
ଝାରସୁଗୁଡ଼ା,୧୮ ମେ (ହି.ସ.) - କୋଲାବିରା ବ୍ଲକ ସମାସିଂହା ଦୁର୍ଗା ମନ୍ଦିର ମଣ୍ଡପ ରେ ରବିବାର ସୁନ୍ଦରକାଣ୍ଡ ପାରାୟଣ( ରାମକଥା) ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏକ ଆଧ୍ୟାତ୍ମିକ ପରିବେଶରେ ଆଚାର୍ଯ୍ୟ ଅଙ୍କୁଶ ପାଣିଗ୍ରାହୀ ଦେବ ପାରାୟଣ ଅମୃତ ବଚନ ଗାନ କରିଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ପୂଜକ କ୍ଷୀରୋଦ ଚନ୍ଦ୍ର ପୁଝାରୀ ଓ ଯଜ୍ଞାସିନି ପୁଝାରୀ ଙ୍କ ଘରୁ ସଙ୍କୀର୍ତନ ମଣ୍ଡଳୀଙ୍କ ସହ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଶେଷରେ ସାମୁହିକ ଅନ୍ନ ଭୋଗ ବଂଟନ କରାଯାଇଥିଲା । ଏଥିରେ ପ୍ରଗତି ସଂଘ ର ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ