ଭୁବନ ଥାନା ଆଇଆଇସିଙ୍କୁ ବାଲି ମାଫିଆଙ୍କ ଆକ୍ରମଣ
ଭୁବନ, ୧୯ ମଇ(ହି.ସ.) – ରାଜ୍ୟରେ ଦିନକୁ ଦିନ ଗୁଣ୍ଡା, ଅସାମାଜିକ ଓ ମାଫିଆଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଇବାରେ ଲାଗିଛି। ଗତ କିଛି ଦିନ ପୂର୍ବେ ଯାଜପୁରରେ ମାଫିଆ ମାନେ ଜଣେ ତହସିଲଦାରଙ୍କ ଉପରେ ଟ୍ରାକ୍ଟର ଚଢ଼ାଉ ଦେଇ ଜୀବନରେ ମାରି ଦେବାକୁ ଉଦ୍ୟମ କରିଥିବା ବେଳେ ଆଜି ମଙ୍ଗଳବାର ସକାଳେ ଢେଙ୍କାନାଳ ଜିଲ
Jabata tractor


Tractor


Iic


Sand quary


ଭୁବନ, ୧୯ ମଇ(ହି.ସ.) – ରାଜ୍ୟରେ ଦିନକୁ ଦିନ ଗୁଣ୍ଡା, ଅସାମାଜିକ ଓ ମାଫିଆଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଇବାରେ ଲାଗିଛି। ଗତ କିଛି ଦିନ ପୂର୍ବେ ଯାଜପୁରରେ ମାଫିଆ ମାନେ ଜଣେ ତହସିଲଦାରଙ୍କ ଉପରେ ଟ୍ରାକ୍ଟର ଚଢ଼ାଉ ଦେଇ ଜୀବନରେ ମାରି ଦେବାକୁ ଉଦ୍ୟମ କରିଥିବା ବେଳେ ଆଜି ମଙ୍ଗଳବାର ସକାଳେ ଢେଙ୍କାନାଳ ଜିଲ୍ଲା ଭୁବନ ଆଇଆଇସିଙ୍କୁ ଆକ୍ରମଣ କରି ବାଲି ମାଫିଆମାନେ ଗୋଟିଏ ବାଲି ଟ୍ରାକ୍ଟର ଛଡ଼ାଇ ନେଇ ଯିବାରେ ସକ୍ଷମ ହୋଇଛନ୍ତି। ପ୍ରାପ୍ତ ଖବରରୁ ପ୍ରକାଶ ଯେ, ଆଜି ମଙ୍ଗଳବାର ସକାଳ ପ୍ରାୟ ୭ ଘଟିକା ସମୟରେ ଭୁବନ ଥାନାଅଧିକାରିଣୀ ରେଣୁବାଳା ସାହୁ ଓ ତାଙ୍କ ଟିମ୍ ମହୁଲପାଳ ସାମିଲ କଣପାଳ ବେଆଇନ ବାଲି ଖାଦାନ ଉପରେ ଚଢାଉ କରିଥିଲେ। ବାଲି ଖାଦାନରୁ ଦୁଇଟି ବେଆଇନ ବାଲି ଟ୍ରକ୍ଟରକୁ ପିଛା କରିଥିଲେ ପୋଲିସ। ତେବେ ମୃଦଙ୍ଗା ଗ୍ରାମ ଶିବ ମନ୍ଦିର ନିକଟରେ ପୋଲିସ ଓ ବାଲି ମାଫିଆଙ୍କ ସହିତ ଚାଲିଥିଲା ତୁମୁଳକାଣ୍ଡ। ବାଲି ମାଫିଆମାନେ ପୋଲିସ ଉପରକୁ ଆକ୍ରମଣ କରିଥିଲେ। ପୋଲିସ ଉପରକୁ ପଥର ମାଡ କରିବା ସହିତ ଥାନା ଅଧିକାରିଣୀ ରେଣୁବାଳା ସାହୁଙ୍କ ବାମ ହାତ ମୋଡି ଦେଇ ଧକ୍କା ମାରି ଗୋଟିଏ ବାଲି ଟ୍ରାକ୍ଟର ଖସାଇ ନେଇ ଯିବାରେ ସକ୍ଷମ ହୋଇଥିଲେ। ତେବେ ଏହି ଘଟଣାରେ ବାଲି ମାଫିଆର ମାଷ୍ଟର ମାଇଣ୍ଡ୍ ଖସି ଯାଇଥିବା ବେଳେ ଟ୍ରାକ୍ଟର ଡ୍ରାଇଭର ଭରତ ଚନ୍ଦ୍ର ଦାସ ସହିତ ଅନ୍ୟ ଜଣକୁ ଗିରଫ କରାଯାଇଛି। ଏ ସମ୍ପର୍କରେ ଭୁବନ ଥାନାରେ କେଶ୍ ନଂ ୨୫୦/୨୦୨୬ ରେ ମାମଲା ରୁଜୁ ହୋଇଛି । ଖବର ପାଇ କାମାକ୍ଷାନଗର ଭାରପ୍ରାପ୍ତ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଚିଲରଞ୍ଜନ ବେହେରା ଘଟଣାର ତଦନ୍ତ ଚଳାଇଛନ୍ତି। ପ୍ରକାଶ ଥାଉକି ସମ୍ପୃକ୍ତ ବାଲି ମାଫିଆ ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ଅଂଚଳର ଶାସକ ଦଳର କର୍ମୀ(ମନ୍ତ୍ରୀଙ୍କ ପାଖ ଲୋକ) ବୋଲି କୁହାଯାଉଛି।

.......................................

ହିନ୍ଦୁସ୍ଥାନ ସମାଚାର / ସୁଶାନ୍ତ


 rajesh pande