
କେନ୍ଦ୍ରାପଡ଼ା, ୧୮ ମଇ(ହି.ସ.) – ମହାକାଳପଡ଼ାସ୍ଥିତ ଚଡାଇଗୁଁଆ ଯୁଗରୁପା ବିଦ୍ୟାଭବନର ପ୍ରଧାନଶିକ୍ଷକ ତଥା ମହାକାଳପଡ଼ା ବ୍ଲକ ନୋଡାଲ ପ୍ରଧାନଶିକ୍ଷକ ରଘୁନାଥ ଦାସ ଆଜି ଭିଜିଲାନ୍ସ ହାତରେ ଟଙ୍କା ନେଉଥିବା ବେଳେ ଧରା ପଡିଛନ୍ତି,ଖବରନେବାରୁ ଜଣାପଡିଛି ଯେ ଏହି ବିଦ୍ୟାଭବନ ର ରାତ୍ର ଜଗୁଆଳି ଭାବେ କ୍ଷୀରୋଦ ଦାସ କାମ କରନ୍ତି, କ୍ଷୀରୋଦ ଦୀର୍ଘ ୯ ମାସ ହେବ ତାଙ୍କର ବକେୟା ଦରମା ପାଇଁ ପ୍ରଧାନଶିକ୍ଷକ ରଘୁନାଥ ଙ୍କୁ ଅନୁରୋଧ କରି ଆସୁଥିଲେ, ତେବେ ରଘୁନାଥ କୁଆଡେ ଏହି ବକେୟା ଦରମା ପାଇଁ କ୍ଷୀରୋଦଙ୍କୁ ୫ ହଜାର ଟଙ୍କା ଲାଂଚ ଦେବାକୁ କହି ପ୍ରାପ୍ୟ ଦେବାରେ ବିଳମ୍ବ କରୁଥିଲେ,ଏ ନେଇ କ୍ଷୀରୋଦ କଟକ ଭିଜିଲାନ୍ସ ବିଭାଗ ନିକଟରେ ଅଭିଯୋଗ ଦେଇଥିଲେ, ଅଭିଯୋଗ ମୁତାବକ ଏବଂ ପୂର୍ବ ପ୍ରସ୍ତୁତି ଅନୁଯାଇ ଆଜି ପୂର୍ବାହ୍ନରେ କଟକ ଭିଜିଲାନ୍ସ ବିଭାଗର ସାଧା ପୋଷାକଧାରୀ ଅଧିକାରୀମାନେ ଯୁଗରୁପା ବିଦ୍ୟାଭବନ ରେ ପହଂଚି ରଘୁନାଥ ୫ ହଜାର ଟଙ୍କା ଲାଂଚ ନେଉଥିବା ବେଳେ ତାଙ୍କୁ ମାଡି ବସିଥିଲେ, ଭିଜିଲାନ୍ସ ବିଭାଗ ପକ୍ଷରୁ ଏକ ମାମଲା ୨୦/୨୬ୟୁ /ଏସ୍୭ ପିସି ଆକ୍ସ ୨୦୧୮ରେ ରୁଜୁ କରାଯାଇ ରଘୁନାଥଙ୍କୁ ଭିଜିଲାନ୍ସ ନିଜ ହେପାଜତକୁ ନେଇଥିବା ଜଣାପଡିଛି, ଏହି ଚଢ଼ାଉ ସମୟରେ କଟକ ଭିଜିଲାନ୍ସ ଓ କେନ୍ଦ୍ରାପଡ଼ା ଭିଜିଲାନ୍ସ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ରବି