
ଯୋଗୀଙ୍କ ଦୃଢୋକ୍ତି, ଅରାଜକତାକୁ ସ୍ୱୀକାର କରାଯିବ ନାହିଁ
ଲକ୍ଷ୍ନୌ, ୧୮ ମଇ (ହି.ସ.) ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ ରାସ୍ତାରେ ନମାଜ ପଢ଼ିବାକୁ ଅନୁମତି ଦିଆଯାଇପାରିବ ନାହିଁ। ଆପଣଙ୍କୁ ସିଷ୍ଟମ ସହିତ ରହିବାକୁ ହେଲେ ଆଇନ କାନୁନକୁ ମାନିବାକୁ ପଡିବ । ଯଦି ଆପଣଙ୍କୁ ନମାଜ ପଢିବାର ଅଛି ତେବେ ସିଫ୍ଟରେ କରନ୍ତୁ, ଆମେ ଆପଣଙ୍କୁ ଅଟକାଇବୁ ନାହିଁ। ସୋମବାର ଏଠାରେ ଏକ ହିନ୍ଦୀ ଦୈନିକ ଖବର କାାଗଜର ପ୍ରତିଷ୍ଠା ଦିବସ ସମାରୋହରେ ମୁଖ୍ୟମନ୍ତ୍ରୀ ଯୋଗୀ ନିଜର ଅଭିଭାଷଣ ଏହା କହିଛନ୍ତି ।
ସେ କହିଛନ୍ତି ଯେ ଲୋକମାନେ ପଚାରୁଛନ୍ତି, କ ଣ ପ୍ରକୃତରେ ୟୁପିର ରାସ୍ତାରେ ନମାଜ ପଢା ଯାଉ ନାହିଁ ି? ମୁଁ କହୁଛି ଆଦୌ ପଢା ଯାଉ ନାହିଁ । ଆପଣ ଯାଇ ଦେଖନ୍ତୁ । ଏହି ରାସ୍ତାଗୁଡ଼ିକ ଚାଲିବା ପାଇଁ ଉଦ୍ଦିଷ୍ଟ ନା କୌଣସି ବ୍ୟକ୍ତି ରାସ୍ତାରେ ତମାଶା କରିବେ ? ରାସ୍ତା ଅବରୋଧ, ଟ୍ରାଫିକ୍ ଅବରୋଧ କରିବାର ଅଧିକାର ତାଙ୍କର ଅଛି କି? ଯାଆନ୍ତୁ ଏବଂ ଯେଉଁଠାରେ ପଢା ଯାଏ ସେଠାରେ ପଢନ୍ତୁ । |
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ