୮ ଜୁନ ମଧ୍ୟରେ ଘର-ଘର ବୁଲି ଭୋଟର ତାଲିକାର ତଥ୍ୟ ସଂଗ୍ରହ କରିବେ। ଯାଂଚ ସମୟରେ ଯଦି କୌଣସି ଭୋଟର ଅନୁପସ୍ଥିତ ଥାଆନ୍ତି, ତେବେ ବୁଥ ସ୍ତରୀୟ ଅଧିକାରୀ ସେହି ଘରକୁ ଅତିକମରେ ୩ ଥର ଯିବେ ବୋଲି ନିର୍ଦେଶ ଦିଆଯାଇଛି। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ଜିଲ୍ଲାର ସମସ୍ତ ଇଆର. ଡେପୁଟି କଲେକ୍ଟର (ଇଲେକ୍ସନ) ଏବଂ ସମସ୍ତ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳର ପ୍ରତିନିଧିମାନେ ଯୋଗ ଦେଇଥିଲେ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande