ମୈତ୍ରୀ ଗ୍ରାମର ସଙ୍ଗାତ ମାନଙ୍କୁ ଭବ୍ୟ ସ୍ୱାଗତ ଜଣାଇଲେ ମେଣ୍ଡକୁଲି ଗ୍ରାମବାସୀ
ମାଲକାନଗିରି , ୧୮ ମଇ (ହି.ସ.) ଆଦିବାସୀ ମାନଙ୍କ ନିଆରା ପରମ୍ପରା ଦୁଇ ଗ୍ରାମ ମଧ୍ୟରେ ମୈତ୍ରୀ ମିଳନ।ଏହି ନିଆରା ପରମ୍ପରା ଆଜି ଠାରୁ ଆରମ୍ଭ ହୋଇ ତିନି ଦିନ ପର୍ଯ୍ୟନ୍ତ ଚାଲୁ ରହିବ।ଆଜିର ଆଧୁନିକ ଯୁଗରେ ଭାଇ-ଭାଇ, ବାପ-ପୁଅ,ଭାଇ-ଭଉଣୀ ଓ ସ୍ୱାମୀ-ସ୍ତ୍ରୀ ମଧ୍ୟରେ ଠିକ ଭାବେ ସମ୍ପର୍କ ରହୁ ନଥିବା ବେଳ
ମୈତ୍ରୀ ଗ୍ରାମର ସଙ୍ଗାତ ମାନଙ୍କୁ ଭବ୍ୟ ସ୍ୱାଗତ ଜଣାଇଲେ ମେଣ୍ଡକୁଲି ଗ୍ରାମବାସୀ।


ମୈତ୍ରୀ ଗ୍ରାମର ସଙ୍ଗାତ ମାନଙ୍କୁ ଭବ୍ୟ ସ୍ୱାଗତ ଜଣାଇଲେ ମେଣ୍ଡକୁଲି ଗ୍ରାମବାସୀ।


ମାଲକାନଗିରି , ୧୮ ମଇ (ହି.ସ.) ଆଦିବାସୀ ମାନଙ୍କ ନିଆରା ପରମ୍ପରା ଦୁଇ ଗ୍ରାମ ମଧ୍ୟରେ ମୈତ୍ରୀ ମିଳନ।ଏହି ନିଆରା ପରମ୍ପରା ଆଜି ଠାରୁ ଆରମ୍ଭ ହୋଇ ତିନି ଦିନ ପର୍ଯ୍ୟନ୍ତ ଚାଲୁ ରହିବ।ଆଜିର ଆଧୁନିକ ଯୁଗରେ ଭାଇ-ଭାଇ, ବାପ-ପୁଅ,ଭାଇ-ଭଉଣୀ ଓ ସ୍ୱାମୀ-ସ୍ତ୍ରୀ ମଧ୍ୟରେ ଠିକ ଭାବେ ସମ୍ପର୍କ ରହୁ ନଥିବା ବେଳେ ଏଠି କିନ୍ତୁ ଦୁଇ ଆଦିବାସୀ ମାନଙ୍କର ଏହି ଦୁଇ ଗ୍ରାମର ମିଳନ ଆଜିର ଯୁଗ ପାଇଁ ଏକ ଉଦାହରଣ ସାଜିଛି।ଏହି ପରମ୍ପରା ପ୍ରତି ଦୁଇ ବର୍ଷରେ ଥରେ ଗାଁର ମୁଖିଆ ମାନଙ୍କ ସହିତ ଗ୍ରାମର ଅବାଳ ବୃଦ୍ଧ ବନିତା ଏକତ୍ରୀତ ହୋଇ ନିମନ୍ତ୍ରିତ ହୋଇ ଆସନ୍ତି।ଏବଂ ଗ୍ରାମର ଅବାଳ ବୃଦ୍ଧ ବନିତା ମୈତ୍ରୀ ଗ୍ରାମକୁ ଆସି ଦୀର୍ଘ ତିନି ଦିନ ରହିବା ପରେ ପୁଣି ନିଜ ଗ୍ରାମକୁ ପ୍ରତ୍ୟାବର୍ତ୍ତନ କରିଥାନ୍ତି।ଏପରି ଏକ ଚିତ୍ର ଦେଖିବାକୁ ମିଳିଛି ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତି ଗୁଡା ପଞ୍ଚାୟତ ମେଣ୍ଡକୁଲି ଓ କର୍ତ୍ତନପାଲ୍ଲୀ ପଞ୍ଚାୟତ ସଦର ଗ୍ରାମ ମଧ୍ୟରେ।ଆଦିବାସୀ ପରମ୍ପରା ଅନୁଯାୟୀ ମେଣ୍ଡକୁଲି ଗ୍ରାମ ମୁଖିଆ ହଳଧର ପୂଜାରୀଙ୍କ ସମେତ ଗ୍ରାମବାସୀ କର୍ତ୍ତନପାଲ୍ଲୀ ଗ୍ରାମକୁ ଯାଇ ଗାଁ ମୁଖିଆ ତ୍ରିନାଥ ଭୂମିଆ ଓ ଗ୍ରାମବାସୀ ଙ୍କୁ ମେଣ୍ଡକୁଲି ଆସିବା ପାଇଁ ନିମନ୍ତ୍ରଣ କରିଥିଲେ।ନିମନ୍ତ୍ରଣ ପାଇଁ କର୍ତ୍ତନପାଲ୍ଲୀ ଗାଁ ମୁଖିଆ ସମେତ ଗ୍ରାମର ଅବାଳ ବୃଦ୍ଧ ବନିତା ଏକତ୍ରିତ ହୋଇ ମେଣ୍ଡକୁଲି ଗ୍ରାମ ଠାରୁ ତିନି କିଲୋମିଟର ଦୂରରେ ଥିବା କେନ୍ଦୁଗୁଡା ଗ୍ରାମ ନିକଟରେ ପହଂଚିବା ପରେ ପୂର୍ବ ପ୍ରସ୍ତୁତି ଅନୁଯାୟୀ ମେଣ୍ଡକୁଲି ଗ୍ରାମ ମୁଖିଆ ଙ୍କ ସମେତ ଗ୍ରାମବାସୀ ମାନେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ।ଏହା ପରେ ମୈତ୍ରୀ ଗ୍ରାମର ଲୋକ ମାନଙ୍କୁ ଆଦିବାସୀ ଢେମସା ନୃତ୍ୟ ଓ ବାଦ୍ୟରେ ତାଳେ ତାଳେ ଗ୍ରାମ ନିକଟକୁ ପାଛୋଟି ଆଣିଥିଲେ।ଗ୍ରାମ ନିକଟରେ ପହଂଚିବା ପରେ ଗ୍ରାମର ମହିଳା ମାନେ ମୈତ୍ରୀ ଗ୍ରାମରୁ ଆସିଥିବା ସମସ୍ତ ମହିଳା,ପୁରୁଷ,ଯୁବକ ଯୁବତୀ ମାନଙ୍କର ପାଦ ପାଖଳିବା ପରେ ଗ୍ରାମ ମଧ୍ୟକୁ ପାଛୋଟି ନେଇଥିଲେ।ଏହି ମୈତ୍ରୀ ମିଳନ କାର୍ଯ୍ୟକ୍ରମ ଆଜି ଠାରୁ ତିନି ଦିନ ଧରି କର୍ତ୍ତନପାଲ୍ଲୀ ଗ୍ରାମର ସମସ୍ତେ ରହିବା ଖାଇବା ପାଇଁ ସମସ୍ତ ପ୍ରକାର ବ୍ୟବସ୍ତା ରହିଛି।ଏହି ତିନି ଦିନ ଧରି ଦୁଇ ଗ୍ରାମ ମଧ୍ୟରେ ମହିଳା ପୁରୁଷ ଯୁବକ ଯୁବତୀ ମାନେ ଆଦିବାସୀ ମାନଙ୍କ ଢେମସା ନୃତ୍ୟ ସହ ପ୍ରତି ବିଳମ୍ବିତ ରାତ୍ରିରେ ଦେଶିଆ ନାଟକ ପରିବେଷଣ ପାଇଁ କାର୍ଯ୍ୟକ୍ରମ ରହିଛି ବୋଲି ମେଣ୍ଡକୁଲି ଗାଁ ମୁଖିଆ ହଳଧର ପୂଜାରୀ ସୂଚନା ଦେଇଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande