ପୁରୀ ଜିଲ୍ଲାରେ ଏସ ଆଇ ଆର ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ପୁରୀ, ୧୮ ମେ (ହି.ସ.) - ପୁରୀ ଜିଲ୍ଲାୟରେ ସ୍ୱତନ୍ତ୍ର ସଘନ ସଂଶୋଧନ ବା ଏସ ଆଇ ଆର ପ୍ରକ୍ରିୟା ଆରମ୍ଭ ହୋଇଛି।ଭାରତର ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଚଳିତ ବର୍ଷ ଜୁଲାଇ ୧ ତାରିଖକୁ ଯୋଗ୍ୟତା ତାରିଖ ଭାବେ ଧରାଯାଇ କାର୍ଯ୍ୟସୂଚୀ ଚୁଡାନ୍ତ ହୋଇଛି ବୋଲି ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧି
ପୁରୀ ଜିଲ୍ଲାରେ ଏସ ଆଇ ଆର ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ।


ପୁରୀ, ୧୮ ମେ (ହି.ସ.) - ପୁରୀ ଜିଲ୍ଲାୟରେ ସ୍ୱତନ୍ତ୍ର ସଘନ ସଂଶୋଧନ ବା ଏସ ଆଇ ଆର ପ୍ରକ୍ରିୟା ଆରମ୍ଭ ହୋଇଛି।ଭାରତର ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଚଳିତ ବର୍ଷ ଜୁଲାଇ ୧ ତାରିଖକୁ ଯୋଗ୍ୟତା ତାରିଖ ଭାବେ ଧରାଯାଇ କାର୍ଯ୍ୟସୂଚୀ ଚୁଡାନ୍ତ ହୋଇଛି ବୋଲି ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଦିବ୍ୟ ଜ୍ୟୋତି ପରିଡା ସୂଚନା ଦେଇଛନ୍ତି। ଆଜି ଅପରାହ୍ନ ରେ ସର୍କିଟ ହାଉସ ଠାରେ ଏସ ଆଇ ଆର ସମ୍ପର୍କରେ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି ମାନଙ୍କ ସହ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।ଏଥିରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଶ୍ରୀ ପରିଡା ଏକ ସୁସ୍ଥ, ସଠିକ ଓ ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତ କରିବା ଆମ ସମସ୍ତଙ୍କ ଦାୟିତ୍ୱ ବୋଲି କହିଥିଲେ। ପ୍ରତ୍ୟେକ ବୁଥ ପାଇଁ ବିଏଲଓ ବା ବୁଥ ଲେବଲ ଅଫିସର ଙ୍କ ସହ ତାହାକୁ ତଦାରଖ ପାଇଁ ସୁପରଭାଇଜର ମାନଙ୍କୁ ଦାୟିତ୍ୱ ଦିଆଯାଇଛି।ତେବେ ରାଜନୈତିକ ଦଳ ମାନେ ପ୍ରତ୍ୟେକ ବୁଥରେ ବିଏଲଏ ବା ବୁଥ ଲେବଲ ଏଜେଂଟଙ୍କୁ ଦାୟିତ୍ୱ ଦେଲେ ଏହା ଅଧିକ ସ୍ୱଛ ଓ ଶୃଙ୍ଖଳିତ ଭାବେ ପରିଚାଳିତ ହୋଇ ପାରିବ ବୋଲି ଜିଲ୍ଲାପାଳ କହିଥିଲେ। କାର୍ଯ୍ୟସୂଚୀ ଅନୁସାରେ ଜୁଲାଇ ୧ ତାରିଖ କୁ ଯୋଗ୍ୟତା ତାରିଖ ଧରାଯାଇଛି।ମଇ ମାସ ୨୦ ରୁ ୨୯ ତାରିଖ ପର୍ଯ୍ୟନ୍ତ ପ୍ରସ୍ତୁତି, ପ୍ରଶିକ୍ଷଣ ଓ ପ୍ରିନଟିଂ କାର୍ଯ୍ୟ କରାଯିବ। ବିଏଲଓ ମାନେ ମଇ ମାସ ୩୦ ତାରିଖ ଠାରୁ ଜୁନ ୨୮ ତାରିଖ ପର୍ଯ୍ୟନ୍ତ ଘରକୁ ଘର ବୁଲି ସର୍ଭେ କରିବେ। ଜୁନ ୨୮ ତାରିଖରେ ରାସନାଇଜେସନ କରାଯିବ। ଜୁଲାଇ ୫ ତାରିଖରେ ଡ୍ରାଫ୍ଟ ଭୋଟର ତାଲିକା ପ୍ରଦର୍ଶିତ ହେବ।ଜୁଲାଇ ୫ ରୁ ଅଗଷ୍ଟ ୪ ତାରିଖ ପର୍ଯ୍ୟନ୍ତ ଆପତି ଅଭିଯୋଗ କରାଯାଇ ପାରିବ। ଜୁଲାଇ ୫ ରୁ ସେପ୍ଟେମ୍ବର ୨ ତାରିଖ ସୁଦ୍ଧା ଆପତି ଅଭିଯୋଗ ଗୁଡିକ ର ଶୁଣାଣି କରାଯାଇ ଫଇସଲା କରାଯାଇ ଚୁଡାନ୍ତ ଭୋଟର ତାଲିକା ସେପ୍େଟମ୍ବର ୬ ତାରିଖରେ ପ୍ରକାଶିତ ହେବ ବୋଲି ଜିଲ୍ଲାପାଳ ସୂଚନା ଦେଇଥିଲେ।ଜିଲ୍ଲାରେ ମୋଟ ୧୬୦୯ ବୁଥ ଥିବା ବେଳେ ୧୬୦୯ ବିଏଲଓ ଏବଂ ୧୬୧ ସୁପରଭାଇଜର ଙ୍କୁ ନିଯୁକ୍ତି ଦିଆଯାଇଛି।ସେହିପରି ୬ଜଣ ଇଲେକ୍ଟ୍ରୋରାଲ ରେଜିଷ୍ଟ୍ରେସନ ଅଧିକାରୀ ବା ଇଆରଓ ଏବଂ ୩୧ ଜଣ ଏଇଆରଓ ଦାୟିତ୍ୱ ରେ ରହିବେ। ଜିଲ୍ଲାରେ ମଇ ମାସ ୧୭ ତାରିଖ ସୁଦ୍ଧା ମୋଟ ଭୋଟରଙ୍କ ସଂଖ୍ୟା ୧୩୮୭୯୩୦ ରହିଛି। ଏଥିରେ ପୁରୁଷ ଭୋଟରଙ୍କ ସଂଖ୍ୟା ୭୧୩୦୩୦, ମହିଳା ଭୋଟର ୬୭୪୮୨୦ ଓ ୮୦ ଜଣ ଅନ୍ୟାନ୍ୟ ଭୋଟର ରହିଛନ୍ତି। ଏଥିରେ ୧୮ ରୁ ୧୯ ବର୍ଷ ବୟସ୍କ ଯୁବ ଭୋଟର ଙ୍କ ସଂଖ୍ୟା ୨୪୫୨୦ରହିଛି, ଯାହା ମୋଟ ଭୋଟର ଙ୍କ ଅନୁପାତର ଶତକଡା ୧.୭୭ ଭାଗ। ସେହିପରି ୮୫ବର୍ଷ ରୁ ଉର୍ଦ୍ଧ୍ୱ ଭୋଟର ଙ୍କ ସଂଖ୍ୟା ୧୬୭୩୬ ଜଣ ଅର୍ଥାତ ଶତକଡା ୧.୨୧ ଭାଗ ରହିଥିବା ବେଳେ ଦିବ୍ୟାଙ୍ଗ ଭୋଟର ଙ୍କ ସଂଖ୍ୟା ୧୭୬୭୭ ଅର୍ଥାତ ଶତକଡା ୧.୨୭ ଭାଗ ରହିଛି। ପ୍ରାରମ୍ଭରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା ସମସ୍ତଙ୍କୁ ସ୍ୱାଗତ ସହ ଜିଲ୍ଲାର ଭୋଟର ତଥ୍ୟ ସମ୍ପର୍କରେ ଆଲୋଚନା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ସ୍ନେହା ଅରୁଗୁଳା, ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ଡ. ଶରତ ଚନ୍ଦ୍ର ମହାପାତ୍ର, ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ,ଉପ ଜିଲ୍ଲାପାଳ ରାଜ କିଶୋର ଜେନା, ଅତିରିକ୍ତ ଉପ ଜିଲ୍ଲାପାଳ ନୀଳମାଧବ ମାଝୀ, ଡେପୁଟି କଲେକ୍ଟର ରୁନୀତା ପ୍ରଧାନ,ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ଓ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିମାନେ ଯୋଗ ଦେଇ ଆଲୋଚନା ରେ ଗ୍ରହଣ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande