
ନୂଆଦିଲ୍ଲୀ, ୧୮ ମଇ (ହିସ) - ନିଟ୍ ପେପର ଲିକ୍ ମାମଲାରେ ଗିରଫ ହୋଇଥିବା ରେଣୁକାଇ କ୍ୟାରିଅର ସେଂଟରର ପ୍ରତିଷ୍ଠାତା ଶିବରାଜ ରଘୁନାଥ ମୋଟେଗାଓଁକରଙ୍କୁ ନଅ ଦିନ ପାଇଁ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ହେପାଜତକୁ ପଠାଇ ଦିଆଯାଇଛି। ରାଉଜ୍ ଆଭେନ୍ୟୁ କୋର୍ଟର ସ୍ୱତନ୍ତ୍ର ବିଚାରପତି ଅଜୟ ଗୁପ୍ତା ଏହି ନିର୍ଦ୍ଦେଶ ଦେଇଛନ୍ତି।
ସିବିଆଇ ମେ ୧୭ ତାରିଖରେ ମୋଟେଗାଓଁକରଙ୍କୁ ମହାରାଷ୍ଟ୍ରର ଲାଟୁରରୁ ଗିରଫ କରିଥିଲା। ତଦନ୍ତ ସମୟରେ ମୋଟେଗାଓଁକରଙ୍କ ମୋବାଇଲ୍ ଫୋନ୍ ରୁ ଲିକ୍ ହୋଇଥିବା ପ୍ରଶ୍ନପତ୍ର ଉଦ୍ଧାର କରାଯାଇଥିଲା। ସିବିଆଇ କହିଛି ଯେ ମୋଟେଗାଓଁକର ସଂଗଠିତ ନିଟ ପେପର ଲିକ୍ ରାକେଟର ଜଣେ ସକ୍ରିୟ ସଦସ୍ୟ ଥିଲେ। ଲିକ୍ ହୋଇଥିବା ପ୍ରଶ୍ନପତ୍ର ପ୍ରସାରଣ ଏବଂ କୋଚିଂ ସେଂଟର ମାଧ୍ୟମରେ ଏହାର ଉତର ପାଇବାରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ସେ ବ୍ୟକ୍ତିଗତ ଭାବରେ ଅନେକ ଛାତ୍ରଙ୍କୁ ପ୍ରଶ୍ନପତ୍ର ଯୋଗାଇଥିଲେ।
---------------
---------------
ହିନ୍ଦୁସ୍ଥାନ ସମାଚାର / ଗଗନ