ନିଜିଗଡ ତାପଙ୍ଗ ଗ୍ରାମ ପଂଚାୟତରେ ପଲ୍ଲୀରେ ପ୍ରଶାସନିକ ଜନଶୁଣାଣି
ଖୋର୍ଦ୍ଧା, ୧୮ ମେ (ହି.ସ.) - ଖୋର୍ଦ୍ଧା ବ୍ଲକ ଅନ୍ତର୍ଗତ ନିଜିଗଡ ତାପଙ୍ଗ ଗ୍ରାମ ପଂଚାୟତ କାର୍ଯ୍ୟାଳୟ ଠାରେ ପଲ୍ଲୀରେ ପ୍ରଶାସନିକ ଜନଶୁଣାଣୀ ଶିବିର ସୋମବାର ଅନୁଷ୍ଠିତ ହୋଇଯାଇଅଛି । ଜିଲ୍ଲାପାଳ, ଖୋର୍ଦ୍ଧା , ଅମ୍ରିତ୍ ଋତୁରାଜଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଉକ୍ତ ଜନ ଅଭିଯୋଗ ଶୁଣାଣି ରେ ମୁଖ୍ୟ ଉନ
Pallire prasasan


ଖୋର୍ଦ୍ଧା, ୧୮ ମେ (ହି.ସ.) - ଖୋର୍ଦ୍ଧା ବ୍ଲକ ଅନ୍ତର୍ଗତ ନିଜିଗଡ ତାପଙ୍ଗ ଗ୍ରାମ ପଂଚାୟତ କାର୍ଯ୍ୟାଳୟ ଠାରେ ପଲ୍ଲୀରେ ପ୍ରଶାସନିକ ଜନଶୁଣାଣୀ ଶିବିର ସୋମବାର ଅନୁଷ୍ଠିତ ହୋଇଯାଇଅଛି । ଜିଲ୍ଲାପାଳ, ଖୋର୍ଦ୍ଧା , ଅମ୍ରିତ୍ ଋତୁରାଜଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଉକ୍ତ ଜନ ଅଭିଯୋଗ ଶୁଣାଣି ରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ଖୋର୍ଦ୍ଧା ଜ୍ୟୋତି ଶଙ୍କର ସାହୁ, ଉପ ଆରକ୍ଷୀ ଅଧିକ୍ଷକ, ଖୋର୍ଦ୍ଧା, ଉପଜିଲ୍ଲାପାଳ, ଖୋର୍ଦ୍ଧା ସଂକଳ୍ପ ସ୍ୱସ୍ତିକ ସାହୁ, ବି.ଡି .ଓ, ଖୋର୍ଦ୍ଧା ସିଦ୍ଧାର୍ଥ ପଟ୍ଟନାୟକ , ଆସିଷ୍ଟାଂଟ କଲେକ୍ଟର, ଅଭିଯୋଗ, ଭୁବନେଶ୍ୱରୀ କଅଁର ପ୍ରମୁଖ ଯୋଗଦେଇ ଜନସାଧାରଣ ମାନଙ୍କ ବିଭିନ୍ନ ଆପତି ଅଭିଯୋଗ ଗୁଡ଼ିକର ଶୁଣାଣିରେ ସହଯୋଗ ପ୍ରଦାନ କରିଥିଲେ କ୍ଷ ଆଜିର ଅଭିଯୋଗ ଶିବିରକୁ ମୋଟ ୪୪ ଟି ଅଭିଯୋଗ ଆସିଥିବା ବେଳେ ତନ୍ମଧ୍ୟରୁ ୪୦ଟି ବ୍ୟକ୍ତିଗତ ଅଭିଯୋଗ ଏବଂ ୪ ଟି ଗ୍ରାମୀଣ ସମସ୍ୟା ଜନିତ ଅଭିଯୋଗ ଥିଲା । ଜିଲ୍ଲାପାଳ ଅଭିଯୋଗ ଶିବିରରେ ୧୮ ଗୋଟି ଅଭିଯୋଗର ତତ୍କାଳ ସମାଧାନ କରିଥିଲେ । ଅନ୍ୟ ସମସ୍ତ ଅଭିଯୋଗ ଗୁଡ଼ିକୁ ବିଭାଗୀୟ ଅଧିକାରୀ ମାନେ ଯତ୍ନବାନ ହୋଇ ତୁରନ୍ତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ । ପରେ ଜିଲ୍ଲାପାଳ ଶ୍ରୀ ଋତୁରାଜ ସମସ୍ତ ଅଧିକାରୀ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଉନ୍ନୟନ ଓ ଅଗ୍ରଣୀ ଯୋଜନାର ସଫଳ ରୂପାୟନ ଦିଗରେ ଖୋଲା ଯାଇଥିବା ଶିକ୍ଷା ଓ ସୂଚନା ଷ୍ଟଲ ଗୁଡ଼ିକୁ ବୁଲି ଅନୁଧ୍ୟାନ କରିଥିଲେ । ଜନଶୁଣାଣି ଶିବିରରେ ବିଭିନ୍ନ ବିଭାଗର ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ଓ ଲାଇନ୍ ଡିପାଟମେଂଟ ଅଧିକାରୀ, ଜନ ପ୍ରତିନିଧି ଓ ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଯୋଗଦେଇଥିଲେ ।

ହିନ୍ଦୁସ୍ଥାନ ସମାଚାର / ରାକେଶ


 rajesh pande