ମୌସୁମୀ ପୂର୍ବରୁ ଡ୍ରେନ୍ ସଫେଇ କାର୍ଯ୍ୟର ସମୀକ୍ଷା କଲେ ମେୟର
ଭୁବନେଶ୍ୱର,୧୯ ମଇ (ହି.ସ.) - ବର୍ଷା ଋତୁରେ ସୁଗମ ଜଳ ନିଷ୍କାସନ ସୁନିଶ୍ଚିତ କରିବା ପାଇଁ ପ୍ରାକ୍-ମୌସୁମୀ ପ୍ରସ୍ତୁତି ପଦକ୍ଷେପର ଏକ ଅଂଶ ଭାବରେ ବିଏମସି ମେୟର ସୁଲୋଚନା ଦାସ ମଙ୍ଗଳବାର ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଚାଲିଥିବା ଡ୍ରେନ୍ ସଫେଇ କାର୍ଯ୍ୟର ସମୀକ୍ଷା କରିଥିଲେ। ସ୍ଥାନୀୟ କର୍ପୋରେଟର
bmc


ଭୁବନେଶ୍ୱର,୧୯ ମଇ (ହି.ସ.) - ବର୍ଷା ଋତୁରେ ସୁଗମ ଜଳ ନିଷ୍କାସନ ସୁନିଶ୍ଚିତ କରିବା ପାଇଁ ପ୍ରାକ୍-ମୌସୁମୀ ପ୍ରସ୍ତୁତି ପଦକ୍ଷେପର ଏକ ଅଂଶ ଭାବରେ ବିଏମସି ମେୟର ସୁଲୋଚନା ଦାସ ମଙ୍ଗଳବାର ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଚାଲିଥିବା ଡ୍ରେନ୍ ସଫେଇ କାର୍ଯ୍ୟର ସମୀକ୍ଷା କରିଥିଲେ। ସ୍ଥାନୀୟ କର୍ପୋରେଟର ଏବଂ ବିଏମସି ଅଧିକାରୀ ଏହି ସମୟରେ ଉପସ୍ଥିତ ଥିଲେ।

ସେ କହିଛନ୍ତି ଯେ ସଫେଇ କାର୍ଯ୍ୟର ଅଗ୍ରଗତି ଯାଂଚ କରିଛୁ । ଏକ ସଫା, ସୁରକ୍ଷିତ ଏବଂ ସ୍ଥିର ଭୁବନେଶ୍ୱର ପାଇଁ ପ୍ରମୁଖ ଡ୍ରେନ୍ ଗୁଡ଼ିକର ପ୍ରଭାବଶାଳୀ ପରିଚାଳନା ପାଇଁ ଗୁଣବତା, ଗତି ଏବଂ ଆବର୍ଜନାର ସଠିକ୍ ପରିଚାଳନା ବଜାୟ ରଖିବାକୁ ଅଧିକାରୀ ଏବଂ ଏଜେନ୍ସିଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande