
ଝାରସୁଗୁଡ଼ା, ୧୮ ମେ (ହି.ସ.) - କୋଲାବିରା ଅଂଚଳରେ ଗତ ୧୩ ତାରିଖ ଅନୁଷ୍ଠିତ ଝଡ଼ ବର୍ଷା ରେ ବହୁ ଗଛ ଖୁଂଟ ଓ ଘର କାନ୍ଥ ଭାଙ୍ଗିଯାଇଥିବା ବେଳେ ଅନେକ ଘରର ଛପର ମଧ୍ୟ ଉଡିଯାଇଛି । ଏନେଇ ପ୍ରବଳ ବର୍ଷା ଓ ପବନରେ କୋଲାବିରା ସ୍ଥିତ ଅତିରିକ୍ତ ଜିଲ୍ଲା କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଏକ ବଡ ଗଛ ଭାଙ୍ଗିଯାଇ ଅଫିସ ପାଚେରୀ ଉପରେ ପଡ଼ିଥିଲା । ଫଳରେ ପ୍ରାୟ ୨୦ ଫୁଟ ପର୍ଯ୍ୟନ୍ତ ପାଚେରୀ ଭାଙ୍ଗିଯାଇ ଥିବା ଅଭିଯୋଗ ହୋଇଛି ।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ