ଶୁଭେନ୍ଦୁ ସରକାରଙ୍କ ବଡ଼ ନିଷ୍ପତି, ମମତା ବାନାର୍ଜୀଙ୍କ ଧର୍ମ ଆଧାରିତ ଯୋଜନା ଜୁନ୍ରୁ ହେବ ବନ୍ଦ
କୋଲକାତା, ୧୮ ମଇ(ହି.ସ.) – ଏକ ପ୍ରମୁଖ ନୀତିଗତ ନିଷ୍ପତି ନେଇ , ପଶ୍ଚିମବଙ୍ଗର ଶାସକ ଭାରତୀୟ ଜନତା ପାର୍ଟି(ବିଜେପି) ସରକାର ସୋମବାର ଦିନ ଜୁନ୍ ମାସରୁ ରାଜ୍ୟରେ ସମସ୍ତ ଧର୍ମ ଭିତିକ ସରକାରୀ କଲ୍ୟାଣକାରୀ ଯୋଜନା ବନ୍ଦ କରିବାକୁ ଘୋଷଣା କରିଛନ୍ତି। ନବାନ୍ନରେ ଅନୁଷ୍ଠିତ ନୂତନ ସରକାରଙ୍କ ଦ୍ୱିତୀୟ କ୍ୟ
ଶୁଭେନ୍ଦୁ ସରକାରଙ୍କ ବଡ଼ ନିଷ୍ପତି, ମମତା ବାନାର୍ଜୀଙ୍କ ଧର୍ମ ଆଧାରିତ ଯୋଜନା ଜୁନ୍ରୁ ହେବ ବନ୍ଦ


କୋଲକାତା, ୧୮ ମଇ(ହି.ସ.) – ଏକ ପ୍ରମୁଖ ନୀତିଗତ ନିଷ୍ପତି ନେଇ , ପଶ୍ଚିମବଙ୍ଗର ଶାସକ ଭାରତୀୟ ଜନତା ପାର୍ଟି(ବିଜେପି) ସରକାର ସୋମବାର ଦିନ ଜୁନ୍ ମାସରୁ ରାଜ୍ୟରେ ସମସ୍ତ ଧର୍ମ ଭିତିକ ସରକାରୀ କଲ୍ୟାଣକାରୀ ଯୋଜନା ବନ୍ଦ କରିବାକୁ ଘୋଷଣା କରିଛନ୍ତି। ନବାନ୍ନରେ ଅନୁଷ୍ଠିତ ନୂତନ ସରକାରଙ୍କ ଦ୍ୱିତୀୟ କ୍ୟାବିନେଟ ବୈଠକରେ ଏହି ନିଷ୍ପତି ନିଆଯାଇଛି।

ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଅଗ୍ନିମିତ୍ରା ପାଲ୍ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ପରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ସୂଚନା ଓ ସଂସ୍କୃତି ବିଭାଗ ଏବଂ ସଂଖ୍ୟାଲଘୁ ବ୍ୟାପାର ଏବଂ ମଦ୍ରାସା ଶିକ୍ଷା ବିଭାଗ ଅଧୀନରେ ଧର୍ମ ଆଧାରରେ ଚାଲୁଥିବା ସମସ୍ତ ସହାୟତା ଯୋଜନା ଆସନ୍ତା ମାସରୁ ସମାପ୍ତ ହେବ।

ସେ କହିଛନ୍ତି ଯେ ମେ ମାସ ପର୍ଯ୍ୟନ୍ତ ହିତାଧିକାରୀମାନେ ଯୋଜନାର ଲାଭ ପାଇବା ଜାରି ରଖିବେ, କିନ୍ତୁ ଜୁନ୍ ଠାରୁ ଏଗୁଡ଼ିକ ସମ୍ପୂର୍ଣ୍ଣ ବନ୍ଦ ହୋଇଯିବ। ଏ ସଂକ୍ରାନ୍ତରେ ସରକାର ଖୁବଶୀଘ୍ର ଏକ ବିସ୍ତୃତ ବିଜ୍ଞପ୍ତି ଜାରି କରିବେ। ତେବେ ଦୁର୍ଗା ପୂଜା କମିଟିଗୁଡ଼ିକୁ ଦିଆଯାଉଥିବା ଅନୁଦାନ ଉପରେ ଏପର୍ଯ୍ୟନ୍ତ କୌଣସି ଚୂଡ଼ାନ୍ତ ନିଷ୍ପତି ନିଆଯାଇନାହିଁ।

ନୂଆ ସରକାର ଗଠନ ହେବାର ତୁରନ୍ତ ପରେ ନିଆଯାଇଥିବା ଏହି ନିଷ୍ପତିକୁ ବିଜେପି ସରକାରଙ୍କ ପ୍ରମୁଖ ନୀତିଗତ ନିଷ୍ପତି ମଧ୍ୟରେ ବିଚାର କରାଯାଉଛି। ବିଧାନସଭା ନିର୍ବାଚନ ସମୟରେ, ବିଜେପି ପୂର୍ବବର୍ତୀ ତୃଣମୂଳ କଂଗ୍ରେସ ସରକାରଙ୍କୁ ତୁଷ୍ଟିକରଣ ରାଜନୀତି କରୁଥିବା ଅଭିଯୋଗ କରିଥିଲା ।

ରାଜନୈତିକ ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ କାର୍ଯ୍ୟକାଳରେ ଆରମ୍ଭ ହୋଇଥିବା ଅନେକ ଯୋଜନା ଉପରେ ଏହି ନିଷ୍ପତି ପ୍ରଭାବ ପକାଇବ। ଏଥିରେ ଇମାମ, ମୁଅଜ୍ଜିନ୍ ଏବଂ ହିନ୍ଦୁ ପୁରୋହିତମାନଙ୍କୁ ଦିଆଯାଉଥିବା ମାସିକ ଭତା ମଧ୍ୟ ଅନ୍ତର୍ଭୁକ୍ତ।

ପୂର୍ବ ବ୍ୟବସ୍ଥା ଅନୁଯାୟୀ, ଇମାମମାନଙ୍କୁ ମାସିକ ୩୦୦୦ ଟଙ୍କା, ମୁଏଜିନ୍ମାନଙ୍କୁ ୧୫୦୦ ଟଙ୍କା ଏବଂ ହିନ୍ଦୁ ସନାତନ ବ୍ରାହ୍ମଣ ପୁରୋହିତମାନଙ୍କୁ ମଧ୍ୟ ୧୫୦୦ ଟଙ୍କା ସହାୟତା ଦିଆଯାଉଥିଲା। ଆର୍ôଥକ ଦୃଷ୍ଟିରୁ ଦୁର୍ବଳ ହିତାଧିକାରୀମାନଙ୍କୁ ବେଙ୍ଗଲ ଆବାସ ଯୋଜନା ଅଧୀନରେ ଆବାସ ସୁବିଧା ମଧ୍ୟ ପ୍ରଦାନ କରାଯାଇଥିଲା।

ଏହି ନୀତି ଇକ୍ଟ୍ରକ୍ସସକ୍ଷ ୨୦୧୨ ରେ ଆରମ୍ଭ ହୋଇଥିଲା, ଯେତେବେଳେ ମମତା ବାନାର୍ଜୀ ସରକାର ଇମାମ ଏବଂ ମୁଏଜିନମାନଙ୍କ ପାଇଁ ମାସିକ ସମ୍ମାନ ଯୋଜନା କାର୍ଯ୍ୟକାରୀ କରିଥିଲେ। ପରବର୍ତୀ ସମୟରେ, ଏହି ଯୋଜନାକୁ ନେଇ ରାଜନୈତିକ ବିବାଦ ଏବଂ ଆଇନଗତ ଆହ୍ୱାନ ଦେଖାଦେଇଥିଲା।

ହିନ୍ଦୁସ୍ଥାନ ସମାଚାର/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande