ରାଜସ୍ୱ ବିଭାଗ ପକ୍ଷରୁ 'ଆମ ଗାଆଁରେ ଆମ ତହସିଲ୍' କାର୍ଯ୍ୟକ୍ରମର ପ୍ରସ୍ତାବନା
- ତୃଣମୂଳସ୍ତରରେ ପହଂଚିବ ରାଜସ୍ୱ ସେବା ; ତହସିଲ୍ ପକ୍ଷରୁ ପଂଚାୟତ ସ୍ତରରେ ହେବ କ୍ୟାମ୍ପ୍ କୋର୍ଟ ଭଭୁବନେଶ୍ୱର, ୧୮ ମଇ (ହି.ସ.) - ଲୋକସେବା ଭବନଠାରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଗତ
dffg


- ତୃଣମୂଳସ୍ତରରେ ପହଂଚିବ ରାଜସ୍ୱ ସେବା ; ତହସିଲ୍ ପକ୍ଷରୁ ପଂଚାୟତ ସ୍ତରରେ ହେବ କ୍ୟାମ୍ପ୍ କୋର୍ଟ

ଭଭୁବନେଶ୍ୱର, ୧୮ ମଇ (ହି.ସ.) - ଲୋକସେବା ଭବନଠାରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଗତ ଦୁଇ ବର୍ଷରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ବିଭିନ୍ନ ସଫଳତା ଏବଂ ଉପଲବ୍ଧି ସମ୍ପର୍କରେ ସୁବିସ୍ତୃତ ଆଲୋଚନା କରି ପ୍ରତିଟି ଲୋକ ପାଖେ ରାଜସ୍ୱ ସେବା ପହଂଚାଇବା ସୁନିଶ୍ଚିତ କରିବା ନିମନ୍ତେ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ବୈଠକରେ ମନ୍ତ୍ରୀ କହିଛନ୍ତି ଯେ, ଯାହା ଆମେ ଉପଲବ୍ଧି କରୁଛେ, ତାହା ଆମ ସଫଳତା ନୁହେଁ ; ବରଂ ଯେଉଁ ଯୋଜନା ଅଥବା ପଦକ୍ଷେପକୁ ସାଧାରଣ ଲୋକେ ସଫଳ ବୋଲି ବିବେଚନା କରୁଛନ୍ତି; ତାହା ହିଁ ଆମ ଉପଲବ୍ଧିକ୍ଷ ଏହି ପରିପ୍ରେକ୍ଷୀରେ ଆଗାମୀ ଦିନର ବିଭିନ୍ନ ନୂତନ ପଦକ୍ଷେପ ଏବଂ କାର୍ଯ୍ୟପନ୍ଥା ସମ୍ପର୍କରେ ମଧ୍ୟ ଆଲୋଚନା କରାଯାଇଛି ।

ରାଜ୍ୟସ୍ତରୀୟ ବରିଷ୍ଠ ଅଧିକାରୀମାନଙ୍କୁ ବିଭିନ୍ନ ଜିଲ୍ଲାମାନଙ୍କର ନୋଡାଲ୍ ଅଫିସର୍ ଭାବେ ଦାୟିତ୍ୱ ଦିଆଯିବା ସହ ଆଗାମୀ ଦିନରେ ସେମାନେ ଉକ୍ତ ଜିଲ୍ଲାମାନଙ୍କର ପରିଦର୍ଶନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏହି ପରିଦର୍ଶନ ସମୟରେ ବରିଷ୍ଠ ଅଧିକାରୀ ଜିଲ୍ଲାମାନଙ୍କରେ ରାତ୍ରରହଣି ସହ ସରକାରଙ୍କ ରାଜସ୍ୱ ସେବା ସମ୍ପର୍କରେ ସାଧାରଣ ଲୋକଙ୍କ ମତାମତ ନେଇ ସେମାନଙ୍କୁ ବିଭାଗର ପ୍ରମୁଖ ଉପାଦେୟ ସେବା ସମ୍ପର୍କରେ ସଚେତନ କରାଇବା ନିମନ୍ତେ ନିର୍ଦ୍ଦେଶ ଦିଆଯାଇଛି ।

ସେହିପରି ରାଜସ୍ୱ ବିଭାଗ ପକ୍ଷରୁ ତହସିଲକୁ ତୃଣମୂଳସ୍ତରରେ ପହଞ୍ଚାଇବା ନିମନ୍ତେ ନୂତନ ପଦକ୍ଷେପସ୍ୱରୁପ ଖୁବ୍ ଶୀଘ୍ର 'ଆମ ଗାଆଁରେ ଆମ ତହସିଲ୍' କାର୍ଯ୍ୟକ୍ରମ ହାତକୁ ନିଆଯିବ । ଏହି ପରିପ୍ରେକ୍ଷୀରେ ଆଗାମୀ ଦିନରେ ଗ୍ରାମ ଅଥବା ପଂଚାୟତସ୍ତରରେ ତହସିଲ୍ କ୍ୟାମ୍ପ୍ କୋର୍ଟ୍ କରାଯିବ ବୋଲି ରାଜସ୍ୱ ମନ୍ତ୍ରୀ ଶ୍ରୀ ପୂଜାରୀ ନିର୍ଦ୍ଦେଶ ଦେଇଛନ୍ତି । ପୂର୍ବରୁ ବିଭିନ୍ନ କାମ ପାଇଁ ଲୋକମାନଙ୍କୁ ତହସିଲ୍ କାର୍ଯ୍ୟାଳୟ ଆସିବାକୁ ପଡୁଥିବା ବେଳେ ଏଣିକି କ୍ୟାମ୍ପ୍ କୋର୍ଟ ମାଧ୍ୟମରେ ଗାଆଁ-ଗାଆଁରେ ତହସିଲ୍ କାର୍ଯ୍ୟାଳୟର ଅଧିକାରୀମାନେ ଲୋକମାନଙ୍କ ସମସ୍ୟାର ତୁରନ୍ତ ସମାଧାନ କରିବା ସହ ପ୍ରଜା ଖାନା ସଂଶୋଧନ, ଡିମାର୍କେସନ୍ ଆଦି ବିଭିନ୍ନ ରାଜସ୍ୱ ସେବା ଯୋଗାଇଦେବେ କ୍ଷ ଏଥିସହିତ କ୍ୟାମ୍ପ କୋର୍ଟ ମାଧ୍ୟମରେ ରାଜସ୍ୱ ସେବା ସମ୍ପର୍କିତ ଲୋକମାନଙ୍କ ଅଭିଯୋଗ ଶୁଣାଣି କରାଯାଇ ତ୍ୱରିତ ସେବା ପ୍ରଦାନ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି

ସେହିପରି ସହରାଂଚଳ ଚାଷ ଜମି କିସମ ପରିବର୍ତନ ନିୟମକୁ ସରଳୀକରଣ କରାଯିବା ନେଇ ମାନ୍ୟବର ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ବିଗତ ଦୁଇ ବର୍ଷରେ ଓଡ଼ିଶା ରାଇଟ୍ ଟୁ ପବ୍ଲିକ୍ ସର୍ଭିସେସ୍ ଆଇନ୍ ଆଧାରରେ ୨.୫ କୋଟିରୁ ଉର୍ଦ୍ଧ୍ୱ ରାଜସ୍ୱ ସେବା ଯୋଗାଇ ଦିଆଯାଇଥିବା ବେଳେ ଆଗାମୀ ଦିନରେ ଏହାକୁ ଆହୁରି ଅଧିକ ଲୋକାଭିମୁଖୀ କରିବା ନିମନ୍ତେ ବୈଠକରେ ଆଲୋଚନା କରାଯାଇଛି । ଖୁବ୍ ଶୀଘ୍ର ବିସ୍ଥାପିତ ଲୋକମାନଙ୍କ ପାଇଁ ନୂତନ ପୁନର୍ବାସ ଓ ଥଇଥାନ ଆଇନର ରୂପରେଖ ପ୍ରସ୍ତୁତ କରାଯାଇ କାର୍ଯ୍ୟକାରୀ କରାଯିବ ବୋଲି ନିଷ୍ପତି ହୋଇଛି ।

ବୈଠକରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ ପାଢ଼ୀ, ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତୃପକ୍ଷଙ୍କ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. କମଳ ଲୋଚନ ମିଶ୍ର ଏବଂ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ସମସ୍ତ ବରିଷ୍ଠ ଅଧିକାରୀବୃନ୍ଦ ଉପସ୍ଥିତ ଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande