ମୁଳାସର କେନାଲରୁ ବ୍ୟକ୍ତିଙ୍କ ଶବ ଉଦ୍ଧାର
ଜୟପୁର, ୧୮ ମଇ(ହି.ସ.) – ଜୟପୁର ସଦର ଥାନା ଅନ୍ତର୍ଗତ ମୁଳାସର କେନାଲରୁ ଜଣେ ବ୍ୟକ୍ତି ଶବ ଉଦ୍ଧାର ହୋଇଛି। ମୃତକ ଜଣକ ହେଲେ ଟି. ସୁରେନ୍ଦ୍ର। କେନାଲରେ ଭାସୁଥିବା ଦେଖି ସ୍ଥାନୀୟ ଲୋକେ ଜୟପୁର ସଦର ପୋଲିସ ଓ ଅଗ୍ନିଶମ ବିଭାଗକୁ ସୁଚନା ଦେଇଥିଲେ। ସୁଚନା ଆଧାରରେ ଅଗ୍ନିଶମ ବିଭାଗ ଓ ପୋଲିସ ପହଂଚିଥିଲେ।
ମୁଳାସର କେନାଲରୁ ବ୍ୟକ୍ତିଙ୍କ ଶବ ଉଦ୍ଧାର


ଜୟପୁର, ୧୮ ମଇ(ହି.ସ.) – ଜୟପୁର ସଦର ଥାନା ଅନ୍ତର୍ଗତ ମୁଳାସର କେନାଲରୁ ଜଣେ ବ୍ୟକ୍ତି ଶବ ଉଦ୍ଧାର ହୋଇଛି। ମୃତକ ଜଣକ ହେଲେ ଟି. ସୁରେନ୍ଦ୍ର। କେନାଲରେ ଭାସୁଥିବା ଦେଖି ସ୍ଥାନୀୟ ଲୋକେ ଜୟପୁର ସଦର ପୋଲିସ ଓ ଅଗ୍ନିଶମ ବିଭାଗକୁ ସୁଚନା ଦେଇଥିଲେ। ସୁଚନା ଆଧାରରେ ଅଗ୍ନିଶମ ବିଭାଗ ଓ ପୋଲିସ ପହଂଚିଥିଲେ। ଅଗ୍ନିଶମ ବିଭାଗ ଶବ କୁ କେନାଲରୁ ଉଦ୍ଧାର କରି ପୋଲିସକୁ ହସ୍ତାନ୍ତର କରିଥିଲେ। ସୁଚନା ଅନୁଯାଇ ଜୟପୁର ସହର ଢେପଗୁଡା ରେ ରହୁଥିବାଟି ସୁରେନ୍ଦ୍ର ରହୁଥିଲେ। ଗତ ୧୫ ତାରିଖ ଠାରୁ ସେ ନିଖୋଜ ଥିଲେ। ବହୁ ଖୋଜା ଖୋଜି କରିବା ପରେ କିଛି ସୂଚନା ନେଳିବାରୁ ଜୟପୁର ଟାଉନ ଥାନାରେ ନିଖୋଜ ଅଭିଯୋଗ କରିଥିଲେ। ଆଜି ମୁଳାସୁର ବ୍ରିଜ ନିକଟରେ ଭାଷୁ ଥିବା ସୁଚନା ପାଇ ଥିବା ତାଙ୍କ ପରିବାର ସୁଚନା ପାଇବା ପରେ ଘଟଣା ସ୍ଥଳରେ ପହଂଚି ଚିହ୍ନଟ କରିଥିଲେ। ଏନେଇ ଜୟପୁର ସଦର ପୋଲିସ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

.......................................

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande