
ଭୁବନେଶ୍ୱର, 18 ମେ (ହି.ସ.)- ଆସନ୍ତା
୨୦ ତାରିଖରେ ପ୍ରକାଶ ପାଇବ ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ
ଦୁଇ ରେଜଲ୍ଟ। ଏ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି। ଏକାସଙ୍ଗେ
କଳା, ବିଜ୍ଞାନ, ବାଣିଜ୍ୟ ଓ
ଧନ୍ଦାମୂଳକ ରେଜଲ୍ଟ ବାହାରିବ ବୋଲି ମନ୍ତ୍ରୀ କହିଛନ୍ତି ।ଚଳିତ ଥର ଫେବୃଆରୀ
୧୮ରୁ ମାର୍ଚ୍ଚ ୨୮ ତାରିଖ ଯାଏଁ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ୪ ଲକ୍ଷରୁ ଉର୍ଦ୍ଧ୍ୱ
ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା