ପ୍ରବଳ ଗ୍ରୀଷ୍ମତାପରେ ମାସେ ହେଲା ଜିଲ୍ଲା କାର୍ଯ୍ୟାଳୟର ପାନୀୟଜଳ ଫ୍ରିଜ୍ ଅଚଳ
କେନ୍ଦ୍ରାପଡ଼ା, ୧୮ ମଇ(ହି.ସ.) – କେନ୍ଦ୍ରାପଡ଼ା ଜିଲ୍ଲା କାର୍ଯ୍ୟାଳୟକୁ ଦୈନିକ ଶହ ଶହ ବ୍ୟକ୍ତି ନିଜ କାର୍ଯ୍ୟ ନେଇ ଓ ବିଭିନ୍ନ ଅଭିଯୋଗ ନେଇ ଆସିଥାନ୍ତି। କିନ୍ତୁ ଜିଲ୍ଲା କାର୍ଯ୍ୟାଳୟରେ ଏମାନଙ୍କ ସୁବିଧା ପାଇଁ ଆବଶ୍ୟକ ଚେୟାର ବେଂଚର ସୁବିଧା ନାହିଁ। ଦୀର୍ଘ ଏକ ସପ୍ତାହ ହେଲା ସାରା ରାଜ୍ୟରେ ଗ୍ରୀଷ୍
ପ୍ରବଳ ଗ୍ରୀଷ୍ମତାପରେ ମାସେ ହେଲା ଜିଲ୍ଲା କାର୍ଯ୍ୟାଳୟର ପାନୀୟଜଳ ଫ୍ରିଜ୍ ଅଚଳ ।


କେନ୍ଦ୍ରାପଡ଼ା, ୧୮ ମଇ(ହି.ସ.) – କେନ୍ଦ୍ରାପଡ଼ା ଜିଲ୍ଲା କାର୍ଯ୍ୟାଳୟକୁ ଦୈନିକ ଶହ ଶହ ବ୍ୟକ୍ତି ନିଜ କାର୍ଯ୍ୟ ନେଇ ଓ ବିଭିନ୍ନ ଅଭିଯୋଗ ନେଇ ଆସିଥାନ୍ତି। କିନ୍ତୁ ଜିଲ୍ଲା କାର୍ଯ୍ୟାଳୟରେ ଏମାନଙ୍କ ସୁବିଧା ପାଇଁ ଆବଶ୍ୟକ ଚେୟାର ବେଂଚର ସୁବିଧା ନାହିଁ। ଦୀର୍ଘ ଏକ ସପ୍ତାହ ହେଲା ସାରା ରାଜ୍ୟରେ ଗ୍ରୀଷ୍ମତାପ ଅହେତୁକ ଭାବରେ ବଢିଥିବାରୁ କେନ୍ଦ୍ରାପଡାରେ ଏହାର ପାରା ମାତ୍ରାଧିକ ରହୁଛି। ଦୂରଦୂରାନ୍ତରୁ ଆସୁଥିବା ଅଭିଯୋଗକାରୀ ଓ ବରିଷ୍ଟ ନାଗରିକମାନେ ପିଇବା ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଜିଲ୍ଲା କାର୍ଯ୍ୟାଳୟ ପରିସରରେ ଥିବା ଏକ ପାନୀୟ ଜଳ ଫ୍ରିଜ୍ ଦୀର୍ଘ ଏକମାସ ହେଲା ଅଚଳ ହୋଇ ପଡିଥିବାରୁ ଜନସାଧାରଣ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତୁରନ୍ତ ଏହି ଫ୍ରିଜ୍କୁ ମରାମତି କରି ଜନସାଧାରଣଙ୍କ ହୀତରେ ଲଗାଇବା ପାଇଁ ସାଧାରଣରେ ଦାବି ହେଉଛି।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande