ବିଜେପି ରାଜ୍ୟ କୋର କମିଟିର ବୈଠକରେ ଭାଗ ନେଲେ ବିଜେପି ରାଷ୍ଟ୍ରୀୟ ସଭାପତି
ଭୁବନେଶ୍ୱର, 18 ମଇ (ହି.ସ.) ଓଡିଶା ଗସ୍ତରେ ଓଡିଶା ଆସିଥିବା ବିଜେପିର ରାଜ୍ୟ ସଭାପତି ନିତିନ ନବୀନ ସୋମବାର ସକାଳେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ରାଜ୍ୟ କୋର କମିଟି ବୈଠକରେ ଯୋଗ ଦେଇଛନ୍ତି । ଏବି ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,ଙ୍କ ସମେତ ଅନ୍ୟ ବରିଷ୍ଠ ନ
ବିଜେପି ରାଜ୍ୟ କୋର କମିଟିର ବୈଠକରେ ଭାଗ ନେଲେ ବିଜେପି ରାଷ୍ଟ୍ରୀୟ     ସଭାପତି


ଭୁବନେଶ୍ୱର, 18 ମଇ (ହି.ସ.) ଓଡିଶା

ଗସ୍ତରେ ଓଡିଶା ଆସିଥିବା ବିଜେପିର ରାଜ୍ୟ ସଭାପତି ନିତିନ ନବୀନ ସୋମବାର ସକାଳେ ବିଜେପି ରାଜ୍ୟ

କାର୍ଯ୍ୟାଳୟରେ ରାଜ୍ୟ କୋର କମିଟି ବୈଠକରେ ଯୋଗ ଦେଇଛନ୍ତି । ଏବି ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ

ଚରଣ ମାଝୀ,ଙ୍କ ସମେତ ଅନ୍ୟ ବରିଷ୍ଠ ନେତା ମାନେ ଯୋଗ ଦେଇଥିଲେ । ବୈଠକରେ ଦଳର ସଂଗଠନ ଓ ଓଡିଶାର ଆର୍ଥିକ ବିକାଶ

ସମ୍ପର୍କରେ ବିଭିନ୍ନ ପ୍ରସଙ୍ଗକୁ ନେଇ ଆଲୋଚନା ହୋଇଥିବା ନେଇ ଜଣା ପଡିଛି ।

ବୈଠକରେ କେନ୍ଦ୍ର ମନ୍ତ୍ରୀ

ଧର୍ମେ୍ନ୍ଦ୍ର ପ୍ରଧାନ, ଜୁଏଲ ଓରାମ, ବିଜେପିର ରାଜ୍ୟ

ସଭାପତି ତଥା ସାଂସଦ ମନମୋହନ ସାମଲ, ବିଜେପି ଓଡ଼ିଶା

ପ୍ରଭାରୀ ବିଜୟପାଲ ସିଂହ ତୋମାର,ସହ - ପ୍ରଭାରୀ ଲତା

ଉସେଣ୍ଡି ଜୀ, ଉପ ମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ଶ୍ରୀମତୀ ପ୍ରଭାତୀ ପରିଡ଼ା ଉପସ୍ଥିତ ଥିଲେ । ଏହା ସହ ବିଜେପିର ରାଜ୍ୟ ସଂଗଠନ

ସମ୍ପାଦକ ମାନସ ମହାନ୍ତି, ବିଜେପି ସାଂସଦ ପ୍ରତାପ ଷଡଙ୍ଗୀ, ଡ. ସମ୍ବିତ

ପାତ୍ର ଓ ଅନ୍ୟ ମାନେ ଉପସ୍ଥିତ ଥିଲେ ।

ଏହି ବୈଠକ ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସୋସିଆଲ ମିଡିଆରେ

ଲେଖିଛନ୍ତି ଯେ, ରାଷ୍ଟ୍ରୀୟ ସଭାପତି ନିତିନ ନବୀନଙ୍କ ଉପସ୍ଥିତିରେ ବିଜେପିର ରାଜ୍ୟ କୋର କମିଟି ବୈଠକରେ ଯୋଗ ଦେଇ ଦଳର ବରିଷ୍ଠ ନେତୃବୃନ୍ଦଙ୍କ ସହ ଉପସ୍ଥିତ ରହି

ସାଂଗଠନିକ କାର୍ଯ୍ୟଧାରା ସମ୍ପର୍କରେ ଚର୍ଚ୍ଚା କଲି। ଯଶସ୍ବୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର

ମୋଦୀ ଜୀଙ୍କ ଦୂରଦୃଷ୍ଟିସମ୍ପନ୍ନ ମାର୍ଗଦର୍ଶନରେ ଆମ ଡବଲ ଇଞ୍ଜିନ ସରକାର ଓଡ଼ିଶାର ସର୍ବାଙ୍ଗୀନ

ବିକାଶ, ସାମାଜିକ ସୁରକ୍ଷା ଓ ଅର୍ଥନୈତିକ ଅଭିବୃଦ୍ଧିକୁ ଏକ ନୂତନ ଦିଗ

ପ୍ରଦାନ କରୁଛି। ରାଜ୍ୟର ପ୍ରତ୍ୟେକ ନାଗରିକଙ୍କ କଲ୍ୟାଣ ଏବଂ ଓଡ଼ିଶାର ଗୌରବକୁ ବିଶ୍ୱ ଦରବାରରେ

ପ୍ରତିଷ୍ଠିତ କରିବା ପାଇଁ ଆମେ ସଂକଳ୍ପବଦ୍ଧ ଭାବେ କାର୍ଯ୍ୟ ଜାରି ରଖିଛୁ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande