
ଭୁବନେଶ୍ୱର, ୧୮ ମଇ (ହି.ସ.) - ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ସୋମବାର ଭୁବନେଶ୍ୱରରେ ଆୟୋଜିତ ପଣ୍ଡିତ ୍ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ’ ଅନ୍ତର୍ଗତ ଆୟୋଜିତ ଜିଲ୍ଲା ପ୍ରଶିକ୍ଷଣ ବର୍ଗରେ ଯୋଗଦେଇଥିଲେ। ଏହି ଅବସରରେ ସେ କାର୍ଯ୍ୟକର୍ତାମାନଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ।
ଏସମ୍ପର୍କରେ ସୂଚନା ଦେଇ ସେ ଏକ୍ସରେ ଲେଖିଛନ୍ତି ଆଜି ଭୁବନେଶ୍ୱରଠାରେ ‘ପଣ୍ଡିତ ୍ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ’ ଅନ୍ତର୍ଗତ ଆୟୋଜିତ ଜିଲ୍ଲା ପ୍ରଶିକ୍ଷଣ ବର୍ଗରେ ଯୋଗଦେଇ କାର୍ଯ୍ୟକର୍ତାମାନଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ସାର୍ଥକ ଆଲୋଚନା କଲି।
ବିଜେପି ହେଉଛି ବିଶ୍ୱର ସବୁଠାରୁ ବୃହତ ରାଜନୈତିକ ଦଳ, ତେଣୁ ଆମର ଦାୟିତ୍ୱ ମଧ୍ୟ ସେତିକି ବ୍ୟାପକ। 'ରାଷ୍ଟ୍ର ପ୍ରଥମ' ଭାବନା ସହ ଆମର ପ୍ରତ୍ୟେକ କାର୍ଯ୍ୟକର୍ତା ରାଷ୍ଟ୍ରହିତକୁ ସର୍ବୋପରି ମାନି ଜନସେବାର ସଂକଳ୍ପକୁ ନିରନ୍ତର ଆଗକୁ ନେଉଛନ୍ତି।
ହିନ୍ଦୁସ୍ଥାନ ସମାଚାର / ବନ୍ଦନା