
କେନ୍ଦ୍ରାପଡ଼ା, ୧୮ ମଇ(ହି.ସ.) – କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା ନିଜ ନିର୍ବାଚନ ମଣ୍ଡଳୀର ଉନ୍ନୟନ ମୂଳକ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ସହିତ କାର୍ଯ୍ୟଗୁଡିକୁ ତୁରନ୍ତ ସମାପ୍ତ କରି ଜନସାଧାରଣଙ୍କ ହୀତରେ ଲଗାଇବା ପାଇଁ ସର୍ବଦା ଚେଷ୍ଟା କରୁଛନ୍ତି। ଏ ନେଇ ସମ୍ବାଦ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କୁତରଙ୍ଗ ଓ ଢୋଲ ପଂଚାୟତର ବିଷ୍ଣୁଦାସପୁର ରାସ୍ତାକୁ ପରିଦର୍ଶନ କରିବା ସହିତ ସେଠାରେ ଗୋବରୀ କେନାଲ୍ ଉପରେ ନିର୍ମାଣାଧୀନ ଥିବା ସେତୁକୁ ଦେଖିବା ସହିତ ସେଠାରେ ରାସ୍ତା ସେତୁର ସମୀକ୍ଷା କରିଥିଲେ। ପ୍ରାୟ ୧୨ କୋଟି ବ୍ୟୟରେ ନିର୍ମାଣଧୀନ ଥିବା ରାସ୍ତା ଓ ସେତୁ ସମ୍ପୂର୍ଣ୍ଣ ହେଲେ ବିଷ୍ଣୁଦାସବାସୀଙ୍କର ଦୀର୍ଘ ଦିନର ଆଶା ପୂରଣ ହେବା ସହିତ ଅନ୍ୟ ପଂଚାୟତ ସହିତ ଏହା ସଂଯୋଗ ହେବ। ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ଚାଲୁ ରହିଥିବା ଏହି ରାସ୍ତା ସେତୁର କାର୍ଯ୍ୟଗୁଡିକୁ ବିଭାଗୀୟ ଜେଇ ଓ ନିର୍ବାହୀ ଅଧିକାରୀଙ୍କ ସହିତ ଆଲୋଚନା କରି ଠିକାନେଇଥିବା ଏହି କାର୍ଯ୍ୟକୁ ଠିକାଦାର ସମୟସୀମା ଭିତରେ ଏହି କାର୍ଯ୍ୟକୁ ସମାପ୍ତ କରିବା ପାଇଁ ବିଧାୟକ ଶ୍ରୀ ବେହେରା ନିର୍ଦ୍ଦେଶ ଦେଇଛନ୍ତି। ଆୟୋଜିତ ଏହି ସମୀକ୍ଷାରେ କୁତରଙ୍ଗ ସରପଂଚ ଚିରରଂଜନ ଜେନା, ପୂର୍ବତନ ସରପଂଚ ସୀତାସୁନ୍ଦରୀ ମଲ୍ଲିକ, ସମିତି ସଭ୍ୟ ମିନତୀ ଦାସ, ରାଜନ୍ ପ୍ରସାଦ ଥାଟୋଇ, ଅଭିମନ୍ୟୁ ଜେନା, ନରୋତମ ମଲ୍ଲିକ, ବ୍ଲକ ସଭାପତି ଆଲୋକ ସାହୁଙ୍କ ସହିତ ସ୍ଥାନୀୟ ଅଂଚଳର ବହୁ ବୁଦ୍ଧିଜିବୀ ଉପସ୍ଥିତ ରହି ବିଧାୟକଙ୍କର ଏହି କାର୍ଯ୍ୟ ପାଇଁ ସ୍ୱାଗତ କରି ବିପୁଳ ସମ୍ବର୍ଦ୍ଧନା ଦେଇଥିଲେ। ସୁଦୃଢ ଓ ଆତ୍ମନିର୍ଭରଶୀଳ ଭାରତ ଗଠନରେ ସହାୟକ ହୁଅନ୍ତୁ ବୋଲି ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଗୋଚ୍ଛାୟତ ଜଣାଇଛନ୍ତି ।
.......................................
ହିନ୍ଦୁସ୍ଥାନ ସମାଚାର / ରବି