
ଗଞାମ, 18 ମେ (ହି.ସ.)ଋଷିକୂଲ୍ୟା ନଦୀ ପାକିଡିଘାଟରେ ୧୬୩ଧାରାଲାଗୁ। ଗଞ୍ଜାମ ଜିଲା ଶେରଗଡ଼ ତହସିଲ ର ଋଷିକୂଲ୍ୟା ନଦୀ ରପାକିଡିରୁ ଵିନା ନିଲାମରେ ବାଲି ଉତ୍ତୋଳନ କୁ ନେଇ ସ୍ଥାନୀୟ ଲୋକ ଓ ବାଲି ମାଫିଆ ଙ୍କ ମଧ୍ୟରେ ବହୁବାର ମୁହାଁମୁହିଁ ହେବାଫଳରେ ଓ ବାଲି ଉତ୍ତୋଳନ କୁ ସ୍ଥାନୀୟଲୋକେ ପ୍ରତିରୋଧ କରିବା ଫଳରେ ଶେଷରେ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ସଂପୃକ୍ତ ଅଞ୍ଚଳରେ ୧୬୩ଧାରା ଲାଗୁକରାଯାଇଛି। ଭଞ୍ଜନଗର ଉପଜିଲ୍ଲାପାଳ ଙ୍କ(ମିସକେସ ନମ୍ବର ୫୫/୨୬ନିର୍ଦ୍ଦେଶ ସଂଖ୍ୟା ୪୨୭୯/୧୫,୫,୨୬) ନିର୍ଦ୍ଦେଶ ପ୍ରକାରେ ଏଠାରେ ଧାରା ୧୬୩ ଲାଗୁ କରାଯାଇଛି। କିନ୍ତୁ ଏହାର ପଡ଼ୋଶୀ ଅଞ୍ଚଳ ସନ୍ତୋଷ ପୁର ରାଜସ୍ୱ ଅଞ୍ଚଳର ତହରଓ ସନ୍ତୋଷ ପୁର ଋଷିକୂଲ୍ୟା ନଦୀ ରୁ ଅନାୟସରେ ପ୍ରତ୍ୟେକ ଦିନ ବାଲି ମାଫିଆ ମାନେ ପ୍ରାୟ ୫ଲକ୍ଷଟଙ୍କାର ବାଲି ଉତ୍ତୋଳନ କରିପିତଳ ବଜାର ଓଚାନ୍ଦୁଲିଗାମଧ୍ଧଦେଇ ଅନାୟସରେ ଚୋରା ବାଲି ଶହଶହ ଟ୍ରାକ୍ଟର ଓ ଟ୍ରକରେ ବାଲି ଚାଲାଣ କରୁଛନ୍ତିଵ୍ରହ୍ମପୁରସହରକୁ। ବାଲି ମାଫିଆମାନେ ପିତଳ ରଦୁଇ ଗ୍ରାମ୍ଯ ନେତାଙ୍କୁ ମାସିକ ମୋଟାଅଙ୍କର ଟଙ୍କାପାଉଣାଦେଇ ଜନସାଧାରଣ ସ୍ୱରକୁ ଚାପି ଦେଉଥିବା ରୁ ଜନଅସନ୍ତୋଷ ଵ୍ଯାପୀବାରେ ଲାଗିଛି। ଏହି ଘଟଣା ରେ ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧି ମାନେ କିପରି ସ୍ୱର ଉତ୍ତୋଳନ କରୁନାହାନ୍ତି ଏହା ଜନସାଧାରଣ ରେ ପ୍ରଶ୍ନ ବାଚୀ ସୃଷ୍ଟି ହୋଇଛି। ମନ୍ତୀଵିଭୂତିଭୂଷଣଯେନା, ଗଞ୍ଜାମ ଜିଲ୍ଲା ପାଳ, ଭଞ୍ଜନଗର ଉପଜିଲ୍ଲାପାଳ ଓ ଶେରଗଡ଼ ଗ୍ରହଣ କରିବାକୁ ଜନଦାଵିହେଉଛି। ହିନ୍ଦୁ ସ୍ଥାନ ସମାଚାର/ହୃଷୀକେଶ
---------------
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ