
ଭୁବନେଶ୍ୱର, 18 ମେ (ହି.ସ.)- ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ
ଅଧ୍ୟକ୍ଷତାରେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ରାଜ୍ୟ କୋର କମିଟି ବୈଠକ ପରେ ପ୍ରତିକ୍ରିୟା
ରଖିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ସରକାର କେମିତି ଭଲରେ ଚାଲିବ। ସଂଗଠନ ଓ ସରକାର
ଭିତରେ ସମନ୍ୱୟ ରହିବ ସେ ନେଇ ବୈଠକରେ ଆଲୋଚନା ହୋଇଥିବା ରାଜସ୍ୱ ମନ୍ତ୍ରୀ କହିଛନ୍ତି ।
ଏହାସହିତ ସଂଗଠନକୁ ଶକ୍ତିଶାଳୀ କରିବା ସହ
ସରକାରଙ୍କୁ ଲୋକାଭିମୁଖୀ କରିବାକୁ ମନ୍ତ୍ର ଦେଇଛନ୍ତି ରାଷ୍ଟ୍ରୀୟ ଅଧ୍ୟକ୍ଷ ବୋଲି ସେ
କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା