
ଭୁବନେଶ୍ୱର, 18 ମେ (ହି.ସ.) - ସ୍ୱିଡେନ୍ ଦ୍ୱାରା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରତିଷ୍ଠିତ ‘ରୟାଲ୍ ଅର୍ଡର୍ ଅଫ୍
ଦ ପୋଲାର୍ ଷ୍ଟାର୍, ଡିଗ୍ରୀ କମାଣ୍ଡର୍ ଗ୍ରାଣ୍ଡ କ୍ରସ୍’ ସମ୍ମାନରେ
ସମ୍ମାନିତ କରାଯାଇଥିବାରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ସେ
ଏହାକୁ ଭାରତର ବଢୁଥିବା ବିଶ୍ୱ ପ୍ରତିଷ୍ଠାର ଗୌରବମୟ ମୁହୂର୍ତ୍ତ ବୋଲି କହିଛନ୍ତି ।
ସେ ସୋସିଆଲ୍ ମିଡିଆ ହ୍ୟାଣ୍ଡେଲରେ ଲେଖିଛନ୍ତି, “ଯେତେବେଳେ ଭାରତ
ଆଗକୁ ବଢୁଛି, ସମଗ୍ର ବିଶ୍ୱ ତାହାକୁ ସମ୍ମାନ କରୁଛି। ସ୍ୱିଡେନ୍ ଦ୍ୱାରା
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରତିଷ୍ଠିତ ‘ରୟାଲ୍ ଅର୍ଡର୍ ଅଫ୍
ଦ ପୋଲାର୍ ଷ୍ଟାର୍, ଡିଗ୍ରୀ କମାଣ୍ଡର୍ ଗ୍ରାଣ୍ଡ କ୍ରସ୍’ ସମ୍ମାନରେ
ସମ୍ମାନିତ କରାଯାଇଥିବାରୁ ତାଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା।”
ଏହି ପ୍ରତିଷ୍ଠିତ ସମ୍ମାନ ପ୍ରଧାନମନ୍ତ୍ରୀଙ୍କ ଦୂରଦର୍ଶୀ ନେତୃତ୍ୱ, ବିଶ୍ୱ ମଞ୍ଚରେ ଭାରତର ନିରନ୍ତର ବଢୁଥିବା
ପ୍ରତିଷ୍ଠା ଏବଂ ଭାରତ-ସ୍ୱିଡେନ୍ ମଧ୍ୟରେ ସୁଦୃଢ଼ ହେଉଥିବା ମୈତ୍ରୀପୂର୍ଣ୍ଣ ସମ୍ପର୍କର
ପ୍ରତୀକ ଅଟେ। ଏହା ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଗର୍ବ ଓ ସମ୍ମାନର ବିଷୟ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା