ବ୍ରହ୍ମବରଦା ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ
ଧର୍ମଶାଳା,୧୮ମେ(ହି.ସ.) - ଯାଜପୁର ଜିଲା ବରୀ ନିର୍ବାଚନ ମଣ୍ଡଳୀ ରସୁଲପୁର ବ୍ଲକ ୩୬ନଂ ଜୋନ ପକ୍ଷରୁ ମହିଳା ସଂରକ୍ଷଣ ପ୍ରସଙ୍ଗରେ ଇଣ୍ଡି ମେଂଟ ଓ ବିରୋଧୀ ଦଳର ଭୂମିକା ବିରୋଧରେ ଶୋଭାଯାତ୍ରା ଓ ପଥପ୍ରାନ୍ତ ସଭାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ନାରୀନେତ୍ରୀ ସୁମିତ୍ରା ବେହେରାଙ୍କ ନେତୃତ୍ୱରେ ମଣ୍ଡ
ବ୍ରହ୍ମବରଦା ବିଜେପି ମହିଳା ମୋର୍ଚ୍ଚା  ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ


ଧର୍ମଶାଳା,୧୮ମେ(ହି.ସ.) - ଯାଜପୁର ଜିଲା ବରୀ ନିର୍ବାଚନ ମଣ୍ଡଳୀ ରସୁଲପୁର ବ୍ଲକ ୩୬ନଂ ଜୋନ ପକ୍ଷରୁ ମହିଳା ସଂରକ୍ଷଣ ପ୍ରସଙ୍ଗରେ ଇଣ୍ଡି ମେଂଟ ଓ ବିରୋଧୀ ଦଳର ଭୂମିକା ବିରୋଧରେ ଶୋଭାଯାତ୍ରା ଓ ପଥପ୍ରାନ୍ତ ସଭାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ନାରୀନେତ୍ରୀ ସୁମିତ୍ରା ବେହେରାଙ୍କ ନେତୃତ୍ୱରେ ମଣ୍ଡଳ ସଭାପତି ମିଥୁନ କୁଣ୍ଡୁଙ୍କ ଅଧ୍ୟକ୍ଷତାରେ ଶତାଧିକ ମହିଳା ଓ ବିଜେପି କର୍ମୀ ଓ ନେତା ବ୍ରହ୍ମବରଦା ବ୍ୟାଙ୍କଛକଠାରେ ଏକତ୍ର ହୋଇ ନାରାବାଜି ଦେଇଥିଲେ । ସେଠାରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ଦୂର୍ଗା ମଣ୍ଡପ ନିକଟରେ ପଂହଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ମହିଳା ସଶକ୍ତିକରଣ ପାଇଁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ ହେଉଥିବା ବେଳେ ବିରୋଧୀ ଦଳ ମହିଳା ସଂରକ୍ଷଣକୁ ବିରୋଧ କରୁଥିବା ଅଭିଯୋଗ କରିଥିଲେ । କାର୍ଯ୍ୟକ୍ରମରେ ବିଜେପି ଜିଲା ସମ୍ପାଦକ ପ୍ରଫୁଲ୍ଲ ଗିରି, ଜିଲା କାର୍ଯ୍ୟକାରିଣୀ ସଦସ୍ୟ ଅନିଲ ରାଉତ ଓ ପ୍ରଶାନ୍ତ ମହାରଣା,ସୌଭାଗ୍ୟ ମିଶ୍ର,ଏମବିକେ ଅହଲ୍ୟା ମଣ୍ଡଳ,ଉଦୟଭାନୁ ଦେଓ,ସଂଗ୍ରାମ ମହାନ୍ତି,ରୂପେଶ ରାଉତ,ସୁରେନ୍ଦ୍ର ରାଉତ,ଅବିନାଶ ବେହେରା ଓ ପ୍ରଶାନ୍ତ ମହାଳିକ ପ୍ରମୁଖ ଯୋଗ ଦେଇ ବିରୋଧୀଙ୍କୁ କଡା ସମାଲୋଚନା କରିଥିଲେ । ମଂଚ ପରିଚାଳନାରେ ମନୋରଂଜନ ପତି ସଭା ପରିଚାଳନାରେ ସହଯୋଗ କରିଥିବା ବେଳେ ଶତାଧବକ ମହିଳା ସାମିଲ ହୋଇଥିଲେ ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande