ଚିତ୍ରକୋଣ୍ଡାରେ ବିଜେଡିର ନାରୀ ଅଧିକାର ଅଭିଯାନ
ଭୁବନେଶ୍ବର , 19 ମେ (ହି.ସ.) -ମାଲକାନଗିରି ଜିଲ୍ଲା ବିଜୁ ମହିଳା ଜନତା ଦଳ ତ୍ରକୋଣ୍ଡା ନିର୍ବାଚଚିନ ମଣ୍ଡଳୀ ତରଫରୁ ଆଜି ଚିତ୍ରକୋଣ୍ଡା ବଡ ପଦର ଗ୍ରାମ ରେ ନାରୀ ଅଧିକାର ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ମାଲକାନଗିରି ଜିଲ୍ଲା ବିଜୁ ମହିଳା ସଭାନେତ୍ରୀ ତଥା ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମ
ଚିତ୍ରକୋଣ୍ଡାରେ ବିଜେଡିର ନାରୀ ଅଧିକାର ଅଭିଯାନ


ଭୁବନେଶ୍ବର , 19 ମେ (ହି.ସ.) -ମାଲକାନଗିରି ଜିଲ୍ଲା ବିଜୁ ମହିଳା ଜନତା ଦଳ ତ୍ରକୋଣ୍ଡା ନିର୍ବାଚଚିନ ମଣ୍ଡଳୀ ତରଫରୁ ଆଜି ଚିତ୍ରକୋଣ୍ଡା ବଡ ପଦର ଗ୍ରାମ ରେ ନାରୀ ଅଧିକାର ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ମାଲକାନଗିରି ଜିଲ୍ଲା ବିଜୁ ମହିଳା ସଭାନେତ୍ରୀ ତଥା ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରି ତାଙ୍ଗୁଳ ଙ୍କ ନେତୃତ୍ୱ ତଥା ଚିତ୍ରକୋଣ୍ଡା ବ୍ଲକ ଅଧ୍ୟକ୍ଷା ରାଜେଶ୍ୱରୀ ଖିଲ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ରେ ନାରୀ ଅଧିକାର ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳର ସଭାପତି ତଥା ପୂର୍ବତନ ବିଧାୟକ ମାନସ ମାଡକାମୀ ଯୋଗ ଦେଇ ଅପାରଗ ବିଜେପି ସରକାର ବିରୁଦ୍ଧରେ ବର୍ଷିଥିଲେ । ଆଜିର କାର୍ଯ୍ୟକ୍ରମ ରେ ୫୦ ରୁ ଉର୍ଦ୍ଧ୍ବ କଂଗ୍ରେସ ଛାଡି ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି ।

ମାଲକାନଗିରି ଜିଲ୍ଲା ବିଜୁ ମହିଳା ଜନତା ଦଳର ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀ ତରଫରୁ ଚିତ୍ରକୋଣ୍ଡା ତହସିଲଦାର ଙ୍କ ଜରିଆରେ ଭାରତବର୍ଷର ରାଷ୍ଟ୍ରପତିଙ୍କୁ ସଂସଦରେ ସର୍ବସମ୍ମତିକ୍ରମେ ଗୃହୀତ ହୋଇଥିବା ମହିଳା ସଂରକ୍ଷଣ ଅଧିନିୟମର ତ୍ବରିତ କାର୍ଯ୍ୟାନ୍ୱୟନ ଓ ମହିଳାମାନଙ୍କ ପ୍ରତି ବଢିଚାଲିଥିବା ନୃଶଂସ ନିର୍ଯାତନାକୁ ବନ୍ଦ କରିବା ପାଇଁ ଦୃଢ ପଦକ୍ଷେପ ସମ୍ବନ୍ଧେ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି ।ଗତ କିଛି ଦିନ ଧରି ସାରା ଦେଶରେ ମହିଳା ସଂରକ୍ଷଣକୁ ନେଇ ଜୋରରେ ପ୍ରଚାର ଚାଲିଛି। ପାର୍ଲାମେଣ୍ଟରୁ ଆରମ୍ଭ କରି ବିଧାନସଭା ପର୍ଯ୍ୟନ୍ତ ସବୁଆଡେ ନାରୀ ଅଧିକାର ଓ ସଶକ୍ତିକରଣର ବଡ ବଡ ଭାଷଣବାଜି ଚାଲିଛି। କିନ୍ତୁ ପ୍ରକୃତରେ ମହିଳାମାନଙ୍କ ରାଜନୈତିକ, ସାମ୍ବିଧାନିକ ଅଧିକାର ଓ ସାମାଜିକ ସୁରକ୍ଷା ଆଜି ମଧ୍ୟ ବଡ ପ୍ରଶ୍ନବାଚୀ ହୋଇ ରହିଛି।

୨୦୨୩ ମସିହାରେ ପାର୍ଲାମେଣ୍ଟରେ ଗୃହୀତ ହୋଇ, ଆଇନରେ ପରିଣତ ହୋଇଥିବା ମହିଳା ସଂରକ୍ଷଣ ବିଲ୍କୁ ତୁରନ୍ତ ଲାଗୁ କରାଯାଇ ୩୩ ପ୍ରତିଶତ ଲୋକସଭାରେ ଓ ବିଧାନସଭାରେ ମହିଳା ସଂରକ୍ଷଣ ଲାଗୁ କରାଯାଉ । ଓଡିଶାରେ ଗତ ଦୁଇ ବର୍ଷ ଭିତରେ କ୍ରମାଗତ ଭାବରେ ବଢି ଚାଲିଥୁବା ନାରୀ ନିର୍ଯାତନା ଉପରେ ରୋକ ଲଗାଇବାକୁ ଦୃଢ ଓ ଦୃଷ୍ଟାନ୍ତମୂଳକ ପଦକ୍ଷେପ ଗ୍ରହଣ କରିବା ପାଇଁ ମାଲକାନଗିରି ଜିଲ୍ଲା ବିଜୁ ମହିଳା ଜନତା ଦଳ ଦାବି କରିଛନ୍ତି ।ଆଜିର କାର୍ଯ୍ୟକ୍ରମ ରେ ବିଜୁ ମହିଳା ଜନତା ଦଳର ସମସ୍ତ କର୍ମକର୍ତ୍ତା ଯୋଗ ଦେଇ ଥିବା ବେଳେ ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳର ସମସ୍ତ ବରିଷ୍ଠ ନେତୃମଣ୍ଡଳୀ ଯୋଗ ଦେଇଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande