
ସୁବର୍ଣପୁର, 18 ମେ (ହି.ସ.)
: ଅପମିଶ୍ରିତ ତେଲ କାରଖାନା ଠାବ ଘଟଣା ସ୍ଥଳରେ ପହଞ୍ଚି ଆଜି ଜିଲ୍ଲାପାଳ ନିଜେ ସରଜମିନ ତଦନ୍ତ କରିଛନ୍ତି ।
ସୋନପୁର -ବଲାଙ୍ଗୀର ଏନଏଚ-୫୭ କଡ଼ରେ ଖମ୍ବେଶ୍ବରୀ ପାଲି ଠାରେ ଥିବା ନାୟାରା ପେଟ୍ରୋଲ ପମ୍ପ ମାଲିକ ମନୋଜ ସାହୁଙ୍କ ଗୋଦାମ ରେ ବେଆଇନ ଭାବେ ଚାଲିଥିବା କଳାକାରବାର ର ପର୍ଦ୍ଦାଫାଶ କରିଥିଲା ପ୍ରଶାସନ । ଜିଲ୍ଲା ପ୍ରଶାସନ, ଯୋଗାଣ ବିଭାଗ, ପୁଲିସ ବିଭାଗର ମିଳିତ ସହଯୋଗ ରେ ଅଚାନକ ଚଢ଼ାଉ
କରାଯାଇଥିଲା । ଚଢ଼ାଉ ସମୟରେ ୮୯୦ ଲିଟର ବେଆଇନ କିରୋସିନ ଜବତ କରାଯାଇଥିଲା ।
କିରୋସିନ ସହ ଅନ୍ୟ କିଛି ମିଶାଇ ଡିଜେଲ ତିଆରି କରାଯିବା ସହ ବିକ୍ରି କରାଯାଉଥିବା ସୂଚନା ମିଳିଛି ।
କିରୋସିନ ସ୍ଲାମର ମାଷ୍ଟରମାଇଣ୍ଡ ଖୋଜିବାକୁ ବ୍ଲୁ-ପ୍ରିଣ୍ଡ ପ୍ରସ୍ତୁତ । ଆଜି ଘଟଣା ସ୍ଥଳରେ ସରଜମିନ ତଦନୁ କଲେ ଖୋଦ ଜିଲ୍ଲାପାଳ । ସୋନପୁର କିରୋସିନ ସ୍ଲାମ କିରୋସିନି ରୁ କେମିକାଲ ପକେଇ ନକଲି ଡିଜେଲ ତିଆରି କରୁଥିଲେ । ଏବେ ମନୋଜ ସାହୁ ବନ୍ଧା ହେବା ନିଶ୍ଚିତ । ଖମ୍ବେଶ୍ୱରୀ ପାଲିରେ ଚାଲିଥିବା ଏହି ବଡ଼ଧରଣର କେଳେଙ୍କାରୀର ପର୍ଦ୍ଦାଫାସ ହେବା ପରେ, ଏବେ ଖୋଦ ଗ୍ରାଉଣ୍ଡ ଜିରୋକୁ ଓହ୍ଲାଇଛନ୍ତି ଜିଲ୍ଲାପାଳ ଡ. ନୃପରାଜ ସାହୁ । ନିଜେ ଉପସ୍ଥିତ ରହି ତଦନୁର ସମୀକ୍ଷା କରିବା ସହ ମାଫିଆଙ୍କ ବିରୋଧ ରେ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ପେଟ୍ରୋଲ ପମ୍ପ ମାଲିକ ଫେରାର ଥିବା ବେଳେ ତାଙ୍କ ବିରୁଦ୍ଧରେ ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ନେବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି ଜିଲ୍ଲାପାଳ ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ