
ମାଲକାନଗିରି , ୧୮ ମଇ (ହି.ସ.) ଜଗନ୍ନାଥ ମନ୍ଦିର ପରିସରରେ ପ୍ରଥମ ସହିଦ ସ୍ମୃତି ମନ୍ଦିର ନିର୍ମାଣ ଓ ଭିଡିଓ କନ୍ଫରେସିଂ ମାଧ୍ୟମରେ ଶୁଭ ଉଦଘାଟନ କରିଛନ୍ତି ପଦ୍ମଶ୍ରୀ ବାବା ବଳିଆ।ଏପରି ଏକ ବିରଳ ଚିତ୍ର ଦେଖିବାକୁ ମିଳିଛି ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ସଦର ମହକୁମା ଠାରେ ଥିବା ଜଗନ୍ନାଥ ମନ୍ଦିର ପରିସରରେ।ମାଲକାନଗିରି ଜିଲ୍ଲା ସାଧାରଣ ବିଭାଗର ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନଙ୍କ ନେତୃତ୍ୱରେ ମାଥିଲି ଜଗନ୍ନାଥ ମନ୍ଦିର ପରିସରରେ କିଛି ମାସ ପୂର୍ବରୁ ସହିଦ ଲକ୍ଷ୍ମଣ ନାୟକ ସ୍ମୃତି ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ଆଜି ଗତକାଲି ଉଦଘାଟନ କାର୍ଯ୍ୟ ସମାପନ ହୋଇଛି।ସହିଦ ସ୍ମୃତି ମନ୍ଦିରର ଶୁଭ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ମାଥିଲି ସଦର ସରପଞ୍ଚ କାନାମ ରାଜୁ ନାୟକ ଯୋଗ ଦେଇଥିବା ବେଳେ ମୁଖ୍ୟ ପୁରୋଧା ଭାବରେ ସହିଦ ଲକ୍ଷ୍ମଣ ନାୟକଙ୍କ ଝିଅ କୌଶଲ୍ୟା ନାୟକଙ୍କ ପୁଅ ନାତି ମୁକୁନ୍ଦ ନାୟକ ଯୋଗ ଦେଇ ହୋମ ଯଜ୍ଞ ଓ ପୂର୍ଣ୍ଣାହୁତି ପରେ ପଦ୍ମଶ୍ରୀ ବାବା ବଳିଆ ଭିଡିଓ କନ୍ଫରେସିଂ ମାଧ୍ୟମରେ ସହିଦ ଲକ୍ଷ୍ମଣ ନାୟକ ସ୍ମୃତି ମନ୍ଦିର କୁ ଉଦଘାଟନ କରିଥିଲେ।ଏବଂ ଏହି ସ୍ମୃତି ମନ୍ଦିର ମଧ୍ୟରେ ସହିଦ ଲକ୍ଷ୍ମଣ ନାୟକଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଦିଆଯିବା ସହ ମନ୍ତ୍ର ପାଠ କରାଯାଇଥିଲା।ସ୍ୱାଧୀନତା ସଂଗ୍ରାମରେ ବଳିଦାନ ହୋଇଥିବା ସଂଗ୍ରାମୀ ମାନଙ୍କର ପ୍ରତିମୂର୍ତ୍ତି ମାନ କେଉଁଠି ପାର୍କ ତ କେଉଁଠି ରାସ୍ତାର ଚୌରାହ ଉପରେ ନିର୍ମାଣ କରାଯାଇଛି।ଯେଉଁ ମହାନ ମହାପୁରୁଷ ମାନେ ଆମକୁ ସ୍ୱାଧୀନତା ଆଣି ଦେଇଛନ୍ତି।ସେମାନେ ଆଜି ଅସୁରକ୍ଷିତ ଭାବେ ଖରା ବର୍ଷା ଶୀତ କାକରରେ ପଡି ରହୁଛନ୍ତି।କିନ୍ତୁ ଆଜି ଅବିଭକ୍ତ କୋରାପୁଟ ଜିଲ୍ଲାର ଗାନ୍ଧୀ ସହିଦ ଲକ୍ଷ୍ମଣ ନାୟକଙ୍କ ପ୍ରତିମୂର୍ତ୍ତି କୁ ମନ୍ଦିର ଭିତରେ ରଖା ଯାଇଛି। ବାକି ବର୍ଷ ଯାକ ଭୁଲି ଯାଉଛନ୍ତି।କିନ୍ତୁ ଅବିଭକ୍ତ କୋରାପୁଟ ଜିଲ୍ଲାର ଗାନ୍ଧିର ପରିଚୟ ପାଇଥିବା ମହାନ ମହାପୁରୁଷ ସହିଦ ଲକ୍ଷ୍ମଣ ନାୟକଙ୍କ ସ୍ମୃତି ମନ୍ଦିରରେ ଲୋକ ମାନେ ଦର୍ଶନ କରି ବର୍ଷକୁ ବାର ମାସ ଧରି ପ୍ରତ୍ୟକ ଦିନ ଲୋକଙ୍କ ହୃଦୟରେ ରହିବେ ବୋଲି ଏପରି ଏକ ନିଆରା ପ୍ରୟାସ ହୋଇଛି ବୋଲି ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନ ମତ ପ୍ରକାଶ କରିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ