ଏସବିଆଇ ଆଞ୍ଚଳିକ କାର୍ଯ୍ୟାଳୟ ଫୁଲବାଣୀ ପକ୍ଷରୁ ମେଗା ଏସ୍ ଏଚ୍ ଜି ଋଣ ମେଳା ଆୟୋଜିତ
SHG Lone Mela By SBI KANDHAMAL
ଫୋଟ ୨


ଫୋଟ


କନ୍ଧମାଳ , ୧୮ ମଇ (ହି.ସ.) - ଆଞ୍ଚଳିକ କାର୍ଯ୍ୟାଳୟ, ଫୁଲବାଣୀ ପକ୍ଷରୁ ଏକ ମେଗା ସ୍ବଂୟ ସହାୟିକା ଗୋଷ୍ଠୀ ଋଣ ମେଳା ଆୟୋଜନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟକ ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟା, ବ୍ୟାଙ୍କ ଅଧିକାରୀ ଓ ସ୍ଥାନୀୟ ଅତିଥିମାନେ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜେନେରାଲ ମ୍ୟାନେଜର ସୂର୍ଯ୍ୟ ନାରାୟଣ ପାଣିଗ୍ରାହୀ ଯୋଗଦେଇଥିବା ବେଳେ ଆଞ୍ଚଳିକ ପ୍ରବନ୍ଧକ ଶ୍ରୀ ପ୍ରକାଶ ଗ୍ରହାଚାର୍ଯ୍ୟ ଓ ଲିଡ୍ ବ୍ୟାଙ୍କ ପ୍ରବନ୍ଧକ ସିଦ୍ଧାର୍ଥ ଶଙ୍କର ପତି ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ଅବସରରେ ବିଭିନ୍ନ ଏସବିଆଇ ଶାଖାର ୩୭ଟି ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ମୋଟ ୩ କୋଟି ଟଙ୍କାର ଋଣ ମଞ୍ଜୁରୀ ପତ୍ର ବଣ୍ଟନ କରାଯାଇଥିଲା। ଏହି ପଦକ୍ଷେପ ମାଧ୍ୟମରେ ମହିଳା ସଶକ୍ତିକରଣ, ଆର୍ଥିକ ସମାବେଶ ଓ ଗ୍ରାମୀଣ ଜୀବିକା ବିକାଶ ପ୍ରତି ଏସବିଆଇର ପ୍ରତିବଦ୍ଧତା ପୁନର୍ବ୍ୟକ୍ତ ହୋଇଛି। ଅତିଥିମାନେ ଏସ୍ ଏଚ୍ ଜି ଦସ୍ୟାମାନଙ୍କୁ ଋଣର ସଠିକ୍ ବ୍ୟବହାର କରି ସ୍ୱାବଲମ୍ବୀ ହେବାକୁ ପ୍ରୋତ୍ସାହିତ କରିଥିଲେ। କାର୍ଯ୍ୟକ୍ରମରେ ବିଭିନ୍ନ ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖାର ଅଧିକାରୀ, ସ୍ବଂୟ ସହାୟିକା ଗୋଷ୍ଠୀ ସଦସ୍ୟା ଓ ସ୍ଥାନୀୟ ଗଣ୍ୟମାନ୍ୟ ବ୍ୟକ୍ତିବର୍ଗ ଯୋଗଦେଇଥିଲେ।

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ


 rajesh pande