
କେନ୍ଦ୍ରାପଡ଼ା, ୧୮ ମଇ(ହି.ସ.) – କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଚାନ୍ଦୋଳ ବଜାରରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ଯୁବକ ସ୍ଥାନୀୟ ବାଙ୍କୀମୁଣ୍ଡାଇ ଗାଁର ଆଶିଷ ମିତ୍ର ବୋଲି ଜଣାପଡିଛି। ଆଶିଷ ରବିବାର ରାତିରେ ଚାନ୍ଦୋଳ ବଜାର ର ଏକ ଦୋକାନ ଛାତ ଉପରେ ଶୋଇଥିଲେ କ୍ଷ ତେବେ ସକାଳେ ଆଶିଷଙ୍କ ମୃତଦେହ ତଳେ ପଡିଥିବା ଲୋକେ ଦେଖିବାକୁ ପାଇଥିଲେ। ଏ ନେଇ ପୋଲିସ କୁ ଖବର ଦିଆଯାଇଥିଲା। ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି।
.......................................
ହିନ୍ଦୁସ୍ଥାନ ସମାଚାର / ରବି